ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପୁଅକୁ କଚାଡି ମାରିଲା ନିଶାସକ୍ତ ବାପା

ପାଇକମାଳ,୧୧।୨: ପାଇକମାଳ ବ୍ଳକ ଜାମସେଠ ପଞ୍ଚାୟତ ଚେରଙ୍ଗାଝାଞ୍ଜ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ନିଶାସକ୍ତ ଅବସ୍ଥାରେ ଜଣେ ବାପା ତାଙ୍କ ପୁଅକୁ କଚାଡି ହତ୍ୟା କରିଛି। 

ଜାମସେଠ ପଞ୍ଚାୟତ ଚେରଙ୍ଗାଝାଞ୍ଜ ଗାଁର ହେମନ୍ତ ଭୂଏ ନିଶାସକ୍ତ ଅବସ୍ଥାରେ  ଘରକୁ ଆସି ନିଜ ସ୍ତ୍ରୀକୁ ମଦ ପିଇବା ପାଇଁ ଟଙ୍କା  ମାଗିଥିଲେ । ସ୍ତ୍ରୀ ପାଖରେ ଟଙ୍କା ନଥିବାରୁ ଯୁକ୍ତିତର୍କ କରିଥିଲା।  ହେମନ୍ତ ଉତ୍ତକ୍ତ ହୋଇ ପାଖରେ ଥିବା ନିଜ ୫ ମାସର ପୁଅକୁ ଟେକି ଧରି ରାସ୍ତାରେ ଦୁଇ ଥର କଚାଡି ଦେଇଥିବାରୁ ଘଟଣା ସ୍ଥଳରେ ଶିଶୁଟି ମୃତ୍ୟୁ ହୋଇଥିଲା । ଏନେଇ ପାଇକମାଳ ପୋଲିସ ଖବର ପାଇ ଘଟଣାସ୍ଥଳକୁ ପହଞ୍ଚି  ହେମନ୍ତକୁ ଗିରଫ କରି ଥାନାରେ ଅଟକ ରଖିଛି । 

ଆହୁରି ପଢନ୍ତୁ : ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ହେଲେ କନ୍ଧମାଳ ଜିଲ୍ଲା ବିଜେଡି ସଭାପତି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.