ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ରଥଖଳା ହାଲ୍‌ଚାଲ୍‌.. ଜୋରସୋରରେ ଚାଲିଛି ଚକ, ଅଖ, ମୁହାଁଟ ଓ ଖମ୍ବୀ କାମ, ଖଳାରେ ବୁଲିଲେ କେନ୍ଦ୍ରମନ୍ତ୍ରୀ

ପୁରୀ,୦୨/୦୬: ଭଉଁରି ଉତ୍ସବ ପରେ ଏବେ ନିର୍ମାଣକାରୀଙ୍କ ଟାର୍ଗେଟ ସ୍ନାନ ପୂର୍ଣ୍ଣମୀ । ଠାକୁରଙ୍କ ସ୍ନାନ ପୂର୍ଣ୍ଣମୀ ସୁଦ୍ଧା ରଥରେ ଉଠିଥିବ ଚାରିନାହାକା। ଏହା ପୂର୍ବରୁ ସମସ୍ତ ଚକ ଓ ଅଖ ସଂଯୋଗ ସରି ଦଣ୍ଡା ସରିବ । ଦଣ୍ଡା ଉଠିବା ପରେ ଗରଗରା ପଡ଼ି ଚାରି ନାହାକା ଉଠିବ। ତିନି ରଥର ଅଖ ହଣା ଆରମ୍ଭ ହୋଇଛି । ରଥର ପାଶ୍ୱର୍ ମୁହାଁଟ କାମ ଚାଲିଛି । ଶନିବାର ଖମ୍ବୀ ତିଆରି ଆରମ୍ଭ ହୋଇଛି । ଖମ୍ବୀ ରଥର ଉପରି ଭାଗ । ଭୂଇଁ ମୁଣ୍ଡାଇବା ପାଇଁ ଖମ୍ବୀ ଲୋଡ଼ା ହୁଏ । ଏଣୁ ବିଶ୍ୱକର୍ମାମାନେ ରଥର ୮ଟି ଖମ୍ବୀ ତିଆରୁଛନ୍ତି ।  

ଶନିବାର ଅପରାହ୍ନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରଥଖଳାରେ ପହଞ୍ଚି ରଥ ନିର୍ମାଣ କାର୍ଯ୍ୟ ଦେଖିବା  ସହ ନିର୍ମାଣକାରୀଙ୍କ ସହ ଆଲୋଚନା କରିଛନ୍ତି । ରଥ ନିର୍ମାଣସ୍ଥଳିକୁ ଆଖନ୍ଦ କରାଯାଇ ଅଖ ହଣା ଆରମ୍ଭ ହୋଇ ଯାଇଛି । ତିନି ରଥର ନାହାକା ଅଖ ନିର୍ମାଣ ସରି ଚକ ସଂଯୋଗ ସରିଥିଲା । ଏବେ ଦେବଦଳନର ବାକି ୫ଟି, ନନ୍ଦିଘୋଷର ୭ଟି ଓ  ତାଳଧ୍ୱଜର ୬ଟି ଅଖର ହଣା ଆରମ୍ଭ ହୋଇଛି । ୪୦ ଫୁଟିଆ ଧଉରା କାଠରେ ତିଆରି ହେଉଛି ଅଖ । ରଥ ଖଳାରେ ଚକ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।  

ଶୀତଳଷଷ୍ଠୀ ସୁଦ୍ଧା ସମସ୍ତ ଚକ ଓ ଅଖ କାର୍ଯ୍ୟ ସରିବାର କଣ୍ଟ ରହିଛି । ଶନିବାର କାମ ଶେଷ ସୁଦ୍ଧା ତିନି  ରଥର ୪୨ଟି ଚକରୁ ୩୨ଟି ଚକ ସରିଛି । ଏପଟେ  ରୂପକାରମାନେ ଗୁଜରେ ସିଂହବିରାଳ ଖୋଦେଇରେ  ବ୍ୟସ୍ତ ରହିଛନ୍ତି । ତାଳଧ୍ୱଜ ଓ ନନ୍ଦିଘୋଷରେ  ୧୬ଟି ଲେଖା ଓ ଦେବଦଳନର ୧୨ଟି ଗୁଜ  ନିର୍ମାଣ ହେଉଛି । ଏସବୁ ରଥ କୋଣରେ ସ୍ଥାପନ  ହେବ । ଦୋଳବେଦି ଶାଳରେ ଓଝା ସେବକମାନେ  ଦଣ୍ଡା କଣ୍ଟା ଓ ବଳା ତିଆରି ଜାରି ରଖିଛନ୍ତି । 

ରଥ ଚେଚିସ୍‌କୁ  ବାନ୍ଧିବ ମୁହାଁଟ

 

ରଥରେ ରହିଛି ୪ଟି ମୁହାଁଟ । ରଥର ଆଗ,  ପଛ ଓ ପାଶ୍ୱର୍ରେ ମୁହାଁଟ ସ୍ଥାପନ କରାଯାଏ ।  ରଥର ଚେସିସ୍‌କୁ ବାନ୍ଧି ରଖେ ମୁହାଁଟ । ଆଗ  ଓ ପାଶ୍ୱର୍ ମୁହାଁଟ ମୁଖ୍ୟତଃ ଧଉରା କାଠରେ  ନିର୍ମିତ ହୋଇଥାଏ । ପଛ ମୁହାଁଟ ଅସନ  କାଠରେ ତିଆରି କରାଯାଏ । ସାଲ ବିନ୍ଧ ହୋଇ  ଅଖ ଉପରେ ରହିବ ମୁହାଁଟ । ଏହା ଦଣ୍ଡାକୁ  ଜାବୁଡ଼ି ଧରେ । ରଥ ନିର୍ମାଣରେ ଏହି ଅଂଶର  ଅଧିକ ଗୁରୁତ୍ୱ ରହିଥିବା କୁହନ୍ତି ନିର୍ମାଣକାରୀ ।

  • PrameyaOdia
  • prameya
  • Ratha Yatra 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.