ପ୍ରମୂଖ ଖବର
  • ପାରାଦୀପ ଜିରୋ ପଏଣ୍ଟ ପାଖରେ ଗଚ୍ଛିତ ପାଇପରେ ଭୟଙ୍କର ଅଗ୍ନିକାଣ୍ଡ
  • ||
  • ରାଜଧାନୀରୁ ୫ କ୍ୱିଣ୍ଟାଲ ଗଞ୍ଜେଇ ଜବତ, ୨ ଗିରଫ
  • ||
  • ରାଉରକେଲାରେ ପୋଲିସ ଡିଜି ୱାଇବି ଖୁରାନିଆ, ରାଉରକେଲାରେ ଚାଲିଛି ସମୀକ୍ଷା ବୈଠକ
  • ||
  • ପହଲଗାମ ଆତଙ୍କୀ ହମ୍‌ଲା ପରେ ରାଜଧାନୀରେ ହାଇଆଲର୍ଟ, ଭୁବନେଶ୍ୱର ରେଲ୍‌ ୱେ ଷ୍ଟେସନ୍‌ରେ ଫ୍ଲାଗ୍ ମାର୍ଚ୍ଚ
  • ||
  • ରାଜଧାନୀରେ ଦୁର୍ବୃତ୍ତଙ୍କ ଆତଙ୍କରାଜ, ଟଙ୍କା ମାଗିବାରୁ ଦହିବରା ବେପାରୀଙ୍କୁ ନିସ୍ତୁକ ପିଟିଲେ
  • ||
  • ସମ୍ୱଲପୁର : ପାଣିରେ ବୁଡ଼ି ଜୀବନ ହାରିଥିଲେ ଭିସୁଟ୍‌ ଛାତ୍ରୀ: ୧୦୦ ଜଣଙ୍କ ଉପରେ ସର୍ବକାଳୀନ ଛାତ୍ର କାର୍ଯ୍ୟାନୁଷ୍ଠାନ
  • ||
  • ଚଳିବନି ପାକ୍ ପ୍ରୋପାଗଣ୍ଡା, ଭାରତରେ ୧୬ ପାକିସ୍ତାନୀ ୟୁଟ୍ୟୁବ୍ ଚ୍ୟାନେଲ୍ ବ୍ୟାନ୍
  • ||
  • ମେ ୨ରୁ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା, ୧୨ ଯାଏ ୩ଟି ସିଫ୍ଟରେ ହେବ ଏକ୍ସଜାମ୍
  • ||
  • ବାଙ୍ଗିରିପୋଷି-ପୁରୀ ସୁପରଫାଷ୍ଟ ଟ୍ରେନ୍‌ରେ ଏଲଏଚବି କୋଚ୍‌ର ଶୁଭାରମ୍ଭ
  • ||
  • କେନ୍ଦୁଝର : ବାଇକ୍‌କୁ ଧକ୍କା ଦେଲା ଆଡିସନାଲ୍‌ CSOଙ୍କ ବୋଲେରୋ, ବାଇକ୍‌ ଚାଳକ ମୃତ
  • ||
  • ସୋମବାର ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୭ ତମ ଜନ୍ମଜୟନ୍ତୀ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ବିଜେଡି ନେତା ଓ କର୍ମୀ
  • ||
  • ଅନୁଗୁଳ : ୫୫ କେଜିରୁ ଉର୍ଦ୍ଧ୍ୱ ଗଞ୍ଜେଇ ଜବତ, ୨ ଗିରଫ
  • ||
  • IPL 2025: ଆଜି ରାଜସ୍ଥାନ- ଗୁଜରାଟ ଲଢ଼େଇ, ରୟାଲ୍ସ ପାଇଁ ‘କର ବା ମର’
  • ||
  • ତାତି କମିଲା, ଆହୁରି କମିବ: ଆଜି ଘଡ଼ଘଡ଼ି ସହ କୁଆପଥର ବର୍ଷା ଆଶଙ୍କା,୯ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||
  • ସୁନ୍ଦରଗଡ଼ : ବସ୍‌ ଓଲଟି ଜଣେ ମୃତ, ୫ ରୁ ଉର୍ଦ୍ଧ୍ୱ ଗୁରୁତର
  • ||

ମହିଳାଙ୍କ ପାଇଁ ‘ସଖୀ ବୁଥ୍‌’, ପ୍ରିଜାଇଡିଂ ଅଫିସରଠୁ ଆରମ୍ଭ କରି ସୁରକ୍ଷା କର୍ମୀ ସମସ୍ତେ ମହିଳା

