ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା ରସାବଳିକୁ ମିଳିଲା ଜିଆଇ ଟ୍ୟାଗ୍ ମାନ୍ୟତା , ୧୩ ଡିସେମ୍ୱର ୨୦୨୧ରେ ହୋଇଥିଲା ଆବେଦନ
  • ||
  • ସ୍ବିଡେନ୍‌: ପଦାର୍ଥ ବିଜ୍ଞାନରେ ୩ ଜଣଙ୍କୁ ନୋବେଲ ପୁରସ୍କାର
  • ||
  • ନୂଆଦିଲ୍ଲୀ: ଭୂକମ୍ପରେ ଥରିଲା ଦିଲ୍ଲୀରୁ ଉତ୍ତରାଖଣ୍ଡ, କେନ୍ଦ୍ରସ୍ଥଳ ନେପାଳ
  • ||
  • ବାଙ୍କୀ : ମହାନଦୀ ବ୍ରିଜ୍‌ରେ ଝୁଲୁଛି ବସ୍, ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ଉଦ୍ଧାର
  • ||
  • ଭୁବନେଶ୍ଵର : ଲୋକସେବା ଭବନରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ
  • ||
  • କରଞ୍ଜିଆ : ଭୁଜାଲି ମାଡ଼ରେ ମହିଳା ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି
  • ||
  • ଶ୍ରୀନଗର : ରାଜୌରୀ କାଲାକୋଟ ଆରାରେ ଗୁଳିବିନିମୟ, ୯ ପାରା କମାଣ୍ଡୋ ୟୁନିଟର ୩ ଯବାନ ଆହତ
  • ||
  • ସୁନ୍ଦରଗଡ଼ : ମାଟି କାନ୍ଥ ଭୁଶୁଡ଼ି ଜଣେ ମୃତ
  • ||
  • ବାଲିଗୁଡ଼ା : ବିସ୍କୁଟ ଗୋଦାମରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ
  • ||

ଋଷର ଋଣ ସୁଝିବ ଉତ୍ତର କୋରିଆ; ୟୁକ୍ରେନ ଯୁଦ୍ଧରେ ପୁଟିନ୍‌ଙ୍କୁ ସାହାଯ୍ୟ କରିବେ କିମ୍‌ ଜଙ୍ଗ୍‌ ଉନ୍‌!

Image courtesy: Tv9

ମସ୍କୋ,୧୦/୦୯: ୟୁକ୍ରେନ ଯୁଦ୍ଧ ଏବେ ଉତ୍ତର କୋରିଆକୁ ବ୍ୟାପିବାରେ ଲାଗିିଛି। ଆମେରିକାର ବାରମ୍ବାର ଚେତାବନୀ ସତ୍ତ୍ବେ କିମ୍ ଜଙ୍ଗ୍ ଉନ୍ ଋଷକୁ ଅସ୍ତ୍ର ଯୋଗାଇ ପାରନ୍ତି। ଯୁଦ୍ଧରେ ୟୁକ୍ରେନ ନିଜକୁ ଯେଉଁଭଳି ଭାବେ ରକ୍ଷା କରି ମସ୍କୋ ଉପରେ ଆକ୍ରମଣ ଆରମ୍ଭ କରିଛି, ଏହାକୁ ନଜରରେ ରଖି ଋଷ ଏହାର ପୁରୁଣା ସହଯୋଗୀଙ୍କର ସହାୟତା ଲୋଡ଼ୁଛି। ପୁଟିନ ନିଜେ ଅସ୍ତ୍ରଶସ୍ତ୍ର ଉତ୍ପାଦନ ବୃଦ୍ଧି କରିଥିଲେ କିନ୍ତୁ ବର୍ତ୍ତମାନ ତାଙ୍କୁ ମଧ୍ୟ ସାହାଯ୍ୟ ଦରକାର।

ରିପୋର୍ଟ ଅନୁଯାୟୀ, ଉତ୍ତର କୋରିଆରେ ଲକ୍ଷ ଲକ୍ଷ ଆର୍ଟିଲିରି ସେଲ ଏବଂ ରକେଟ୍ ଅଛି, ଯଦି ଋଷ ଏଗୁଡ଼ିକ ପାଇବ ତେବେ ଯୁଦ୍ଧରେ ଏହା ବହୁତ ସାହାଯ୍ୟ କରିବ। ଆମେରିକା କହିଛି ଯେ ଆଗାମୀ ଦିନରେ କିମ୍ ଉନ୍ ନିଜେ ଋଷ ଯାଇପାରନ୍ତି, ଯେଉଁଠାରେ ସେ ପୁଟିନଙ୍କ ସହ ସାକ୍ଷାତ ପରେ ଚୁକ୍ତି ଶେଷ କରିବେ। ଜୁଲାଇରେ ଋଷର ପ୍ରତିରକ୍ଷା ମନ୍ତ୍ରୀ ସର୍ଗି ଶୋଏଗୁ ଉତ୍ତର କୋରିଆ ଯାଇଥିଲେ। ୧୯୯୧ ରେ ସୋଭିଏତ୍ ୟୁନିଅନ୍ ଭାଙ୍ଗିବା ପରେ ସେ ଉତ୍ତର କୋରିଆ ଗସ୍ତରେ ଯାଇ‌ଥିବା ପ୍ରଥମ ନେତା ଭାବେ ଇତିହାସ ରଚିଥିଲେ। 

