ପ୍ରମୁଖ ଖବର
  • ଓଡ଼ିଶାର ପ୍ରଥମ ହସ୍ପିଟାଲ: ସମ୍‌ ଅଲ୍ଟିମେଟ୍‌ ମେଡିକେୟାରକୁ ଜେସିଆଇ ପ୍ରାଇମ୍‌ ସାର୍ଟିଫିକେଟ୍‌
  • ||
  • ଆହୁରି ଜଳିବ ଓଡ଼ିଶା, ମେ’ ୪ ଯାଏଁ ନିସ୍ତାର ଆଶା କମ୍‌': ଆଜିଠାରୁ ଭୀଷଣ ତାତି ମାଡ଼,୧୯ ଜିଲ୍ଲାକୁ ଆଲର୍ଟ ଜାରି
  • ||

ସାମସଙ୍ଗ ଆଣିଲା AI ଫ୍ରିଜ୍, ଆଗୁଆ ସୂଚାଇବ କେବେ ଖରାପ ହେବ ଖାଦ୍ୟ

ନୂଆଦିଲ୍ଲୀ, ୦୪/୦୪: ଦକ୍ଷିଣ କୋରିଆର କମ୍ପାନୀ ସାମସଙ୍ଗ ଭାରତରେ ନୂଆ ରେଞ୍ଜର ଏଆଇ ଆପ୍ଲିଆନ୍ସ ଲଞ୍ଚ୍ କରିଛି । ଯେଉଁଥିରେ ଫ୍ରିଜ୍ ଠାରୁ ନେଇ ଏୟାର କଣ୍ଡିସନର, ମାଇକ୍ରୋୱେଭ୍ ଏବଂ ୱାଶିଂ ମେସିନ୍ ଆଦି ରହିଛି । ଏସବୁ ସ୍ମାର୍ଟ ଉପକରଣ ବିସ୍ପୋକ୍ ଏଆଇ ସହିତ ଆସିବ । ଘରର ବୈଦ୍ୟୁତିକ ଉପକରଣ ଲାଗି ସାମସଙ୍ଗ ବିସ୍ପୋକ୍ ଏଆଇକୁ ପ୍ରସ୍ତୁତ କରିଛି । ଏହାଦ୍ୱାରା ଘରେ ବ୍ୟବହୃତ ବୈଦ୍ୟୁତିକ ଉପକରଣ କମ୍ ବିଦ୍ୟୁତ୍ ଖର୍ଚ୍ଚ କରିବା ସହ ଆହୁରି ଉପଯୋଗୀ ହୋଇ ପାରିବ । 

ବିସ୍ପୋକ୍ ଏଆଇ ଆପ୍ଲିଆନ୍ସ ୱାଇଫାଇ ସହ ଆସୁଛି । ଏଥିରେ ଇଣ୍ଟରନାଲ୍ କ୍ୟାମେରା ସହିତ ଏଆଇ ଚିପସେଟର ବ୍ୟବହାର କରାଯାଇଛି । ଏହି ଉପକରଣକୁ ସହଜରେ ବ୍ୟବହାର କରାଯାଇ ପାରିବ । ଏସବୁକୁ ସ୍ମାର୍ଟଥିଙ୍ଗ୍ସ ଆପ୍ ସହ ମଧ୍ୟ ବ୍ୟବହାର କରି ହେବ । କମ୍ପାନୀର ଦାବି ବ୍ୟବହାରକାରୀଙ୍କ ଉପଯୋଗରୁ ଏଆଇ ଶିଖିବ ଏବଂ ଆଗକୁ ସେହି ଅନୁସାରେ ନିୟନ୍ତ୍ରଣ କରିବ । ତେବେ ନୂଆ ଉପକରଣର ମୂଲ୍ୟ କେତେ ରହିବ ସେ ନେଇ ସାମସଙ୍ଗ ପକ୍ଷରୁ କିଛି କୁହାଯାଇ ନାହିଁ ।

ସାମସଙ୍ଗ ବିସ୍ପୋକ ଏଆଇ ଫ୍ରିଜ୍ ଆଣିଛି । ଏହି ଫ୍ରିଜ୍ ସ୍ମାର୍ଟ ଟିଭି ପ୍ୟାନେଲ୍ ସହ ଆସୁଛି । ଏହି ସ୍କ୍ରିନ୍ ଜରିଆରେ ବ୍ୟବହାରକାରୀ ଫ୍ରିଜରେ ଥିବା ସମସ୍ତ ସାମଗ୍ରୀକୁ ଦେଖି ପାରିବେ । ଏପରିକି ରଖା ଯାଇଥିବା ଖାଦ୍ୟ ସାମଗ୍ରୀର ଅନ୍ତିମ ଉପଯୋଗ ତାରିଖ ବି ଜାଣି ପାରିବେ ।

କେବଳ ଏତିକି ନୁହେଁ ଫ୍ରିଜରେ ରଖା ଯାଇଥିବା ପରିବା ଓ ଅନ୍ୟ ସାମଗ୍ରୀର ଉପଲବ୍ଧତା ଅନୁସାରେ, ଏଆଇ ଫ୍ରିଜ୍ ବ୍ୟବହାରକାରୀଙ୍କୁ ଖାଦ୍ୟ ତିଆରି କରିବା ନେଇ ସୂଚାଇବ । କେଉଁ ଖାଦ୍ୟ କିଭଳି ପ୍ରସ୍ତୁତ କରିବେ ତାହା ବି ଟିଭି ପ୍ୟାନେଲରେ ଦେଖି ପାରିବେ । ସାମସଙ୍ଗ ବିସ୍ପୋକ ଏଆଇ ଫ୍ରିଜରେ ଲାଗିଥିବା ଟିଭି ପ୍ୟାନେଲ୍ ସହାୟତାରେ ସ୍ମାର୍ଟ ୱାଶିଂ ମେସିନ୍, ମାଇକ୍ରୋୱେଭ୍ ଏବଂ ଏସିକୁ ନିୟନ୍ତ୍ରଣ କରାଯାଇ ପାରିବ । 

ଏଥିରେ ଏଆଇ ଭିଜନ କ୍ୟାମେରାର ବ୍ୟବହାର କରାଯାଇଛି । ଯାହା ଏବେ ୩୩ଟି ପଦାର୍ଥକୁ ଚିହ୍ନି ପାରୁଛି । ଫ୍ରିଜରେ ଉପରେ ଭାଗରେ ଲଗା ଯାଇଥିବା କ୍ୟାମେରା ଖାଦ୍ୟ ରଖିବା ବେଳେ ତଥ୍ୟ ସଂଗ୍ରହ କରି ନେଇଥାଏ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.