Published By : Prameya | March 20, 2024 3:48 PM

ଭୁବନେଶ୍ୱର, ୨୦।୩: ଚଳିତ ନିର୍ବାଚନରେ ମହିଳାମାନଙ୍କ ପାଇଁ ସ୍ୱତନ୍ତ୍ର ସଖୀ ବୁଥ୍‌ ଖୋଲିବ । ଏଥିରେ ଭୋଟରଙ୍କ ଠାରୁ ଆରମ୍ଭ କରି କର୍ମଚାରୀ ସବୁ ମହିଳା ରହିବେ । "ନିର୍ବାଚନର ପର୍ବ, ଆମ ଦେଶର ଗର୍ବ'-ଭାରତ ନିର୍ବାଚନ କମିଶନ ଏହି ଥିମ୍‌କୁ ଗ୍ରହଣ କରି ସାଧାରଣ ନିର୍ବାଚନ-୨୦୨୪ରେ ଦେଶର ସମସ୍ତ ବର୍ଗର ଅଂଶଗ୍ରହଣକୁ ବଢ଼ାଇବା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରିଛନ୍ତି । ସେହି ମଧ୍ୟରେ ଏକ ଅନନ୍ୟ ଚେଷ୍ଟା ହେଉଛି "ସମ୍ପୂର୍ଣ୍ଣ ରୂପେ ମହିଳାଙ୍କ ଦ୍ୱାରା ପରିଚାଳିତ ବୁଥ୍‌-‘ସଖୀ ବୁଥ୍‌' । ସଖୀ ବୁଥ୍‌ ହେଉଛି ଏକ ମଡେଲ ବୁଥ୍‌ ଯାହା ମହିଳାମାନଙ୍କ ଦ୍ୱାରା ପରିଚାଳିତ । ଯେଉଁ ଅଞ୍ଚଳରେ ମହିଳାମାନଙ୍କ ମତଦାନ ହାର କମ୍‌ ରହୁଥିବାର ଲକ୍ଷ୍ୟ କରାଯାଉଛି, ସେଠି "ସଖୀ ବୁଥ୍‌' କରାଯାଇ ମହିଳା ମତଦାନ ହାର ବୃଦ୍ଧି ପାଇଁ ଲକ୍ଷ୍ୟ ରଖାଯାଇଛି । ଏହି ବୁଥ୍‌ରେ ପ୍ରିଜାଇଡିଂ ଅଫିସର, ପୋଲିଂ ଅଫିସର, ସୁରକ୍ଷା କର୍ମୀ ଓ ଅନ୍ୟ କର୍ମଚାରୀ ସମସ୍ତେ ମହିଳା । 

ବୁଥ୍‌ରେ ପୋଲିଂ ଏଜେଣ୍ଟ ଭାବରେ ମହିଳାମାନଙ୍କୁ ନିୟୋଜିତ କରିବା ପାଇଁ ରାଜନୈତିକ ଦଳ ଓ ପ୍ରାର୍ଥୀମାନଙ୍କୁ ମଧ୍ୟ ଅନୁରୋଧ କରାଯାଇଛି । ଏଠାରେ ନିୟୋଜିତ ହେବାକୁ ଥିବା ମହିଳା କର୍ମଚାରୀମାନେ କୌଣସି ମଧ୍ୟ ରଙ୍ଗର ପୋଷାକ ଓ ଶାଢ଼ୀ ପିନ୍ଧି ପାରିବେ । ମାତ୍ର ସେମାନେ ଓଡ଼ିଶାର ହସ୍ତତନ୍ତର ଯେକୌଣସି ପୋଷାକ ବା ଶାଢ଼ୀ ପିନ୍ଧିବା ପାଇଁ ଉତ୍ସାହିତ କରାଯାଉଛି  । "ସଖୀ ବୁଥ୍‌'ଗୁଡ଼ିକରେ ମଧ୍ୟ ଅନ୍ୟ ମଡେଲ୍‌ ବୁଥ୍‌ଗୁଡ଼ିକ ପରି ଆନୁଷଙ୍ଗିକ ବ୍ୟବସ୍ଥା କରାଯିବ । ରାଜ୍ୟର ପ୍ରତିଟି ଜିଲ୍ଲାରେ ଏହି ବୁଥ୍‌ କାର୍ଯ୍ୟ କରିବ । ଭାରତୀୟ ଗଣତନ୍ତ୍ରର ମହାପର୍ବରେ ନାରୀଶକ୍ତି ଦ୍ୱାରା ପରିଚାଳିତ "ସଖୀ ବୁଥ୍‌'ଗୁଡ଼ିକ ସମଗ୍ର ବିଶ୍ୱ ପାଇଁ ଉଦାହରଣ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ମତବ୍ୟକ୍ତ କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.