ପ୍ରମୂଖ ଖବର
  • ଭୁବନେଶ୍ୱର: ୧୯ରେ ବିଜେଡି ବିଧାୟକ ଦଳ ବୈଠକ, ଅଧକ୍ଷତା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ
  • ||
  • ଦାର୍ଜିଲିଂରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା, ଏକ୍ସପ୍ରେସ୍ ଟ୍ରେନ୍‌କୁ ପଛ ପଟୁ ଧକ୍କା ଦେଲ ମାଲବାହୀ ଟ୍ରେନ୍, ୮ ଯାତ୍ରୀ ମୃତ, ୨୦ରୁ ଅଧିକ ଆହତ
  • ||
  • ନୀଳଗିରି: ରଜ ଉତ୍ସବରେ ଅଘଟଣ।ଝାଡ଼ାବାନ୍ତି ରେ ୯ ଗୁରୁତର ,୨ ଅସୁସ୍ଥ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ ନୀତି, ମଙ୍ଗଳବାର ଋକ୍ମିଣୀ ବିବାହ ଉତ୍ସବ
  • ||
  • ସରିଲା ଗ୍ରୀଷ୍ମ ଛୁଟି, କାଲିଠୁ ଖୋଲିବ ସ୍କୁଲ: ଶିକ୍ଷକ ଆସି କରିବେ ସମସ୍ତ ବ୍ୟବସ୍ଥା
  • ||
  • ନୂଆପଡା ଲଛିପୁର ଛକରେ ଟ୍ରାକ୍ଟର୍କୁ ପିଟିଲା କାର, ମର୍ମନ୍ତୁଦ ଦୁର୍ଘଟଣାରେ ଚାଲିଗଲା ୪ ଜୀବନ
  • ||
  • ନାକେଦମ୍‌ କଲାଣି ଭୀଷଣ ତାତି ସାଙ୍ଗକୁ ଗୁଳୁଗୁଳି: ଆଗଉନି ମୌସୁମୀ, ବର୍ଷା ଗାଏବ
  • ||

ଦେଶରେ ଗ୍ରୀଷ୍ମ ପର୍ଯ୍ୟଟନ ୪୦% ବୃଦ୍ଧି, ହୋଟେଲ ଏବଂ ରିଟେଲ କାରବାରରେ ଉନ୍ନତି ପରିଲକ୍ଷିତ

ନୂଆଦିଲ୍ଲୀ,୨୭/୦୫: ଖରା ଦିନେ ଲୋକେ ହିଲ୍‌ ଷ୍ଟେଶନଗୁଡିକୁ ଭ୍ରମଣ ପାଇଁ ଯାଇଥାନ୍ତି । ଏଭଳି ସ୍ଥିତିରେ ଚଳିତ ବର୍ଷ ଦେଶର ଗ୍ରୀଷ୍ମ ପର୍ଯ୍ୟଟନ ୪୦% ବୃଦ୍ଧି ପରିଲକ୍ଷିତ ହୋଇଛି । ଏହି ଅବଧିରେ ପର୍ଯ୍ୟଟନ ଏବଂ ସେବା କ୍ଷେତ୍ରରେ ଜୋର୍‌ଦାର ଚାହିଦା ଦେଖାଯାଇଛି । ବିଶେଷଜ୍ଞ କହିଛନ୍ତି ସାଧାରଣ ନିର୍ବାଚନ ଯୋଗୁ କର୍ପୋରେଟ  ବୈଠକ, ପ୍ରୋତ୍ସାହନ, ସମ୍ମେଳନ ଏବଂ  ପ୍ରଦର୍ଶନୀ (ଏମ୍‌ଆଇସିଇ) ବ୍ୟବସାୟ କ୍ଷେତ୍ରରେ ସାମାନ୍ୟ ପ୍ରଭାବ ରହିଛି । ତେବେ ହୋଟେଲ ଏବଂ ରିଟେଲ କାରବାରରେ ଉନ୍ନତି ପରିଲକ୍ଷିତ ହୋଇଛି । ଲୋକମାନେ ସମୁଦ୍ର ତଟ ଏବଂ  ପାର୍ବତ୍ୟ ଡେଷ୍ଟିନେସନ ଗୁଡିକୁ ଚୟନ  କରୁଛନ୍ତି । 