କିମ-ପୁଟିନଙ୍କ ମଧ୍ୟରେ ହେବାକୁ ଥିବା ସମ୍ଭାବିତ ଚୁକ୍ତି ୧୯୫୦-୫୩ ମସିହାରେ କୋରିଆ ଯୁଦ୍ଧକୁ ମନେ ପକାଇଥାଏ ଯେତେବେଳେ ସୋଭିଏତ ସଂଘ (ବର୍ତ୍ତମାନର ରୁଷ) ଅସ୍ତ୍ରଶସ୍ତ୍ର ଏବଂ ଗୋଳାବାରୁଦ ଯୋଗାଇ କମ୍ୟୁନିଷ୍ଟ କୋରିଆକୁ ସାହାଯ୍ୟ କରିଥିଲା। ଯଦି ଏହି ଚୁକ୍ତି ଚୂଡ଼ାନ୍ତ ହୁଏ, ତେବେ ଏହା ଉତ୍ତର କୋରିଆ ପାଇଁ ଋଷକୁ ଅନୁଗ୍ରହ ଫେରାଇବା ପରି ହେବ। 

ସୂଚନାଥାଉକି, କିମ୍‌ଙ୍କ ସମ୍ଭାବିତ ଋଷ ଗସ୍ତକୁ ନେଇ କ୍ରେମଲିନ କିଛି ବି କହିବାକୁ ଅଗ୍ରାହ୍ୟ କରିଛି। ଋଷ କହିଛି ଯେ, ଅନ୍ୟ ଦେଶ ଏନେଇ କ'ଣ କହିବ, ସେନେଇ କିଛି ଯାଏଆସ ନାହିଁ। ଉତ୍ତର କୋରିଆ ଏହାର ପଡ଼ୋଶୀ ଅଟେ ଏବଂ ଏହାର ସମ୍ପର୍କକୁ ଆଗକୁ ବଢ଼ାଇବ। ୨୦୧୯ରେ କିମ୍‌ ଜଙ୍ଗ ଉନ୍‌ ଋଷ ଯାଇଥିଲେ ଏବଂ ରାଷ୍ଟ୍ରପତି ପୁଟିନଙ୍କ ସହିତ ଏକ ଦିର୍ଘ ସମୟର ଆଲୋଚନା ହୋଇଥିଲା। ତେବେ ଏହି ଆଲୋଚନାରୁ କୌଣସି କଥା ଆଗକୁ ବଢ଼ି ନ‌ଥିଲା ଏବଂ ଉଭୟ ନେତାଙ୍କ ମଧ୍ୟରେ ଏଯାବତ୍‌ କୌଣସି ଆଲୋଚନା ହୋଇନାହିଁ। 

ଋଷ ଚାହୁଁଛି କିମ୍ ଜଙ୍ଗ ଉନ୍ ଏହି ଚୁକ୍ତିନାମାକୁ ଯଥାଶୀଘ୍ର ଚୂଡାନ୍ତ କରନ୍ତୁ ଯାହା ଦ୍ବାରା ପାଶ୍ଚାତ୍ୟ ସମର୍ଥକ ଯୁଦ୍ଧରେ ୟୁକ୍ରେନକୁ ଶିକ୍ଷା ଦେଇପାରିବେ। ସେମାନେ ଆଶା କରୁଛନ୍ତି ଯେ କିମ୍ ଗୁଳି, ବୋମା ଏବଂ ଅନ୍ୟାନ୍ୟ ଭାରୀ ଅସ୍ତ୍ର ଯୋଗାଇବେ। କିମ୍ ଋଷକୁ ଅନୌପଚାରିକ ଭାବରେ ସାହାଯ୍ୟ କରିସାରିଛି। ନଭେମ୍ବର ୨୦୨୨ ରେ, ସେ ୱାଗନର୍ ଗ୍ରୁପକୁ ଅସ୍ତ୍ର ବିକ୍ରୟ କରିଥିବା ଖବର ଆସିଥିଲା, କିନ୍ତୁ ଋଷ ଏବଂ ଉତ୍ତର କୋରିଆ ଏହି ଦାବିକୁ ପ୍ରତ୍ୟାଖ୍ୟାନ କରିଥିଲେ।


 

Copyright © 2022 - Summa Real Media Private Limited. All Rights Reserved.