ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମୁମ୍ବାଇ ଇଣ୍ଡିଆନ୍ସ ପରାସ୍ତ, ୩୧ ରନ୍‌ରେ ଜିତିଲା ହାଇଦ୍ରାବାଦ

Image Courtesy: espncricinfo

ହାଇଦ୍ରାବାଦ: ମୁମ୍ବାଇ ଇଣ୍ଡିଆନ୍ସର ପ୍ରାଣମୂର୍ଚ୍ଛା ଉଦ୍ୟମ ବିଫଳ ହୋଇଛି । ହାଇଦ୍ରାବାଦର ବିଶାଳ ସ୍କୋର ଆଗରେ ଆତ୍ମସମର୍ପଣ କରିଛି ମୁମ୍ବାଇ । ୨୮୮ ରନର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ମୁମ୍ବାଇ ନିର୍ଦ୍ଧାରିତ ଓଭରରେ ୫ ଓ୍ବିକେଟ ହରାଇ ୨୪୬ ରନ୍‌ରେ ଅଟକି ଯାଇଛି । ଫଳରେ ୩୧ ରନ୍‌ରେ ବିଜୟୀ ହୋଇଛି ସନରାଇଜର୍ସ ହାଇଦ୍ରାବାଦ (ଏସଆରଏଚ୍‌) । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ବାଧୀନ ମୁମ୍ବାଇ ଟିମ୍‌ ଦ୍ବିତୀୟ ମ୍ୟାଚ୍‌ରେ ପରାସ୍ତ ହୋଇଛି ।

ଆଇପିଏଲ୍ ଇତିହାସରେ ଆଜି ଦେଖିବାକୁ ମିଳିଛି ସବୁଠୁ ହାଇ ସ୍କୋରିଂ ମୁକାବିଲା । ଏହି ମ୍ୟାଚରେ ସବୁଠୁ ବଡ ସ୍କୋର କରି ଇତିହାସ ରଚିଛି ହାଇଦ୍ରାବାଦ । ସନରାଇଜର୍ସ ହାଇଦ୍ରାବାଦ ପରେ ମୁମ୍ବାଇ ଇଣ୍ଡିଆନ୍ସ ବି ୨୦୦ରୁ ଉର୍ଦ୍ଧ୍ଵ ସ୍କୋର କରିଛି । କିନ୍ତୁ ୨୭୮ ରନର ପାହାଡ଼ ତଳେ ଚାପି ହୋଇଯାଇଛି ମୁମ୍ବାଇ ।  ହାଇଦ୍ରାବାଦ ମୁମ୍ବାଇକୁ ୩୧ ରନରେ  ହରାଇ ପ୍ରଥମ ବିଜୟ ହାସଲ କରିଛି । ଅନ୍ୟପଟେ ମୁମ୍ବାଇ ଚଳିତ ସିଜିନରେ କ୍ରମାଗତ ଦ୍ଵିତୀୟ ବିଜୟ ହାସଲ କରିଛି । ଏହି ମ୍ୟାଚରେ ୫୦୦ରୁ ଉର୍ଦ୍ଧ୍ଵ ସ୍କୋର ହେବା ସହ ଛକାର ରେକର୍ଡ ମଧ୍ୟ ହୋଇଛି । 

ପ୍ରଥମେ ବ୍ୟାଟିଂ କରିଥିବା ହାଇଦ୍ରାବାଦ ୨୭୭ ରନ କରିଥିଲା । ଦଳ ପକ୍ଷରୁ ହେନରିକ କ୍ଲାସେନ ୩୪ ବଲରୁ ଅପରାଜିତ ୮୦ ରନ, ଅଭିଷେକ ଶର୍ମା ୨୩ ବଲରୁ ୬୩ ରନ, ଟ୍ରେଭିସ୍ ହେଡ୍ ୨୪ ବଲରୁ ୬୨ ଓ ଆଡନ ମାରକ୍ରମ ଅପରାଜିତ  ୪୨ ରନ କରିଥିଲେ । ଜବାବରେ ମୁମ୍ବାଇ ୫ ଓ୍ଵିକେଟ୍ ହରାଇ ୨୪୬ ରନରେ ଅଟକି ଯାଇଛି ।  ମୁମ୍ବାଇ ପକ୍ଷରୁ ତିଳକ ବର୍ମା ସର୍ବାଧିକ ୬୪ ରନ କରିଥିବା ବେଳେ ଟିମ୍ ଡେଭିଡ୍ ଅପରାଜିତ ୪୨ ରନ କରିଛନ୍ତି । 

  • IPL 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.