ହୋଟେଲ ଆଣ୍ଡ୍‌ ରେଷ୍ଟୁରାଣ୍ଟ  ଆସୋସିଏସନ ଅଫ୍‌ ଇଣ୍ଡିଆର ଅଧ୍ୟକ୍ଷ ତଥା ରାଡିସନ ହୋଟେଲ ଅଧ୍ୟକ୍ଷ (ଦକ୍ଷିଣ  ଏସିଆ) ବିକେ କାଚରୋ କହିଛନ୍ତି,  ଦେଶର ଉତ୍ତର ଭାଗରେ ରହୁଥିବା  ଲୋକମାନେ ଗରମରୁ ବଞ୍ଚିବା ଲାଗି ହିଲ୍‌  ଷ୍ଟେଶନଗୁଡିକୁ ଚୟନ କରୁଛନ୍ତି । ସହର  ନିକଟସ୍ଥ ପର୍ଯ୍ୟଟନ ଏବଂ ମନୋରଞ୍ଜନ  ସ୍ଥଳଗୁଡିକୁ ଲୋକେ ଯାଉଛନ୍ତି । ଏବର୍ଷ  ଗ୍ରୀଷ୍ଣକାଳୀନ ଯାତ୍ରାରେ ବୃଦ୍ଧି ପ୍ରାୟ ୪୦%  ରହିପାରେ । 

ମେକ୍‌ ମାଇଁ ଟ୍ରିପ୍‌ର ସହ ସଂସ୍ଥାପକ  ତଥା ଗ୍ରୁପ ସିଇଓ ରାଜେଶ ମାଗୋ କହିଛନ୍ତି, ବର୍ତ୍ତମାନ ଗ୍ରୀଷ୍ଣକାଳୀନ ଯାତ୍ରା  ଜାରି ରହିଛି । ଗତ ବର୍ଷ ତୁଳନାରେ  ଚଳିତ ବର୍ଷ ପାରିବାରିକ ଗ୍ରୀଷ୍ଣକାଳୀନ  ଯାତ୍ରା କ୍ଷେତ୍ରରେ ୨୦% ଉଦ୍ଧ୍ୱର୍ ଏବଂ  ସୋଲୋ ଟ୍ରାଭେଲ କ୍ଷେତ୍ରରେ ୧୦% ଉଦ୍ଧ୍ୱର୍ ବୃଦ୍ଧି ହୋଇଛି । ଗ୍ରୀଷ୍ଣରେ ଅଧିକ ବୁକ୍‌ ହୋଇଥିବା ଗନ୍ତବ୍ୟ ସ୍ଥଳ ଗୁଡିକ ମଧ୍ୟରେ ହିମାଚଳ ପ୍ରଦେଶ, କଶ୍ମୀର, ଗୋଆ, କେରଳ ସମେତ ପୂର୍ବ ଉତ୍ତର ରାଜ୍ୟ  ଗୁଡିକ ଗୁଡିକ କେତେକ ସ୍ଥଳ ରହିଛି । ରୟାଲ ଅର୍କିଡ ହୋଟେଲର ଅଧ୍ୟକ୍ଷ,  ଚନ୍ଦର କେ ବାଲାଜି କହିଛନ୍ତି, ପର୍ଯ୍ୟଟନର ଖୁଚୁରା କାରବାର ୨୦% ବୃଦ୍ଧି ପରିଲକ୍ଷିତ ହୋଇଛି । ହିଲ୍‌ ଷ୍ଟେଶନଗୁଡିକର ହୋଟେଲ ଏବଂ ରିସର୍ଟଗୁଡିକରେ ଭିଡ ରହିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.