ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଆଉ ୧୦ ଦିନ.. ଯୁବରାଜଙ୍କ ଛଅ ଛକା ଭାରତ ପ୍ରଥମ ଚାମ୍ପିଅନ୍

ନୂଆଦିଲ୍ଲୀ ୨୧/୦୫: ଧୀରେ ଧୀରେ ଟି-ଟ୍ୱେଣ୍ଟି କ୍ରିକେଟ୍‌ର ଲୋକପ୍ରିୟତା ପରେ ଆଇସିସି ଏହି ରୋମାଞ୍ଚକର ଫର୍ମାଟ୍‌କୁ ନେଇ ୨୦୦୭ରୁ ଆରମ୍ଭ କରିଥିଲା ବିଶ୍ୱକପ୍‌ । ପ୍ରଥମ ସଂସ୍କରଣରେ ୩ଟି ଘଟଣାକୁ ଭାରତୀୟ ପ୍ରଶଂସକ କେବେ ଭୁଲି ପାରିବେ ନାହିଁ । ପ୍ରଥମଟି ଗ୍ରୁପ୍‌ ପର୍ଯ୍ୟାୟରେ ପାକିସ୍ତାନ ବିପକ୍ଷରେ ଭାରତର ବିଜୟ, ଦ୍ୱିତୀୟ ସୁପର-୮ରେ ଇଂଲଣ୍ଡ ବିପକ୍ଷରେ ଷ୍ଟୁଆର୍ଟ ବ୍ରଡ୍‌ଙ୍କୁ ଯୁବରାଜ ସିଂଙ୍କ ଛଅ ଛକା ଏବଂ ତୃତୀୟଟି ପାକିସ୍ତାନକୁ  ପରାଜିତ କରି ଭାରତ ଜିତିଥିଲା ପ୍ରଥମ ଟାଇଟଲ।

ଦକ୍ଷିଣ ଆଫ୍ରିକାରେ ପ୍ରଥମ ସଂସ୍କରଣ  ଆୟୋଜିତ ହୋଇଥିଲା । ୧୨ଟି ଦଳ  (ଦକ୍ଷିଣ ଆଫ୍ରିକା, ବାଂଲାଦେଶ, ୱେଷ୍ଟଇଣ୍ଡିଜ,  ଅଷ୍ଟ୍ରେଲିଆ, ଇଂଲଣ୍ଡ, ଜିମ୍ବାୱେ, ଶ୍ରୀଲଙ୍କା,  ନ୍ୟୁଜିଲାଣ୍ଡ, କେନିଆ, ଭାରତ, ପାକିସ୍ତାନ ଓ  ସ୍କଟ୍‌ଲାଣ୍ଡ ଭାଗ ନେଇଥିଲେ । ୪ଟି ଗ୍ରୁପ୍‌ରୁ ୨ଟି  ଲେଖାଏଁ ଦଳ ସୁପର-୮ରେ ଏବଂ ସୁପର-୮ର  ୨ଟି ଗ୍ରୁପ୍‌ରୁ ୨ଟି ଲେଖାଏଁ ଦଳ ସେମି ଫାଇନାଲରେ  ପ୍ରବେଶ କରିଥିଲେ । ଶେଷରେ ଭାରତ ଓ  ପାକିସ୍ତାନ ଫାଇନାଲକୁ ଉନ୍ନୀତ ହୋଇଥିଲେ ।  ଭାରତ ମାତ୍ର ୫ ରନ୍‌ରେ ବିଜୟୀ ହୋଇ ପ୍ରଥମ  ଚାମ୍ପିଅନ ହେବାର ଗୌରବ ଲାଭ କରିଥିଲା ।  

