ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଆଇପିଏଲ୍‌ ମ୍ୟାଚ୍‌ରେ ନିଜର ଡୁପ୍ଲିକେଟ୍‌କୁ ଦେଖି ଶ୍ରଦ୍ଧା କପୁର ହୋଇଗଲେ ଆଶ୍ଚର୍ଯ୍ୟ , କହିଲେ ....

ମୁମ୍ୱାଇ- ବଲିଉଡ୍‌ର ଅନେକ ଷ୍ଟାର୍‌ଙ୍କ ଅବିକଳ ଚେହେରା ଥିବା ଲୋକଙ୍କୁ ଆପଣ ଦେଖି ଥିବେ ନିଶ୍ଚୟ। ସୋସିଆଲ ମିଡ଼ିଆରେ ତାଙ୍କ ଫଟୋ ଓ ଭିଡ଼ିଓ ଭାଇରାଲ ହୋଇଥାଏ। ଶାହରୁଖ ଖାନ , ସଲମାନ ଖାନ , କାଟ୍ରିନା କୈଫ୍‌ ଓ ଐଶ୍ୱର୍ଯ୍ୟ ରାୟଙ୍କର କାର୍ବନ କପି ସାମନାକୁ ଆସି ସାରିଛି। ଏହି ମଧ୍ୟରେ ଶ୍ରଦ୍ଧା କପୁରଙ୍କ ପରି ଦେଖା ଯାଉ ଥିବା ଜଣେ ଯୁବତୀଙ୍କର ଫଟୋ ଖୁବ୍‌ ଭାଇରାଲ କରାଯାଉଛି। ସେ ଆଇପିଏଲ ମ୍ୟାଚ୍‌ ଦେଖିବାକୁ ଯାଇଥିଲେ, ଯେମିତି କ୍ୟାମେରା ତାଙ୍କ ଉପରେ ପଡ଼ିଛି ,ଲୋକେ ତାଙ୍କର ତୁଳନା ଶ୍ରଦ୍ଧା କପୁରଙ୍କ ସହ କରିଛନ୍ତି।

ସୂଚନା ଆଧାରରେ , ୧୧ ଅପ୍ରେଲକୁ ୱାଙ୍ଖେଡ୍‌ ଷ୍ଟାଡିୟମରେ ମୁମ୍ୱାଇ ଇଣ୍ଡିଆନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ମୁକାବିଲା ହୋଇଥିଲା। ଏହି ସମୟରେ ସେହି ଯୁବତୀଙ୍କୁ କ୍ୟାମେରା କଏଦ କରିଥିଲା। ସେ ହ୍ୱାଇଟ୍‌ କଲରର କୁର୍ତ୍ତା ପିନ୍ଧି ଥିଲେ ଏବଂ କେଶକୁ ଖୋଲା ରଖି ଥିଲେ। ଚେହେରାର ଆକାରରୁ ନେଇ ତାଙ୍କର ହସ ଯାଏ ସବୁ ଶ୍ରଦ୍ଧା କପୁରଙ୍କ ଭଳି। ଫଟୋ ଭାଇରାଲ ହେବାରୁ ଅଭିନେତ୍ରୀ ମଧ୍ୟ ଏହି ନ୍ୟୁଜ୍‌କୁ ପୋଷ୍ଟ କରିଥିଲେ। 

ଶ୍ରଦ୍ଧାଙ୍କ ସୋସିଆଲ ମିଡ଼ିଆ ପୋଷ୍ଟ ଖୁବ୍‌ ମଜାଦାର ହୋଇଥାଏ। ସେ ଏକ ନ୍ୟୁଜ୍‌ ରିପୋର୍ଟର ସ୍କ୍ରିନ୍‌ସଟ୍‌ ସେୟାର କରିଛନ୍ତି , ଯେଉଁଥିରେ ଲେଖା ଥିଲା କି ଆଇପିଏଲ ମ୍ୟାଚ୍‌ ବେଳେ ଶ୍ରଦ୍ଧା କପୁରଙ୍କ ଡୁପ୍ଲିକେଟ୍‌ ସମସ୍ତଙ୍କର ଧ୍ୟାନ ଆକର୍ଷଣ କରିଥିଲେ। ଏହି ନ୍ୟୁଜ୍‌ ରିପୋର୍ଟକୁ ଦେଖି ଶ୍ରଦ୍ଧା ମଧ୍ୟ ଦ୍ୱନ୍ଦ୍ୱରେ ପଡ଼ିଯାଇ ଥିଲେ। ସେ ଲେଖିଥିଲେ –ଆରେ ମୁଁ ତ ନିଜେ। ସେ ପୁଣି ହସିବାର ଇମୋଜି  କରିଥିଲେ। 

ୱାର୍କଫ୍ରଣ୍ଟ କଥା ଯଦି କହିବା ତ ଶ୍ରଦ୍ଧାଙ୍କ ଗତ ଫିଲ୍ମ ତୁ ଝୁଠି ମୈ ମକ୍କାର ଥିଲା। ଏଥିରେ ତାଙ୍କର ଯୋଡ଼ି ରଣବୀର କପୁରଙ୍କ ସହ ଥିଲା। ଅଭିନେତ୍ରୀଙ୍କ ଆଗାମୀ ଫିଲ୍ମ ହରର କମେଡି ସ୍ତ୍ରୀ-୨  ର ରିଲିଜ୍‌କୁ ସମସ୍ତେ ଅପେକ୍ଷା କରିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.