ପ୍ରମୁଖ ଖବର
  • ଆଜି ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ନେତା ନିର୍ବାଚନ, ଉଭୟ ରାଜ୍ୟରେ ବସିବ ବିଜେପି ବିଧାୟକ ଦଳ ବୈଠକ
  • ||
  • ଆଜି କ୍ରୀଡ଼ା ବିଜ୍ଞାନ କେନ୍ଦ୍ର ଉଦ୍‌ଘାଟନ, କଳିଙ୍ଗ ଷ୍ଟାଡିୟମରେ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଗଛରେ ପିଟିହେଲା ବରଯାତ୍ରୀ କାର୍, ଜଣେ ମୃତ ଜଣେ ଗୁରୁତର
  • ||
  • ବିଦେଶୀ ଜାହାଜରୁ କୋକେନ୍‌ ଜବତ ମାମଲା: ସମୁଦ୍ରରେ ବୁଡ଼ି ପ୍ରମାଣ ଖୋଜିଲେ ବୁଡ଼ାଳି, ଆଜି ଆସିବେ ଫରେନ୍‌ସିକ୍‌ ଟିମ୍‌
  • ||

୧୧ କିଲୋ ସୁନା ଓ ୧୦୧ ହୀରା ଖଚିତ ମୁକୁଟ ରାମଲଲାଙ୍କୁ ଦେବାକୁ ଚାହେଁ ମହାଠକ ସୁକେଶ, ଜେଲରୁ ଲେଖିଲା ଚିଠି

ନୂଆଦିଲ୍ଲୀ,୪।୧୧: ଦିଲ୍ଲୀର ଜେଲ୍‌ରେ ଥିବା ମହାଠକ ସୁକେଶ ଚନ୍ଦ୍ରଶେଖର ଏବେ ଏକ ନୂଆ ଇଛା ପ୍ରକାଶ କରିଛି। ସେ ଅଯୋଧ୍ୟା ରାମ ମନ୍ଦିରରେ ରାମଲଲାଙ୍କ ମୂର୍ତ୍ତି ପାଇଁ ୧ କିଲୋସୁନା ଓ ୧୦୦୧ ହୀରା ଖଚିତ ମୁକୁଟ ଦାନ କରିବାକୁ ଚାହେଁ। ଏଥିପାଇଁ ସେ ଜେଲ୍‌କୁ ଏକ ଚିଠି ଲେଖିମୂର୍ତ୍ତି ଦାନ କରିବାକୁ ଅନୁମତି ମାଗିଛି। ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ମୁଖ୍ୟଙ୍କୁ ଲେଖିଥିବା ଦୁଇ ପୃଷ୍ଠାର ଏହି ଚିଠିରେ ସେ ଲେଖିଛି, ସେ ରାମଲାଲଙ୍କ ମୂର୍ତ୍ତି ପାଇଁ ଏକ ମୁକୁଟ ଦାନ କରିବାକୁ ଚାହାନ୍ତି। 

ସୁକେଶ କହିଛି, ସେ ନିଜର ସାମର୍ଥ୍ୟ ଅନୁସାରେ, ଦାନ କରୁଛି। ସେ କହିଛନ୍ତି, ଏଠାରେ ଯେଉଁ ମୁକୁଥ କଥା କହୁଛୁ ତାହା ୧୧ କିଲୋର ୯୧୬ କ୍ୟାରେଟ୍ ସୁନାରେ ତିଆରି ହୋଇଛି। ଏହା ସହିତ ମୁକୁଟରେ ୧୦୧ ହୀରା ଲାଗିଛି ଓ ପ୍ରତି ହୀରାର ଓଜନ ୫ କ୍ୟାରେଟ୍। ସୁକେଶ ଚନ୍ଦ୍ରଶେଖର ଚିଠିରେ କହିଛନ୍ତି, ସେ ତାଙ୍କ ପରିବାର ଭଗବାନ ଶ୍ରୀରାମଙ୍କ ବହୁତ ବଡ ଭକ୍ତ ଓ ତା ପାଇଁ ଏଭଳି ମୁକୁଟ ଦାନ କରିବାର ଅର୍ଥ ସ୍ବପ୍ନ ଦତ ହେବା ଭଳି। ସେ କହିଛି, ଆମ ପାଖରେ ଆଜି ଯାହା କିଛି ବି ହୋଇଛି, ତାହା ଭଗବାନ ରାମଙ୍କ ଆର୍ଶୀବାଦ। ଏଭଳି ସ୍ଥିତିରେ ଆମର ଛୋଟିଆ ଯୋଗଦାନ ଏହି ମହାନ ମନ୍ଦିରର ଅଂଶ ହେବ, ଏହା ଆମ ପାଇଁ ବହୁତ ବଡ ଆର୍ଶୀବାଦ।

ସୁକେଶ ଏହି ଚିଠିରେ ମୁକୁଟ ତିଆରି କରୁଥିବା ଜୁଏଲର ବିଷୟରେ ମଧ୍ୟ କହିଛି। ‌ସେ କହିଛି ୧୯୦୦ ମସିହାରୁ ସୁନା ଗହଣା ତିଆରି କରୁଥିବା ଦକ୍ଷିର ଜରେ ଜୁଏଲର ଏହି ସୁନ୍ଦର ମୁକୁଟ ତିଆରି କରିଛନ୍ତି। ଏହି ଚିଠି ଅନୁସାରେ, ସୁକେଶର ଓକିଲ ଟ୍ରଷ୍ଟକୁ ଏହି ମୁକୁଟ ଦାନ କରିବେ। ସୁକେଶର ଆଇନଗତ ପରାମର୍ଶଦାତା ଅନନ୍ତ ମଲିକ୍ ଓ ଷ୍ଟାଫ୍ ସଦସ୍ୟଙ୍କୁ ଏହାର ଦାୟିତ୍ବ ଦିଆଯାଇଛି। ସେ ଏହା ସମ୍ପର୍କିତ ସବୁ ଜରୁରୀ ଜିନିଷ ଯେପରିକି ବିଲ୍‌, ପ୍ରମାଣ ପତ୍ର ଓ ଆଇନଗତ ଔପଚାରିକାତାର ଧ୍ୟାନ ରଖିବେ।

 

Copyright © 2022 - Summa Real Media Private Limited. All Rights Reserved.