ଭାରତ-ପାକିସ୍ତାନ ରୋମାଞ୍ଚକର ଟାଇ

ଗ୍ରୁପ୍‌ ପର୍ଯ୍ୟାୟରେ ଭାରତ ପ୍ରଥମ ମ୍ୟାଚ୍‌  ସ୍କଟଲାଣ୍ଡକୁ ଭେଟିବାର ଥିଲା । କିନ୍ତୁ ଏହି ମ୍ୟାଚ୍‌  ବର୍ଷା ଯୋଗୁ ଖେଳ ସମ୍ଭବ ହୋଇ ନଥିଲା । ଉଭୟ  ପଏଣ୍ଟ ଭାଗ କରିଥିଲେ । ଦ୍ୱିତୀୟ  ମ୍ୟାଚ୍‌ ଥିଲା ଟୁର୍ଣ୍ଣାମେଣ୍ଟର ସବୁଠୁ  ବଡ଼ ମୁକାବିଲା । ସେପ୍ଟେମ୍ବର ୧୪  ତାରିଖରେ ଡର୍ବାନରେ ମୁହାଁମୁହିଁ  ହୋଇଥିଲେ ଦୁଇ ପାରମ୍ପରିକ  ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ । 

ଭାରତ ପ୍ରଥମେ ବ୍ୟାଟିଂ କରି ରବିନ ଉଥପ୍ପା  (୫୦) ଅର୍ଦ୍ଧଶତକ ସହାୟତାରେ ୯ ୱିକେଟ୍‌ରେ  ୧୪୧ ରନ୍‌ କରିଥିଲା । ପାକିସ୍ତାନ  ଅନ୍ତିମ ଓଭରରେ ବିଜୟ ପାଇଁ ୧୨ ରନ୍‌  ଆବଶ୍ୟକ କରୁଥିଲା । ଏସ୍‌. ଶ୍ରୀସନ୍ତ ଏହି  ଓଭର ବୋଲିଂ କରି ପ୍ରଥମ ବଲରେ ୧,  ଦ୍ୱିତୀୟ ବଲରେ ଚୌକା, ତୃତୀୟ ବଲରେ  ୨ ଓ ଚତୁର୍ଥ ବଲରେ ଚୌକା ଦେଇଥିଲେ ।  ଶେଷ ୨ ବଲରେ ୧ ରନ୍‌ ଆବଶ୍ୟକ ଥିଲା । ମିସବା  ଉଲ୍‌ ହକ୍‌ ପଞ୍ଚମ ବଲକୁ ଖେଳି ପାରିନଥିଲେ  ଏବଂ ଅନ୍ତିମ ବୋଲରେ ସେ ଆଉଟ୍‌  ହୋଇଥିଲେ । ମ୍ୟାଚ୍‌ ଟାଇ ହେବା  ପରେ ନିୟମ ଅନୁସାରେ ‘ବୋଲ- ଆଉଟ୍‌’ର ସହାୟତା ନିଆଯାଇଥିଲା । 

ବୀରେନ୍ଦ୍ର ସେହ୍ୱାଗ, ହରଭଜନ ସିଂ ଓ ଉତ୍ଥାପା  ବୋଲିଂ କରି ଷ୍ଟମ୍ପକୁ ହିଟ୍‌ କରିବାରେ ସଫଳ  ରହିଥିଲେ । କିନ୍ତୁ ପାକିସ୍ତାନର ୟାଶିର ଅରାଫତ,  ଉମର ଗୁଲ, ସାହିଦ ଆଫ୍ରିଦି ବିଫଳ ହେବା ଯୋଗୁ  ଭାରତ ଏହି ମ୍ୟାଚ୍‌କୁ ୩-୦ରେ ଜିତି ନେଇଥିଲା ।  

