ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସାଇବର ଅପରାଧ ନିୟନ୍ତ୍ରଣ ପାଇଁ ତତ୍ପର କେନ୍ଦ୍ର ସରକାର, ବ୍ଲକ୍‌ ହେବ ୧୮ ଲକ୍ଷ ସିମ୍‌ କାର୍ଡ

ନୂଆଦିଲ୍ଲୀ,୨୧/୦୫: ସାଇବର  ଅପରାଧ ଏବଂ ଠକେଇକୁ ନିୟନ୍ତ୍ରଣ କରିବା  ପାଇଁ ତତ୍ପର ହୋଇଛନ୍ତି କେନ୍ଦ୍ର ସରକାର ।  ଏହି କ୍ରମରେ ଟେଲିକମ୍‌ ଅପରେଟରମାନେ  ଏକାଥରକେ ପ୍ରାୟ ୧୮ ଲକ୍ଷ ମୋବାଇଲ  ସଂଯୋଗ କାଟିବା ପାଇଁ ଯାଉଥିବା ସରକାରୀ  ସୂତ୍ରରୁ ଜଣାପଡ଼ିଛି । ବିଭିନ୍ନ ଆଇନ ପ୍ରବରତ୍ତନ ଏଜେନ୍ସିଗୁଡ଼ିକର ଯାଞ୍ଚରୁ ଜଣାପଡ଼ିଛି ଯେ,  ହଜାର ହଜାର ମୋବାଇଲ କନେକ୍ସନ  ପାଇଁ ଗୋଟିଏ ହ୍ୟାଣ୍ଡ୍‌ସେଟ୍‌ ବ୍ୟବହାର କରି  ସାଇବର ଅପରାଧୀମାନେ ଲୋକମାନଙ୍କୁ  ଫସାଉଛନ୍ତି । 

ମେ’ ୯ରେ ଟେଲିକମ୍‌ ବିଭାଗ(ଡଟ୍‌)  ସାଇବର ଅପରାଧ ଲାଗି ବ୍ୟବହାର  ହୋଇଥିବା ୨୮,୨୦୦ ମୋବାଇଲ  ହ୍ୟାଣ୍ଡ୍‌ସେଟ୍‌କୁ ବ୍ଲକ୍‌ କରିବା ପାଇଁ ଟେଲିକମ୍‌  ଅପରେଟରମାନଙ୍କୁ ନିର୍ଦ୍ଦେଶ ଦେଇଥିଲା ।  ଏହି ହ୍ୟାଣ୍ଡ୍‌ସେଟ୍‌ଗୁଡ଼ିକ ସହ ଜଡ଼ିତ ୨୦  ଲକ୍ଷ ମୋବାଇଲ ନମ୍ବରକୁ ପୁନଃ ଯାଞ୍ଚ କରିବା  ପାଇଁ ସରକାର ନିର୍ଦ୍ଦେଶ ଦେଇଥିଲେ । ଯଦି  ନମ୍ବରଗୁଡ଼ିକର ରିଭେରିଫିକେଶନ୍‌ ବିଫଳ  ହୁଏ ତେବେ ଏଗୁଡ଼ିକୁ ବ୍ଲକ୍‌ କରିବା ପାଇଁ  କୁହାଯାଇଥିଲା। 

ପ୍ରକାଶଯୋଗ୍ୟ, ସାଇବର ଅପରାଧ  ନିୟନ୍ତ୍ରଣ ପାଇଁ ଟେଲିକମ୍‌ ମନ୍ତ୍ରାଳୟ ଏପ୍ରିଲ ୩୦  ସୁଦ୍ଧା ୧.୬୬ କୋଟି ସିମ୍‌ କାର୍ଡ ବ୍ଲକ୍‌ କରିଛି । ମୋବାଇଲ ଫୋନ୍‌ଭିତ୍ତିକ ସାଇବର  ଅପରାଧ ଦିନକୁ ଦିନ ବୃଦ୍ଧି ପାଉଥିବାବେଳେ  ଏହାକୁ ନିୟନ୍ତ୍ରଣ କରିବା ପାଇଁ ସରକାର  ତତ୍ପର ହୋଇଛନ୍ତି । ନ୍ୟାସ୍‌ନାଲ ସାଇବର  କ୍ରାଇମ୍‌ ରିପୋର୍ଟିଂ ପୋର୍ଟାଲ(ଏନ୍‌ସିଆର୍‌ପି)  ଅନୁସାରେ, ଡିଜିଟାଲ ଆର୍ଥିକ ଠକେଇର  ଶିକାର ହୋଇଥିବା ବ୍ୟକ୍ତିମାନେ ୨୦୨୩ରେ  ପ୍ରାୟ ୧୦,୩୧୯ କୋଟି ଟଙ୍କା ହରାଇଛନ୍ତି ।  ଆଲୋଚ୍ୟ ବର୍ଷରେ ୬୯୪,୦୦୦ ଅଭିଯୋଗ ଆସିଥିଲା ।  

ଅଧିକାରୀମାନଙ୍କ କହିବାନୁସାରେ, ଅପରାଧୀମାନେ ଭିନ୍ନ ଭିନ୍ନ ଟେଲିକମ  ସର୍କଲରୁ ସିମ୍‌ କାର୍ଡ ବ୍ୟବହାର କରିଥାନ୍ତି ।  ଆଇନ ପ୍ରବର୍ତ୍ତନ ଏଜେନ୍ସି ଏବଂ ଟେଲିକମ୍‌ ଅପରେଟରଙ୍କ ଦ୍ୱାରା ଧରା ନ ପଡ଼ିବା  ପାଇଁ ଏମାନେ ନିୟମିତ ଭାବେ ସିମ୍‌ ଏବଂ ହ୍ୟାଣ୍ଡ୍‌ସେଟ୍‌ କମ୍ବିନେଶନ୍‌କୁ ବଦଳାଇଥାନ୍ତି । ଉଦାହରଣସ୍ୱରୂପ, ଏକ ଓଡ଼ିଶା କିମ୍ବା ଆସାମ ସର୍କଲ ସିମ୍‌ ଦିଲ୍ଲୀ ଏନ୍‌ସିଆର୍‌ରେ  ବ୍ୟବହାର ହୋଇଥାଏ । ଧରା ନ ପଡ଼ିବା  ପାଇଁ ଅପରାଧୀମାନେ ମାତ୍ର କେତୋଟି  ଆଉଟ୍‌ଗୋଇଙ୍ଗ୍‌ କଲ୍‌ କରିବା ପରେ ସିମ୍‌  ବଦଳାନ୍ତି । କାରଣ ଗୋଟିଏ ନମ୍ବରରୁ ଏକାଧିକ କଲ୍‌ ଯିବା ଦ୍ୱାରା ଟେଲିକମ୍‌ ସିଷ୍ଟମ୍‌  ଏହାକୁ ସହଜରେ ଧରିପାରେ ।  

ପୂର୍ବ ତଦନ୍ତ ଆଧାରରେ ଟେଲିକମ୍‌  କମ୍ପାନିଗୁଡ଼ିକ ଗତବର୍ଷ ସାଇବର  ଅପରାଧରେ ଜଡ଼ିତ ପ୍ରାୟ ୨ ଲକ୍ଷ ସିମ୍‌ କାର୍ଡ  ବ୍ଲକ୍‌ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.