ପ୍ରମୂଖ ଖବର
  • ଭୁବନେଶ୍ବର OSSSC ଅଫିସ ଘେରିଲେ ଶହଶହ ପରୀକ୍ଷାର୍ଥୀ । କମ୍ବାଇନ୍ଡ ରିକ୍ରୁଟମେଣ୍ଟ ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ଘେରାଉ
  • ||
  • ଢ଼େଙ୍କାନାଳ: ଦୁଷ୍କର୍ମ ପୀଡ଼ିତାଙ୍କୁ ଭେଟିଲେ ମହିଳା କମିଶନ
  • ||
  • କଳାହାଣ୍ଡି: ପୂଜକଙ୍କୁ ଚାପଡରେ ହାଣିଲେ ଦୁୁର୍ବୃତ୍ତ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ଚନ୍ଦନେଶ୍ବର: ବ୍ୟାଙ୍କ ଭିତରୁ ଲୁଟ୍, ଗ୍ରାହକଙ୍କ ଠାରୁ ୩୦ହଜାର ନେଇଗଲେ ଲୁଟେରା
  • ||
  • ଦୁର୍ନୀତି ଅଭିଯୋଗ ଆସିଲେ ମାଫ୍ ନାହିଁ, ୫ ବର୍ଷରେ ୮୧ ସରପଞ୍ଚଙ୍କ ବିରୋଧରେ ହୋଇଛି କାର୍ଯ୍ୟାନୁଷ୍ଠାନ
  • ||
  • ଭୁବନେଶ୍ଵର : ୧୦ ବର୍ଷରେ ୨୫ ବାଘ ଏବଂ ୪୧ ହାତୀଙ୍କୁ ହତ୍ୟା କରିଛନ୍ତି ଶିକାରୀ, ହାତୀ ମଣିଷ ଲଢେଇରେ ଯାଇଛି ୧୧୪୫ ଜୀବନ
  • ||
  • ଢେଙ୍କାନାଳ ଲଜ୍ଜ୍ୟା : ୪ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା ସହ ଡିଏନଏ ଟେଷ୍ଟ ପାଇଁ ହେଲା ନମୁନା ସଂଗ୍ରହ
  • ||
  • କୋଲକାତା ଆନ୍ଦୋଳନରତ ଡାକ୍ତରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ସନ୍ଧ୍ୟା ସୁଦ୍ଧା କାର୍ଯ୍ୟରେ ଯୋଗ ଦିଅ, ନହେଲେ କାର୍ଯ୍ୟାନୁଷ୍ଠାନ
  • ||
  • ଦୁର୍ବଳ ହୋଇ ଛତିଶଗଡ଼ ମୁହାଁ ଲଘୁଚାପ: ଭୀଷଣ ବର୍ଷା ପାଇଁ ମାଲକାନଗିରି, ଗଞ୍ଜାମରେ ସ୍କୁଲ ଛୁଟି ଘୋଷଣା
  • ||

ଭିନେଶ ଫୋଗାଟ ଅଯୋଗ୍ୟ ଘୋଷିତ, ଲୋକସଭାରେ କ’ଣ କହିଲେ କ୍ରୀଡ଼ାମନ୍ତ୍ରୀ

Image Courtesy: timesofindia

ନୂଆଦିଲ୍ଲୀ: ପ୍ୟାରିସ୍‌ ଅଲିମ୍ପିକ୍ସରେ ରେସଲର ଭିନେଶ ଫୋଗାଟଙ୍କୁ ଅଯୋଗ୍ୟ ଘୋଷଣା କରାଯିବା ପରେ କ୍ରୀଡ଼ାମନ୍ତ୍ରୀ ମନସୁଖ ମାଣ୍ଡଭିୟ ବୁଧବାର ସଂସଦରେ ଜବାବ ରଖିଛନ୍ତି । ସେ ଲୋକସଭାରେ କହିଛନ୍ତି ଯେ, ଫୋଗାଟଙ୍କୁ ଅଲିମ୍ପିକ୍ସରୁ ବାହାର କରିବା ବିରୋଧରେ ଜରୁରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଭାରତୀୟ ଅଲିମ୍ପିକ୍‌ ସଂଘ (ଆଇଓଏ)କୁ ପ୍ରଧାନମନ୍ତ୍ରୀ ମୋଦୀ ନିର୍ଦ୍ଦେଶ ଦେଇଛନ୍ତି । ଆଇଓଏ ଅଧ୍ୟକ୍ଷ ପିଟି ଓଷା ପ୍ୟାରିସରେ ଅଛନ୍ତି । ପ୍ରଧାନମନ୍ତ୍ରୀ ତାଙ୍କ ସହ କଥା ହୋଇଛନ୍ତି । ତେବେ ଭିନେଶ ଫୋଗାଟଙ୍କ ଓଜନ ୫୦ କେଜି ୧୦୦ ଗ୍ରାମ ଥିବାରୁ ତାଙ୍କୁ ଅଲିମ୍ପିକରେ ଅଯୋଗ୍ୟ ଘୋଷଣା କରାଯାଇଛି ।’ 

 ସେପଟେ ଆଇଓଏ ପକ୍ଷରୁ ୟୁନାଇଟେଡ୍‌ ଓ୍ବାର୍ଲଡ ରେସଲିଂ ନିକଟରେ ଏନେଇ ଅଭିଯୋଗ କରାଯାଇଛି ବୋଲି କ୍ରୀଡ଼ାମନ୍ତ୍ରୀ ସୂଚନା ଦେଇଛନ୍ତି । ଭିନେଶ ଫୋଗାଟ ମଙ୍ଗଳବାର ୫୦ କିଲୋଗ୍ରାମ ରେସିଲିଂ ବର୍ଗରେ କମାଲ ପ୍ରଦର୍ଶନ କରିଥିଲେ । ସେମିଫାଇନାଲରେ କ୍ୟୁବାର ରେସଲରଙ୍କୁ ହରାଇ ସେ ଫାଇନାଲରେ ପ୍ରବେଶ କରିଥିଲେ ।  ପ୍ରଥମ ଭାରତୀୟ ମହିଳା ରେସଲର ଭାବରେ ଫୋଗାଟ ଅଲିମ୍ପିକ ଫାଇନାଲରେ ପ୍ରବେଶ କରିବା ସହ ଇତିହାସ ରଚିଥିଲେ । ହେଲେ ଆଜି ତାଙ୍କ ଶରୀରର ଓଜନ ୫୦ କେଜିରୁ ଅଧିକ ଥିବା ଦର୍ଶାଇ ଅଲିମ୍ପିକରୁ ବାହାର କରିଦିଆଯାଇଛି । 




କ୍ରୀଡ଼ାମନ୍ତ୍ରୀ ମାଣ୍ଡଭିୟ କହିଛନ୍ତି, ସରକାର ଭିନେଶ ଫୋଗାଟଙ୍କୁ ସବୁ ପ୍ରକାର ଖେଳ ସୁବିଧା ଏବଂ ଟ୍ରେନିଂ ଲାଗି ସହାୟତା କରିଛନ୍ତି । ପ୍ୟାରିସ୍‌ ଅଲିମ୍ପିକରେ ଅଂଶଗ୍ରହଣ କରିବା ଲାଗି ତାଙ୍କୁ ୭୦ ଲକ୍ଷ ୪୫ ହଜାର ୭୭୫ ଟଙ୍କା ସହାୟତା ଦେଇଛନ୍ତି କେନ୍ଦ୍ର ସରକାର । 

  • Paris Olympics 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.