ବ୍ରଡ୍‌ଙ୍କୁ ଛଅ ଛକା

ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଇତିହାସରେ ଯୁବରାଜ ସିଂଙ୍କ  ଗୋଟିଏ ଓଭରରେ ଛଅ ଛକା  ରେକର୍ଡ ଏବେବି ଅତୁଟ ରହିଛି । ସେପ୍ଟେମ୍ବର ୧୯ରେ ଡର୍ବାନରେ ସୁପର-୮ରେ ଭାରତ-ଇଂଲଣ୍ଡ ମ୍ୟାଚ୍‌ ଖେଳାଯାଇଥିଲା । ଭାରତ ପ୍ରଥମେ ବ୍ୟାଟିଂ କରି ୮ ୱିକେଟ୍‌ରେ ୨୧୮ ରନ୍‌ କରିଥିଲା । ସେହ୍ୱାଗ  (୬୬) ଓ ଯୁବରାଜ (୫୮) ଅର୍ଦ୍ଧଶତକୀୟ  ଇନିଂସ ଖେଳିଥିଲେ । ଇଂଲଣ୍ଡ ଏହି ମ୍ୟାଚ୍‌ରେ ୧୮ ରନ୍‌ରେ ପରାଜିତ ହୋଇଥିଲା । ମ୍ୟାଚ୍‌ର ମୁଖ୍ୟ ଆକର୍ଷଣ ଥିଲା ଷ୍ଟୁଆର୍ଟ  ବ୍ରଡ୍‌ଙ୍କ ଓଭର । ସେ ୧୯ତମ ଓଭର ବୋଲିଂ  କରିଥିଲେ । ଷ୍ଟ୍ରାଇକରେ ଥାନ୍ତି ଯୁବରାଜ ଏବଂ  ନନ୍‌ ଷ୍ଟ୍ରାଇକରେ ଏମ୍‌ଏସ୍‌ ଧୋନି । ୧୮ ଓଭର  ଶେଷ ସୁଦ୍ଧା ଦଳୀୟ ସ୍କୋର ୩/୧୭୧ ରହିଥିଲା ।  ୧୪ ରନ୍‌ କରି ଅପରାଜିତ ରହିଥାନ୍ତି ଯୁବ । ସେଥିରେ ୩ଟି ଚୌକା ସାମିଲ ରହିଥାଏ । 

ଓଭରର ପ୍ରଥମ ବଲ୍‌ ପକାଇଲେ ବ୍ରଡ୍‌ ।  ଛକା ମାରି ଦର୍ଶକଙ୍କୁ ରୋମାଞ୍ଚିତ କଲେ  ଯୁବରାଜ । ପୁଣି ଦ୍ୱିତୀୟ ବଲକୁ ବି ଛକା ।  ହ୍ୟାଟ୍ରିକ୍‌ ଛକା ମାରିବା ପରେ ଦର୍ଶକ ଉତ୍ସାହିତ  ହୋଇ ପଡ଼ିଥିଲେ । ଅପେକ୍ଷା କରି ରହିଥିଲେ  ପରବର୍ତ୍ତୀ ୩ ବଲକୁ । ଏହି ୩ ବଲ୍‌ରେ ବି ଛକା  ମାରି ଯୁବି ବିଶ୍ୱ ରେକର୍ଡର ଅଧିକାରୀ ହେଲେ ।  ଯୁବରାଜ ମାତ୍ର ୧୬ ବଲ ଖେଳି ୩ ଚୌକା  ଓ ୭ଟି ଛକା ମାରି ୫୮ ରନ୍‌ ସଂଗ୍ରହ କରିଥିଲେ । ତାଙ୍କ ଷ୍ଟ୍ରାଇକରେଟ୍‌ ରହିଥିଲା ୩୬୨.୫୦ ।   

ଫାଇନାଲରେ ଇରଫାନଙ୍କ ଘାତକ ବୋଲିଂ 

ସେପ୍ଟେମ୍ବର ୨୪ ତାରିଖରେ ଜୋହାନ୍ସବର୍ଗରେ  ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯାଇଥିଲା ।  ଭାରତ ପ୍ରଥମେ ବ୍ୟାଟିଂ କରିଥିଲା । ଗୌତମ  ଗମ୍ଭୀରଙ୍କ (୭୫) ଅର୍ଦ୍ଧଶତକ ଏବଂ ରୋହିତ  ଶର୍ମାଙ୍କ ୩୦ ରନ୍‌ ସହାୟତାରେ ଦଳ ୫/୧୫୭  ରନ୍‌ କରିଥିଲା । ପାକିସ୍ତାନ ଜବାବରେ ୧୯.୩  ଓଭରରେ ସମସ୍ତ ୱିକେଟ୍‌ ହରାଇ ୧୫୨ ରନ୍‌ରେ  ସୀମିତ ରହିଥିଲା । ଇରଫାନ ପଠାନ ମାତ୍ର  ୧୬ ରନ୍‌ ଦେଇ ୩ ୱିକେଟ୍‌ ନେଇଥିଲେ । ସେ  ପ୍ଲେୟାର ଅଫ୍‌ ଦ ମ୍ୟାଚ୍‌ ବିବେଚିତ ହୋଇଥିଲେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.