ପ୍ରମୁଖ ଖବର
  • ହିଞ୍ଜିଳି : ହିଞ୍ଜିଳିରୁ ଶଙ୍ଖନାଦ କଲେ ମୁଖ୍ୟମନ୍ତ୍ରୀ, କହିଲେ ଆରମ୍ଭ ହେଲା ବିଜେଡିର ବିଜୟ ଯାତ୍ରା
  • ||
  • ଭୁବନେଶ୍ୱର : ମସଲା ବ୍ୟାନ୍‌ ପ୍ରସଙ୍ଗ: ମସଲା ବ୍ୟାନ୍‌ର ମୂଳ କାରଣକୁ ଚିହ୍ନଟ କରାଯିବ
  • ||
  • ଭୁବନେଶ୍ୱର : ନକଲି ପୁଲିସ୍‌, ସିବିଆଇ ଅଧିକାରୀ କହି ଲୁଟୁଥିଲେ; ଇରାନୀ ମୁସଲିମ୍‌ ଗ୍ୟାଙ୍ଗ୍‌ର ୭ ଗିରଫ
  • ||
  • ଭୁବନେଶ୍ୱର : ଲିଭୁନି ଚନ୍ଦକା ନିଅ, ୧୨ ଘଣ୍ଟା ନାକେଦମ୍‌ ବନ କର୍ମଚାରୀ
  • ||
  • ଫୁଲବାଣୀ : ବାରହା ଆକ୍ରମଣରେ ମହିଳା ମୃତ
  • ||
  • ମାଲକାନଗିରି ଜିଲ୍ଲାରୁ ନଗଦ ୩୦ ଲକ୍ଷ ଜବତ, ୨ ଗିରଫ
  • ||
  • ଭୁବନେଶ୍ଵର : ମେ ୧ରେ ୪୮ ଡିଗ୍ରୀ ଛୁଇଁବ, ଆହୁରି ୬ ଡିଗ୍ରୀ ବଢ଼ିଯିବ ତାତି
  • ||

ବିଭିନ୍ନ ଦାବି ନେଇ ଆଞ୍ଚଳିକ ବ୍ଲକ କଳାକାର ଓ ସଂସ୍କୃତି ସଂଘ ପକ୍ଷରୁ ଶୋଭାଯାତ୍ରା

ହରଭଙ୍ଗା, ୧୮।୩ :  ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ତହସିଲ କାର୍ଯ୍ୟାଳୟ ଠାରୁ ସୋମବାର ଶତାଧିକ ବ୍ଲକ କଳାକାର ମାନଙ୍କୁ ନେଇ ଏକ ବିରାଟ ଶୋଭାଯାତ୍ରା ପଟୁଆରରେ ବ୍ଲକ କାର୍ଯ୍ୟାଳୟକୁ ପହଞ୍ଚି ଥିଲେ l  କଳାକାର ମାନଙ୍କର ୫ ଦଫା ଦାବି ଉପସ୍ଥାପନାକୁ ନେଇ କଳାକାର ମାନେ ନାରାବାଜି ଦେଇଥିଲେ l ପରେ ହରଭଙ୍ଗା ବିଡ଼ିଓ ଶରତ କୁମାର ସେଠି  ଧାରଣା ସ୍ଥଳରେ ପହଂଚି କଳାକାର ଙ୍କ ବିଭିନ୍ନ ସମସ୍ୟା ପଚାରି ବୁଝିବା ସହ  ସଂଘ ର ସମ୍ପାଦକ ଅର୍ଜୁନ ଭୋକ୍ତା ଙ୍କ ଠାରୁ ୫ଦଫା ସମ୍ବଳିତ ଦାବିପତ୍ର ଗ୍ରହଣ କରିଥିଲେ l 

ବର୍ତ୍ତମାନ ସମୟରେ ସାଧାରଣ ନିର୍ବାଚନ ପାଇଁ ଆଦର୍ଶ ଆଚରଣ ଵିଧି କୁ ଦୃଷ୍ଟି ରେ ରଖି କଳାକାର ମାନଙ୍କ  ସମ୍ବଳିତ ଦାବି ଗୁଡିକ ଆଗାମୀ ଦିନରେ ବିଚାରକୁ ନେଇ କାର୍ଯ୍ୟକାରୀ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ l ଏହି ଶୋଭା ଯାତ୍ରା ରେ ବ୍ଲକ ର ୨୨ ଗୋଟି ପଂଚାୟତ ର ବିଭିନ୍ନ କଳାକାର ସଂଘ ର ପତର ସୌରl, ଘୁଡୁକା, କୃଷ୍ଣ ଗୁରୁ, ଦଣ୍ଡ ନୃତ୍ୟ, ଶବର,ହରେକୃଷ୍ଣ ଆଦି ସଂଘ ର ଶତାଧିକ କଳାକାର ସାମିଲ ଥିଲେ l ଅନ୍ୟପଟେ ସରକାର ୫ଦଫା ଦାବି  କୁ ପୂରଣ ନ କଲେ ଆଗାମୀ ଦିନରେ ଶହ ଶହ କଳାକାର ରାଜ ରାସ୍ତାକୁ ଓହ୍ଲାଇ ଧର୍ମଘଟ କରିବା ପାଇଁ ହରଭଙ୍ଗା କଳାକାର ଓ ସଂସ୍କୃତି ସଂଘ ପକ୍ଷରୁ କଡା ଚେତାବନୀ ଦେଇଛନ୍ତି l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.