ପ୍ରମୂଖ ଖବର
  • ଭଦ୍ରକ : ମିଶ୍ରପୁର ଗ୍ରାମରେ ଅଘଟଣ, ନଈରେ ପଡ଼ି ନାବାଳିକା ମୃତ
  • ||
  • ଅକ୍ଷୟ ତୃତୀୟରେ ଚାଷୀଙ୍କୁ ମିଳିଲା ସିଏମ୍‌ କିଷାନ ଟଙ୍କା, ୧୦୨୫ କୋଟି ଟଙ୍କା ବାଣ୍ଟିଲେ ସରକାର
  • ||
  • ଭୁବନେଶ୍ୱର : ରାଜଧାନୀ ଅଭାବନୀୟ ଘଟଣା; ରାସ୍ତାରେ ଜଳିଗଲେ କଲେଜ ଛାତ୍ର, ତଦନ୍ତ କରୁଛି ପୋଲିସ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା, ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡା କରିବେ ମଦନମୋହନ
  • ||
  • ଅକ୍ଷୟ ତୃତୀୟାଠାରୁ ବିନ୍ଦୁସାଗରରେ ଚନ୍ଦନ ଯାତ୍ରା, ୨୨ ଦିନ ଚାପ ଖେଳିବେ ଶ୍ରୀଲିଙ୍ଗରାଜ
  • ||
  • ବିଶାଖାପାଟଣାର ସୀମାଞ୍ଚଳମ୍ ମନ୍ଦିରରେ ଅଘଟଣ; ପାଚେରି ଭୁଶୁଡ଼ି ୮ ଜଣଙ୍କର ମୃତ୍ୟୁ, ଅନେକ ଆହତ
  • ||
  • ଭଦ୍ରକ : ମିଶ୍ରପୁର ଗ୍ରାମରେ ଅଘଟଣ, ନଈରେ ପଡ଼ି ନାବାଳିକା ମୃତ
  • ||

ସ୍ୱଦେଶ ଫେରିଲେ ଟି-୨୦ ବିଶ୍ୱ ଚାମ୍ପିଅନ ଭାରତ, ଏୟାରପୋର୍ଟରେ ଭବ୍ୟ ସ୍ୱାଗତ କଲେ ଫ୍ୟାନ୍ସ

Published By : Prameya | July 4, 2024 7:43 AM

ନୂଆଦିଲ୍ଲୀ, ୦୪/୦୭: ଦୀର୍ଘ ପ୍ରତୀକ୍ଷାର ଅନ୍ତ । ଶେଷରେ ବିଶ୍ୱ ଚାମ୍ପିଅନ ଭାରତୀୟ ଖେଳାଳି ଟ୍ରଫି ଧରି ବାର୍ବାଡସରୁ ସ୍ୱଦେଶ ଫେରିଲେ । ସକାଳ  ୬ଟାରେ ନୂଆଦିଲ୍ଲୀରେ ବିମାନ ବନ୍ଦରରେ ପହଞ୍ଚିଛନ୍ତି ସମସ୍ତ ଖେଳାଳି ଓ ଟିମ୍ ଷ୍ଟାଫ୍। ଆଜି ଦିନ ୧୧ଟା ବେଳେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିବେ ।  ଏହାପରେ ଦଳ ମୁମ୍ବାଇ ଯାତ୍ରା କରିବ ।ସେଠାରେ ବିମାନବନ୍ଦରରୁ ବସ୍ ଯୋଗେ ଓ୍ବାଙ୍ଖଡେ ଷ୍ଟାଡିୟମ ଯିବେ ଖେଳାଳି ।


ଗତ ଶନିବାର ଦିନ ଭାରତ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ପରାଜିତ କରି  ଚାମ୍ପିଅନ ହୋଇଥିଲା । ରବିବାର ଚାମ୍ପିଅନ ଦଳ  ସ୍ୱଦେଶ ବାହୁଡ଼ିବାର କାର୍ଯ୍ୟକ୍ରମ ରହିଥିଲା । ମାତ୍ର  ବାତ୍ୟା ଯୋଗୁ ସେମାନେ ଫସି ଯାଇଥିଲେ । ତେବେ ବୁଧବାର ବାତ୍ୟା ସ୍ଥିତି ସାମାନ୍ୟ ହେବା ପରେ ଟିମ୍ ଇଣ୍ଡିଆ ବାରବାଡୋସ୍ ଛାଡ଼ିଥିଲା । ଭାରତୀୟ ଖେଳାଳି ଗୁରୁବାର ସକାଳ ୬ଟାରେ ନୂଆଦିଲ୍ଲୀ ବିମାନବନ୍ଦରରେ ଅବତରଣ କରିଛନ୍ତି । ସ୍ବଦେଶ ଫେରିବା ପରେ ଦିଲ୍ଲୀରେ ତାଙ୍କୁ ସ୍ବାଗତ କରାଯାଇଛି । ଏହା ପରେ ଖେଳାଳିମାନଙ୍କୁ ବସ୍ ଯୋଗେ ଆଇଟିସି ମୌର୍ଯ୍ୟ ହୋଟେକୁ ନିଆଯାଇଛି । ସେଠାରେ ସେମାନେ ବିଶ୍ରାମ ନେବା ପରେ ଦିନ ୯ଟା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ସାକ୍ଷାତ କରିବେ । ଏହା ପରେ ମୁମ୍ବାଇ ଅଭିମୁଖେ ଯାତ୍ରା କରିବ ଟିମ୍ ।

ମୁମ୍ବାଇରେ ଖେଳାଳିଙ୍କୁ ସ୍ୱାଗତ ପାଇଁ ପ୍ରସ୍ତୁତି ଶେଷ ହୋଇଛି । ସହରରେ ୨ କିଲୋମିଟର ଏକ ଓପନ ବସ୍‌ରେ ରୋଡ୍ ଶୋ’ କରିବେ । ଏହା ପରେ ଖେଳାଳିମାନେ  ଓ୍ବାଙ୍ଖଡେ ଷ୍ଟାଡିୟମରେ ପହଞ୍ଚିବେ । ସେଠାରେ ସେମାନଙ୍କୁ  ବିସିସିଆଇ ପକ୍ଷରୁ ଆନୁଷ୍ଠାନିକ ଭାବେ ସ୍ୱାଗତ କରାଯିବ । ସକାଳରୁ ସନ୍ଧ୍ୟା ଯାଏ ପର୍ଯ୍ୟାୟ କ୍ରମିକ ଭାବେ ଖେଳାଳିମାନଙ୍କ ବିଭିନ୍ନ ଗତି ବିଧି ଏବଂ ଟ୍ରଫି ଭ୍ରମଣର ଦୃଶ୍ୟ ଷ୍ଟାର ସ୍ପୋର୍ଟ୍ସରେ ସିଧାପ୍ରସାରଣ ହେବ ।





Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.