ନୂଆଦିଲ୍ଲୀ, ୨୨/୯ : ରବିଚନ୍ଦ୍ରନ ଅଶ୍ବିନ ବାଂଲାଦେଶ ବିପକ୍ଷ ନିଜ ହୋମ ଗ୍ରାଉଣ୍ଡ ତଥା ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ବୋଲିଂ ଏବଂ ବ୍ୟାଟିଂରେ ବହୁ କମାଲ କରିଛନ୍ତି । ପ୍ରଥମେ ବ୍ୟାଟିଂରେ ସେ ଶତକ ଲଗାଇଥିଲେ ଏବଂ ପରେ ବୋଲିଂ କରି ଗୋଟିଏ ପାଳିରେ ୬ଓ୍ବିକେଟ ନେଇଥିଲେ। ଭାରତର ବିଜୟ ଏବଂ ଶାନଦାର ପ୍ରଦର୍ଶନ ପରେ ବି ଅଶ୍ବିନ ଖୁସି ଦେଖାଦେଇନାହାନ୍ତି , କିନ୍ତୁ ଏଭଳି କ’ଣ ପାଇଁ ? ଆସନ୍ତୁ ଜାଣିବା ।
ପ୍ରକାଶ ଯେ, ଅଶ୍ବିନ ଏହି କଥାରେ ଉଦାସ ଅଛନ୍ତି କି ନିକଟରେ ଯାଇଥିବା ତାଙ୍କ ଜନ୍ମଦିନରେ ତାଙ୍କୁ କେହି କିଛି ଗିଫ୍ଟ ଦେଇନଥିଲେ । ବାଂଲାଦେଶ ବିପକ୍ଷ ବିଜୟ ପରେ ଅଶ୍ବିନ ଏହି ବିଷୟରେ ଖୁଲାସା କରିଛନ୍ତି । ପ୍ରକାଶ ଯେ, ଗତ ମଙ୍ଗଳବାର (୧୭)ରେ ଅଶ୍ବିନ ନିଜର ୩୮ତମ ଜନ୍ମଦିନ ପାଳନ କରିଥିଲେ ।
ମ୍ୟାଚ୍ ପରେ ସେ କଥା ହେବା ସମୟରେ ହର୍ଷା ଭୋଗଲେ ଅଶ୍ବିନଙ୍କୁ ପଚାରିଥିଲେ କି ମୁଁ ଶୁଣିଥିଲି ଲୋକେ ଅନ୍ୟର ଜନ୍ମଦିନରେ ଭଲ ଗିଫ୍ଟ ଦେଇଥାନ୍ତି । ଏହା ଭଲ କଥା କି ଯାହା ଆପଣ ନିଜକୁ ଦେଲେ । ଏହି କଥାର ଉତ୍ତର ଦେଇ ଅଶ୍ବିନ କହିଥିଲେ କି, କେହି ମୋତେ କିଛି ଗିଫ୍ଟ ଦେଇନଥିଲେ, ତ ମୁଁ ନିଜକୁ ଗିଫ୍ଟ ଦେବା ବିଷୟରେ ଭାବିଥିଲି। ’