ଭୁବନେଶ୍ଵର, ୧୨/୦୯ : ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଉପରେ ବିଜେଡିର ବଡ଼ ଆକ୍ସନ। ଦଳୀୟ ଉପସଭାପତି ପଦରୁ ହଟାଇଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ନିଜର ସମ୍ପାଦକୀୟ ଓ ବକ୍ତବ୍ୟରେ ଦଳ ଓ ଶାସନ ନେଇ ପ୍ରଶ୍ନ ଉଠାଇ ବିବାଦରେ ଥିଲେ ଖଣ୍ଡପଡ଼ା ବିଧାୟକ ସୌମ୍ୟ।
ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ସମ୍ପାଦକୀୟକୁ ନେଇ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି ହୋଇଥିଲା। ଏହାପରେ ବହୁ ବିଜେଡି ନେତା ମୁହଁ ଖୋଲିଥିଲେ ଏବଂ ସୌମ୍ୟଙ୍କୁ ସିଧାସଳଖ ଟାର୍ଗେଟ୍ କରିଥିଲେ।