ପ୍ରମୂଖ ଖବର
  • କାଲିମେଳା: ଲଗାଣ ବର୍ଷାରେ ବେହାଲ ଜନଜୀବନ, ପାହାଡ ଧସିବାରୁ ରାସ୍ତା ବନ୍ଦ
  • ||
  • ସପ୍ତଦଶ ବିଧାନସଭାର ବଜେଟ୍ ଅଧିବେଶ ଆରମ୍ଭ, ପ୍ରଥମ ଦିନରେ ଅଭିଭାଷଣ ରଖିଲେ ରାଜ୍ୟପାଳ ରଘୁବର ଦାସ
  • ||
  • ଯାଜପୁର : ଭାରସାମ୍ୟ ହରାଇ ଓଲଟିଲା ​କାଉଡିଆଙ୍କୁ ନେଇ ଯାଉଥିବା ବସ୍, ୫ରୁ ଉର୍ଦ୍ଧ୍ଵ ଆହତ
  • ||

ଦକ୍ଷିଣ କୋରିଆର ବ୍ୟାଟେରୀ ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ, ୨୦ ମୃତ

ନୂଆଦିଲ୍ଲୀ,୨୪।୬: ଦକ୍ଷିଣ କୋରିଆର ରାଜଧାନୀ ସିଓଲରେ ବଡ଼ ଧରଣର ଅଘଟଣ। ଏକ ବ୍ୟାଟେରୀ ତିଆରି କମ୍ପାନୀରେ ନିଆଁ ଲାଗିବା ପରେ ସୋମବାର ଫ୍ୟାକ୍ଟ୍ରି ଭିତରେ ୨୦ ଜଣଙ୍କର ମୃତ୍ୟୁ ହୋଇଛି। ଏବେ ବି ୨୩ ଜଣ ନିଖୋଜ ଅଛନ୍ତି, ତାଙ୍କର ସନ୍ଧାନ ଜାରି ରହିଛି। ମୃତକଙ୍କ ସଂଖ୍ୟା ଆହୁରି ବଢିପାରେ। କାରଣ କେତେ ଲୋକ ଡ୍ୟୁଟିରେ ଥିଲେ ଏନେଇ ସୂଚନା ମିଳିପାରିନି। ଡ୍ୟୁଟି ପାଇଁ ଥିବା ରେଜିଷ୍ଟର ମଧ୍ୟ ନିଆଁରେ ପୋଡି ପାଉଁଶ ହୋଇଯାଇଛି। 

ଦକ୍ଷିଣ କୋରିଆର ନ୍ୟୁଜ ଏଜେନ୍ସି Yonhap News ଅନୁସାରେ, ସିଓଲଠାରୁ ୪୫ କିଲୋମିଟର ଦକ୍ଷିଣରେ ଥିବା ହ୍ବାସୋଙ୍ଗରେ ଲିଥିୟମ ବ୍ୟାଟେରୀ ନିର୍ମାତା ଏରିସେଲ୍‌ ପ୍ଲାଣ୍ଟରେ  ସୋମବାର ସକାଳ ପ୍ରାୟ ୧୦ଟା ୩୦ ମିନିଟ୍‌ରେ ନିଆଁ ଲାଗିଥିଲା। ଏପର୍ଯ୍ୟନ୍ତ ମଧ୍ୟ ନିଆଁ ଲିଭାଇବା କାମ ଜାରି ରହିଛି। ଦକ୍ଷିଣ କୋରିଆର ଅଗ୍ନିଶମ ବିଭାଗର ଅଧିକାରୀ କହିଛନ୍ତି, ୨୩ ନିଖୋଜ ଲୋକଙ୍କ ଭିତରେ ୨୦ ଜଣ ବିଦେଶୀ ନାଗରିକ ରହିଛନ୍ତି, ଯାହାଙ୍କ ଭିତରେ ଚୀନ୍ ନାଗରିକ ମଧ୍ୟ ରହିଛନ୍ତି। ଏହା ପୂର୍ବରୁ ଟିଭି ଫୁଟେଜ୍‌ରେ ଦେଖିବାକୁ ମିଳିଥିଲା ଯେ, ଦିନସାରା ଜଳିବା କାରଣରୁ ଫ୍ୟାକ୍ଟ୍ରିରେ ଛୋଟ ଛୋଟ ବିସ୍ଫୋରଣ ହେଉଥିଲା।   

କୁହାଯାଉଛି ଯେ, ବ୍ୟାଟେରୀରେ ହେଉଥିବା ବିସ୍ଫୋରଣ କାରଣରୁ ନିଆଁ ଖୁବ୍ ଦ୍ରୁତ ଗତିରେ ବ୍ୟାପିଯାଇଥିଲା। ଭିତରେ କାମ କରୁଥିବା ଲୋକ ବାହାରକୁ ଆସିପାରିନଥିଲେ। ନିଆଁ ଲାଗିଥିବା ବିଲ୍ଡିଂ ଭିତରେ ପ୍ରାୟ ୩୫ ହଜାର ବ୍ୟାଟେରୀ ରଖାଯାଇଥିଲା। ଏହି ଦୁର୍ଘଟଣା ପରେ ଦକ୍ଷିଣ କୋରିଆ ସରକାର  ରବିବାର ମଧ୍ୟାହ୍ନରେ ଏକ ଜରୁରୀ ବୈଠକ ଡକାଇଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.