ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସିଙ୍ଗାପୁରରେ କରୋନାର ନୂଆ ଲହର ବିପଦ, ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା, ମାସ୍କ ପିନ୍ଧିବାକୁ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ...

ନୂଆଦିଲ୍ଲୀ: ସିଙ୍ଗାପୁରରେ କ୍ରମାଗତ ଭାବେ ବଢୁଛି କରୋନା ମାମଲା । ଏହା ଏବେ ବିଶ୍ବର ଅନ୍ୟ ଦେଶମାନଙ୍କରେ ମଧ୍ୟ ଭୟ ସୃଷ୍ଟି କରିବା ଆରମ୍ଭ କରିଛି । ଏହା କ’ଣ କରୋନାର ଆଉ ଏକ ନୂଆ ଲହର କି ? ପୁଣି ଥରେ ବିଶ୍ବରେ ଆତଙ୍କ ସୃଷ୍ଟି କରିବାକୁ ଯାଉଛି କି କରୋନା ? ଏଭଳି ଅନେକ ପ୍ରଶ୍ନ ଏବେ ଲୋକଙ୍କୁ ଆତଙ୍କିତ କରୁଛି । ଆଉ ଏହି ସମୟରେ କରୋନା ରୋଗୀଙ୍କ ସଂଖ୍ୟା ମଧ୍ୟ ସିଙ୍ଗାପୁରରେ ବୃଦ୍ଧି ପାଇବାରେ ଲାଗିଛି । କୋଭିଡ-19 ର ଏକ ନୂଆ ଲହର ଏଠାରେ ଦେଖାଯାଉଛି । କୋଭିଡ୍-19 ମାମଲା କ୍ରମାଗତ ଭାବରେ ବୃଦ୍ଧି ପାଉଛି । ମେ ୫ ରୁ ୧୧ ମଧ୍ୟରେ ପ୍ରାୟ ୨୬ ହଜାର ମାମଲା ପଂଜିକୃତ ହୋଇସାରିଲାଣି । ପରିସ୍ଥିତିକୁ ଦୃଷ୍ଟିରେ ରଖି ସିଙ୍ଗାପୁରର ସ୍ୱାସ୍ଥ୍ୟମନ୍ତ୍ରୀ ଓଙ୍ଗ ୟେ କୁଙ୍ଗ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଇଛନ୍ତି।

ମନ୍ତ୍ରୀ କହିଛନ୍ତି ଯେ, 'ଆମେ ଏକ ନୂଆ ଲହରର ଆରମ୍ଭ ଦେଖୁଛୁ, ଯେଉଁଠାରେ ଏହା କ୍ରମାଗତ ଭାବେ ବୃଦ୍ଧି ପାଉଛି । ତେଣୁ,ଆଗାମୀ ଦୁଇରୁ ଚାରି ସପ୍ତାହ ମଧ୍ୟରେ ଲହର ଶିଖରରେ ପହଞ୍ଚିପାରେ । ଏହାର ସ୍ପଷ୍ଟ ଅର୍ଥ ହେଉଛି ଜୁନ୍ ମଧ୍ୟଭାଗରୁ ଶେଷ ପର୍ଯ୍ୟନ୍ତ ସିଙ୍ଗାପୁରରେ ଏକ ନୂଆ ଲହର ଦେଖିବାକୁ ମିଳିବ । 

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ (MOH) କହିଛି ଯେ, ମେ ୫ ରୁ ୧୧ ମଧ୍ୟରେ କୋଭିଡ -19 ମାମଲାର ଆନୁମାନିକ ସଂଖ୍ୟା ୨୫୯୦୦ କୁ ବୃଦ୍ଧି ପାଇଛି। କରୋନା ମହାମାରୀର ଦୈନିକ ମାମଲା ୧୮୧ ରୁ ପ୍ରାୟ ୨୫୦ କୁ ବୃଦ୍ଧି ପାଇଛି । 

ଡାକ୍ତରଖାନା ଗୁଡିକରେ ଶଯ୍ୟା କ୍ଷମତା ସଂରକ୍ଷଣ ପାଇଁ ନୂତନ ପଦକ୍ଷେପ ନିଆଯାଉଛି ବୋଲି ମନ୍ତ୍ରଣାଳୟ କହିଛି । ସରକାରୀ ଡାକ୍ତରଖାନାଗୁଡ଼ିକୁ ସେମାନଙ୍କର ଅଣ-ଜରୁରୀ ସର୍ଜରୀ ମାମଲା ହ୍ରାସ କରିବାକୁ ଏବଂ ଉପଯୁକ୍ତ ରୋଗୀଙ୍କୁ ଚିକିତ୍ସା ସୁବିଧା ଯୋଗାଇବାକୁ କୁହାଯାଇଛି । ଘରେ ସାମାନ୍ୟ ଅସୁସ୍ଥ ବ୍ୟକ୍ତିଙ୍କ ଯତ୍ନ ନେବାକୁ ମଧ୍ୟ କୁହାଯାଇଛି।

ସେ ସିଙ୍ଗାପୁରବାସୀଙ୍କୁ ମାସ୍କ ପିନ୍ଧିବାକୁ ଏବଂ ଅସୁସ୍ଥ ଥିଲେ ଘରେ ରହିବାକୁ ଏବଂ ଟୀକାକରଣ କରିବାକୁ କହିଛନ୍ତି । ସେ କହିଛନ୍ତି ଯେ ବରିଷ୍ଠ ନାଗରିକ କିମ୍ବା ଗୁରୁତର ରୋଗରେ ପୀଡିତ ଲୋକମାନଙ୍କ ପାଇଁ ବର୍ଷକୁ ଥରେ ଟୀକାକରଣ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କାରଣ ସେମାନେ ସଂକ୍ରମଣରେ ଅଧିକ ଅସୁରକ୍ଷିତ ଅଟନ୍ତି।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.