ପ୍ରମୁଖ ଖବର
  • ଭୁବନେଶ୍ୱର : ଅନ୍‌ଲାଇନ୍‌ ଟ୍ରେଡିଂ ନାଁରେ ୬୧ ଲକ୍ଷ ଠକେଇ, ମାଷ୍ଟରମାଇଣ୍ଡ୍‌ ୪ ରାଜ୍ୟରେ ମୋଷ୍ଟ୍‌ ୱାଣ୍ଟେଡ୍
  • ||
  • ଭୁବନେଶ୍ୱର : ମେ ଚତୁର୍ଥ ସପ୍ତାହରେ ମାଟ୍ରିକ୍‌ ଫଳ ! ହ୍ୱାଟସ୍‌ଆପ୍‌ରେ ପରୀକ୍ଷାର୍ଥୀ ପାଇବେ ରେଜଲ୍ଟ
  • ||
  • ନୂଆଦିଲ୍ଲୀ : ସମୂହ ଛୁଟିରେ ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ର ଶତାଧିକ କ୍ରିଉ ମେମ୍ଵର, ୭୦ରୁ ଅଧିକ ଉଡ଼ାଣ ବାତିଲ୍
  • ||
  • ପୁରୀ : ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି, ସନ୍ଧ୍ୟା ୬ଟାରୁ ରାତି ୧୨ଟା ଦର୍ଶନ ମନା
  • ||
  • ଭୁବନେଶ୍ୱର : ଜନପଥରେ ମୋଦିଙ୍କ ରୋଡ୍‌ ସୋ', ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଲେ ଏସ୍‌ପିଜି, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଭୁବନେଶ୍ଵର : ଆଜି ୭ ଜିଲ୍ଲାରେ ନିର୍ଧୁମ ବର୍ଷିବ, ୧୦ ଯାଏ ବିସ୍ତୀର୍ଣ୍ଣ ଅଞ୍ଚଳରେ ବର୍ଷା
  • ||
  • ଭୁବନେଶ୍ଵର : ରାଜଧାନୀରେ ପୁଣି ହିଟ୍ ଆଣ୍ଡ ରନ୍, ରାସ୍ତା ପାରି ହେଉଥିବା ବେଳେ ଦମ୍ପତିଙ୍କ ଉପରେ ଚଢ଼ିଗଲା ଟ୍ରକ୍
  • ||

ନୀଳଗିରିରୁ ଲଢ଼ିପାରନ୍ତି ଶ୍ରୀମୟୀ ମିଶ୍ର, ଦୁଇ ଜଣଙ୍କ କଳିରୁ ତୃତୀୟ ଜଣଙ୍କ ଲାଭକୁ ନେଇ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା

ନୀଳଗିରି,୨୭/୦୪: ନୀଳଗିରିରୁ ଲଢ଼ିବେ ବିଜେଡିର ନାରୀନେତ୍ରୀ ଶ୍ରୀମୟୀ ମିଶ୍ର । ଏଭଳି ତଥ୍ୟ ସାମାଜିକ ଗଣମାଧ୍ୟମରେ ଆସିବା ପରେ ନୀଳଗିରିର ରାଜନୈତିକ ତାତି ବୈଶାଖକୁ ଟପି ଯାଇଛି । ଦୁଇ ଜଣଙ୍କ କଳିରୁ ତୃତୀୟ ଜଣଙ୍କ ଲାଭ ହେବ କି ବୋଲି ସବୁଠି ଚର୍ଚ୍ଚା ଆରମ୍ଭ ହୋଇଛି ।  

