ପ୍ରମୂଖ ଖବର
  • ଭୁବନେଶ୍ଵର : ୨୨ରୁ ବଜେଟ ଅଧିବେଶନ, ସରକାର ବନାମ ନବୀନଙ୍କ ଛାୟା ମନ୍ତ୍ରିମଣ୍ଡଳ ଲଢ଼େଇ
  • ||
  • ଆଜି ରସଗୋଲା ଦିବସ, ଜିଆଇର ୫ ବର୍ଷ ପରେ ବ୍ରାଣ୍ଡିଂ ନାହିଁ, ସରକାର ନିରବ
  • ||

୨୬ ଜୁଲାଇରୁ ଆରମ୍ଭ ହେବ ଭାରତର ଶ୍ରୀଲଙ୍କା ଗସ୍ତ , ଦେଖନ୍ତୁ ସିଡ୍ୟୁଲ୍

ନୂଆଦିଲ୍ଲୀ : ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ହେବାକୁ ଥିବା ଟି-୨୦ ଓ ୱାନଡେ ସିରିଜର ସିଡ୍ୟୁଲର ଘୋଷଣା ହୋଇଛି। ବିସିସିଆଇ ଗୁରୁବାର (୧୧ ଜୁଲାଇ)ରେ ଟି-୨୦ ଓ ୱାନଡେ ସିରିଜ୍‌ର ସିଡ୍ୟୁଲ ନେଇ ଘୋଷଣା କରିଛି। ସିରିଜର ଆରମ୍ଭ ୨୬ ଜୁଲାଇରୁ ହେବ। ପ୍ରଥମ ଟି-୨୦ ମ୍ୟାଚ୍‌ ୨୬ ଜୁଲାଇରେ ପଲ୍ଲେକେଲେରେ ଖେଳାଯିବ। ଟି-୨୦ ସିରିଜର ସବୁ ମ୍ୟାଚ୍‌ ଏହି ମୈଦାନରେ ଖେଳାଯିବ। ଭାରତ ଶ୍ରୀଲଙ୍କା ଗସ୍ତରେ ୩ଟି ଟି-୨୦ ଓ ୩ଟି ୱାନଡେ ମ୍ୟାଚ୍‌ ଖେଳିବ। ଭାରତୀୟ ଟିମ୍‌ର ନବ ନିଯୁକ୍ତ ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀର ଏହି ଗସ୍ତ ସହ ନିଜର କାର୍ଯ୍ୟକାଳ ଆରମ୍ଭ କରିବେ।

ୱାନଡେ ସିରିଜର ଆରମ୍ଭ ୧ ଅଗଷ୍ଟରୁ କୋଲମ୍ୱୋରେ ହେବ। ଅନ୍ୟପଟେ ଭାରତ ଏହି ସମୟରେ ଜିମ୍ୱାୱେରେ ଦ୍ୱିପକ୍ଷୀୟ ସିରିଜ ଖେଳୁଛି। ଜିମ୍ୱାୱେ ବିରୋଧରେ ଟି-୨୦ ସିରିଜରେ ଖେଳୁଥିବା ଅଧିକାଂଶ ଖେଳାଳି ଶ୍ରୀଲଙ୍କା ଗସ୍ତରେ ରହିବାର ଆଶା ରହିଛି। ଶ୍ରୀଲଙ୍କା ବିରୋଧରେ ପ୍ରଥମ ଟି-୨୦, ୨୬ ଜୁଲାଇ , ଦ୍ୱିତୀୟ ୨୭ ଜୁଲାଇ ଓ ୩ୟ ମ୍ୟାଚ୍‌ ୨୯ ଜୁଲାଇରେ ଖେଳା ଯିବ। ସେପଟେ ୱାନଡେ ସିରିଜର ପ୍ରଥମ ମ୍ୟାଚ୍ ୧ଅଗଷ୍ଟରେ ହେବ। ଦ୍ୱିତୀୟ ମ୍ୟାଚ୍‌ ୪ ଅଗଷ୍ଟ ଓ ଶେଷ ୱାନଡେ ୭ ଅଗଷ୍ଟରେ ଖେଳାଯିବ। ଟି-୨୦ ସିରିଜର ସବୁ ମ୍ୟାଚ୍‌ ପଲ୍ଲେକେଲେରେ, ୱାନଡେ ସିରିଜର ସବୁ ମ୍ୟାଚ୍‌ କୋଲମ୍ୱୋରେ ଅନୁଷ୍ଠିତ ହେବ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.