ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ୟୁପି- ପଶ୍ଚିମବଙ୍ଗରେ ନରେନ୍ଦ୍ର ମୋଦୀଙ୍କୁ ଝଟକା ଦେଇଥିବା ଦୁଇ ନେତାଙ୍କ ଫଟୋ ଭାଇରାଲ

ନୂଆଦିଲ୍ଲୀ,୬/୬ :  ଲୋକସଭା ନିର୍ବାଚନର ଫଳାଫଳକୁ ଦେଖିଲେ ଯେ କେହି ବି ଚମକି ପଡ଼ିବେ । ସବୁଠାରୁ ବଡ଼ ଝଟକା ବିଜେପିକୁ ଲାଗିଛି । କାରଣ ବିଜେପି ନିର୍ବାଚନ ପୂର୍ବରୁ ୪୦୦ପାରର ନାରା ଦେଇଥିଲା । କିନ୍ତୁ ବିଜେପି ବହୁମତର ସଂଖ୍ୟା ପର୍ଯ୍ୟନ୍ତ ବି ପହଞ୍ଚି ପାରିଲା ନାହିଁ । ସବୁଠାରୁ ଅଧିକ କ୍ଷତି ଯଦି ବିଜେପିକୁ କୌଣସି ରଜ୍ୟରୁ ହୋଇଛି ତ ତାହା ୟୁପି ଏବଂ ପଶ୍ଚିମବଙ୍ଗ ଅଟେ ।

ଏଭଳି ସ୍ଥ‌ଳେ ଏବେ ଏକ ଫଟୋ ସୋସିଆଲ ମିଡ଼ିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ଯେଉଁଥିରେ ସପା ପ୍ରମୁଖ ଅଖିଳେଶ ଯାଦବ ଏବଂ ଟିଏମସି ନେତା ଅଭିଷେକ ବାନାର୍ଜୀ ଏକାସାଥିରେ ଦେଖାଯାଉଛନ୍ତି । ଆସନ୍ତୁ ଜାଣିବା ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗରେ ବିଜେପିକୁ କେତେମାତ୍ରାରେ କ୍ଷତି ଉଠାଇବାକୁ ପଡ଼ିଛି ।

ଉତ୍ତରପ୍ରଦେଶର କଥା ଯଦି ଆମେ କହିବା ତେବେ ୨୦୨୪ର ଲୋକସଭା ନିର୍ବାଚନ ବିଜେପି ଲାଗି ଖରାପ ଖବର ଆଣିଲା । ୨୦୧୯ର ନିର୍ବାଚନରେ ୮୦ରୁ ୬୨ସିଟ୍ ଜିତିଥିବା ବିଜେପିର ସିଟ୍ ବହୁମାତ୍ରାରେ ଖସିଥିବା ନଜର ଆସିଥିଲା ଏବଂ ଏଥର ୩୩ସିଟରେ ଆସି ତା’ର ସଂଖ୍ୟା ରହିଯାଇଛି । ମାତ୍ର ପୂର୍ବଥରର ମୁକାବିଲା ଅପେକ୍ଷା ଚଳିତ ଥର ସମାଜବାଦୀ ପାର୍ଟି ବହୁତ ଭଲ ପ୍ରଦର୍ଶନ କରିଛି । ୫ଲୋକସଭା ସିଟ୍ ଜିତିଥିବା ସପା ୨୦୨୪ର ନିର୍ବାଚନ ମୈଦାନରେ ୩୭ସିଟରେ ବିଜୟ ହାସଲ କରିଛି । ସପାର ଭୋଟ ପ୍ରତିଶତ ଉପରେ ନଜର ପକାଇବା ତ ତାକୁ ୩୩.୫୯ପ୍ରତିଶତ ଭୋଟ ମିଳିଛି। ସେହିଭଳି ବିଜେପିର ଭୋଟ ସେୟାର ଚଳିତ ଥର ୪୧.୩୭ପ୍ରତିଶତ ରହିଛି । ଯାହା ସପାରୁ ୮ପ୍ରତିଶତ ଅଧିକ ରହିଛି ।

ୟୁପି ଭଳି ପଶ୍ଚିମବଙ୍ଗରେ ବି ବିଜେପିକୁ ବଡ଼ ଝଟକା ଲାଗିଛି । ୨୦୧୯ରେ ବିଜେପି ପଶ୍ଚିମବଙ୍ଗରେ ୪୨ରୁ ୧୮ସିଟରେ ବିଜୟ ହାସଲ କରିଥିଲା ଏବଂ ତା’ର ୪୦.୨୫ପ୍ରତିଶତ ଥିଲା । ମାତ୍ର ଏଥର ବିଜେପି ନିଜ ବିଜୟ ରଥକୁ ଜାରି ରଖିପାରିଲାନି ଏବଂ ସେ ପ୍ରାୟ ୧୨ସିଟରେ ବିଜୟ ହାସଲ କରିଛି । ସେହିଭଳି ଟିଏମସି ନିଜ ପ୍ରଦର୍ଶନକୁ ଆହୁରି ଭଲ କରିଛି । ୨୦୧୯ ଲୋକସଭା ନିର୍ବାଚନରେ ୨୨ଲୋକସଭା ସିଟ ବିଜୟୀ ହୋଇଥିବା ମମତା ବାନାର୍ଜୀଙ୍କ ପାର୍ଟି ବହୁତ ଭଲ ପ୍ରଦର୍ଶନ କରିଛି । ଟିଏମସି ଚଳିତ ଥର ୨୯ସିଟରେ ବିଜୟ ହାସଲ କରିଛି । ଟିଏମସିକୁ ୪୫.୭୬ପ୍ରତିଶତ ଭୋଟ ମିଳିଛି । ଯାହାକୁ ବିଜେପିର ଭୋଟ ସେୟାର ୩୮.୭୩ପ୍ରତିଶତ ରହିଛି । 

ୟୁପି ଏବଂ ପଶ୍ଚିମବଙ୍ଗର ସବୁ ଲୋକସଭା ସିଟକୁ ମିଶାଇବାତ ଏହି ସଂଖ୍ୟା ୧୨୨ହୋଇଯାଉଛି । ଦୁଇ ରାଜ୍ୟର ୧୨୨ଲୋକସଭାରୁ ସପା ଏବଂ ଟିଏମସି ଖାତାରେ ୬୬ସିଟ ଆସିଛି । ସେହିଭଳି ବିଜେପିକୁ ୪୫ସିଟରେ ସନ୍ତୋଷ ରହିବାକୁ ପଡ଼ିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.