ନୀଳଗିରି ନିର୍ବାଚନମଣ୍ଡଳୀରେ  ବିଧାୟକ ଟିକଟ ପାଇଁ ଚାଲିଛି ବିଜେପି  ଓ ବିଜେଡି ମଧ୍ୟରେ ଲୁଚକାଳି ଖେଳ ।  କଂଗ୍ରେସ ମଧ୍ୟ ଏଥିରୁ ବାଦ ପଡ଼ିନି ।  ବିଧାୟକ ଇଂ ସୁକାନ୍ତ କୁମାର ନାୟକ  ବିଜେପି ଛାଡ଼ି ବିଜେଡିକୁ ଗଲାପରେ ସବୁ  ସମୀକରଣ ବଦଳି ଯାଇଛି । ବିଜେଡିର  ନେତା ସନ୍ତୋଷ ଖଟୁଆ ଅନିଶ୍ଚିତତା  ମଧ୍ୟରେ ଦିନ କାଟୁଥିଲେ ବି ଦଳୀୟ  ଟିକଟ ଆଶା ଛାଡ଼ିନାହାନ୍ତି । ତେଣୁ ଉଭୟ  ସୁକାନ୍ତ ଓ ସନ୍ତୋଷ ସମାନ୍ତରାଳ ଭାବେ  ନିଜର ସାଂଗଠନିକ କାର୍ଯ୍ୟ ଚଳାଇଛନ୍ତି ।  ଦୁଇ ନେତାଙ୍କ ସମର୍ଥକ ଟିକଟକୁ ନେଇ  ଦୃଢ଼ ଆଶାବାଦୀ ଥିଲେ ମଧ୍ୟ ଏହି୨ ଜଣଙ୍କ  ମଧ୍ୟରୁ ଜଣଙ୍କୁ ନିରାଶ ହେବାକୁ ପଡ଼ିବ । ପ୍ରାର୍ଥୀ ଘୋଷଣା ଘୁଞ୍ଚିଘୁଞ୍ଚି ଯାଉଥିବା  ବେଳେ ଶୁକ୍ରବାର ହଠାତ୍‌ ଶ୍ରୀମୟୀ ମିଶ୍ର ନୀଳଗିରିରୁ ବିଜେଡି ପ୍ରାର୍ଥୀ ହେବା ଖବର  ସାମାଜିକ ଗଣମାଧ୍ୟମରେ ଘୂରି ବୁଲିବା  ପରେ ନୀଳଗିରି ରାଜନୀତି ଚଳଚଞ୍ଚଳ  ହୋଇପଡ଼ିଛି । ନୀଳଗିରିରେ ଏବେ ଦୁଇ  ତୁଙ୍ଗନେତାଙ୍କ କଳିରୁ ତୃତୀୟ ଜଣଙ୍କ ଲାଭ  ହେଲାପରି ହୁଏତ ଶ୍ରୀମୟୀଙ୍କୁ ଥଇଥାନ  କରାଯାଇପାରେ ବୋଲି ଚର୍ଚ୍ଚା ଧରିଛି ।  

ଏ ନେଇ ବିଧାୟକ ଇଂ ନାୟକ  କହିଛନ୍ତି, ସେ ଜଣେ ସାଧାରଣ କର୍ମୀ । ସୁପ୍ରିମୋ ମୋତେ ଯେଉଁ ନିର୍ଦ୍ଦେଶ  ଦେବେ ତାହା ମୁଁ କରିବି । ସାମାଜିକ  ଗଣମାଧ୍ୟମରେ ଏଭଳି ଖବରକୁ ନେଇ  ବିଚଳିତ ନ ହେବାକୁ ସେ ସମର୍ଥକଙ୍କୁ  ପରାମର୍ଶ ଦେଇଛନ୍ତି । ସେପଟେ  ସନ୍ତୋଷଙ୍କ ସମର୍ଥକ ଏପରି ଖବରକୁ  ନେଇ କହିଛନ୍ତି ଆମେ କର୍ମରେ ବିଶ୍ୱାସ  ରଖୁ । ଏପରି ଖବରକୁ ନେଇ ଆମର  ସଂଗଠନ ବିବ୍ରତ ନୁହେଁ । 

ସୂଚନାଯୋଗ୍ୟ, ଶ୍ରୀମୟୀ  ଭୁବନେଶ୍ୱର ଲୋକସଭାରୁ ବିଜେଡ଼ି  ଟିକଟରେ ଲଢ଼ିବେ ବୋଲି ଗତ ୬  ମାସ ହେଲା ପ୍ରଚାରକାର୍ଯ୍ୟ କରୁଥିଲେ ।  କିନ୍ତୁ ବିଜେଡ଼ି ତାଙ୍କ ବଦଳରେ ମନ୍ମଥ  ରାଉତରାୟଙ୍କୁ ଲୋକସଭା ଟିକଟ  ଦେଇଛି । ଏହା ପରେ ଶ୍ରୀମୟୀଙ୍କ କେଉଁ  ଜାଗାରେ ଥଇଥାନ କରାଯିବ ସେ ନେଇ  ବିଜେଡ଼ି ଶିବିରରେ ବିଚାର ଚାଲିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.