ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଆକ୍ସନ ମୋଡ୍‌ରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ; ରାଜ୍ୟ ସରକାରଙ୍କ ୭ ଜଣ ପରାମର୍ଶଦାତାଙ୍କୁ କଲେ ବରଖାସ୍ତ, ଏମାନେ ଥିଲେ କେସିଆର୍‌ଙ୍କ ଖୁବ୍ ନିକଟତର…

ନୂଆଦିଲ୍ଲୀ: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ରାଜ୍ୟ ସରକାରଙ୍କ ୭ ଜଣ ପରାମର୍ଶଦାତାଙ୍କୁ ବରଖାସ୍ତ କରିଛନ୍ତି । ଏଥିରେ ପୂର୍ବତନ ମୁଖ୍ୟ ଶାସନ ସଚିବ ରାଜୀବ ଶର୍ମା, ପୂର୍ବତନ ଡିଜିପି ଅନୁରାଗ ଶର୍ମା, ପୂର୍ବତନ ଆଇପିଏସ୍ ଏ.କେ ଖାନ ଏବଂ VRS ନେଇଥିବା ଅନ୍ୟ ଜଣେ ମୁଖ୍ୟ ସଚିବ ସୋମେଶ କୁମାର ସାମିଲ୍ ରହିଥିଲେ । ପରାମର୍ଶଦାତା ଭାବରେ କାର୍ଯ୍ୟ କରୁଥିବା ଏହି ସମସ୍ତ ଅବସରପ୍ରାପ୍ତ ଅଧିକାରୀମାନେ କେସିଆରଙ୍କ କାର୍ଯ୍ୟକାଳ ମଧ୍ୟରେ ରାଜ୍ୟରେ ସବୁଠାରୁ ଶକ୍ତିଶାଳୀ ବିବେଚିତ ହୋଇଥିଲେ।

ମୁଖ୍ୟମନ୍ତ୍ରୀ ହେବା ପରେ ରେବନ୍ତ ରେଡ୍ଡୀଙ୍କୁ କ୍ରମାଗତ ଭାବରେ ଆକ୍ସନରେ ଦେଖିବାକୁ ମିଳୁଛି । ଶପଥ ନେବା ପରେ ସେ ନିର୍ବାଚନ ପ୍ରଚାର ସମୟରେ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବା ଆରମ୍ଭ କରିଥିଲେ । ଏହା ପୂର୍ବରୁ ଶପଥ ଗ୍ରହଣ ସମାରୋହ ପରେ ସେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ଚାରିପାଖରେ ଥିବା ଲୁହା ବ୍ୟାରିକେଡକୁ ହଟାଇ ଦେଇଥିଲେ । ତେବେ ପୂର୍ବରୁ ସେ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ବାସଭବନ ରାଜ୍ୟର ସମସ୍ତ ଲୋକଙ୍କ ପାଇଁ ସର୍ବଦା ଖୋଲା ରହିବ । 

ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଆଜି (ଶନିବାର) ଦୁଇଟି ଯୋଜନା ଆରମ୍ଭ କରିଛନ୍ତି । ଗୋଟିଏ ହେଲା ଗରିବଙ୍କ ପାଇଁ ମହିଳା ମାନଙ୍କ ପାଇଁ ମାଗଣା ବସ୍ ଯାତ୍ରା ଏବଂ ୧୦ ଲକ୍ଷ ଟଙ୍କା ସ୍ୱାସ୍ଥ୍ୟ ବୀମା । ଏହି ଦୁଇଟି ଯୋଜନା କଂଗ୍ରେସର ୬ଟି ଗ୍ୟାରେଣ୍ଟିର ଅଂଶ ଅଟେ । 

ଏହି ଦୁଇଟି ଯୋଜନାର ଉଦଘାଟନ ଅବସରରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେଭନ୍ତ ରେଡ୍ଡୀ କହିଛନ୍ତି ଯେ, "୧୦୦ ଦିନ ମଧ୍ୟରେ ୬ ଟି ନିର୍ବାଚନ ଗ୍ୟାରେଣ୍ଟି କାର୍ଯ୍ୟକାରୀ କରି ତେଲେଙ୍ଗାନାକୁ ଲୋକଙ୍କର କଲ୍ୟାଣ ତଥା ବିକାଶ ପାଇଁ ଏକ ରାଜ୍ୟ ଭାବେ ପରିଚିତ କରାଇବାକୁ କଂଗ୍ରେସ ସରକାର ଉଦ୍ୟମ କରିବ । 


 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.