ପ୍ରମୁଖ ଖବର
  • ଧର୍ମଗଡ଼ : ଏସଡିଓଙ୍କ ସନ୍ଦେହଜନକ ମୃତ୍ୟୁ, ସରକାରୀ କ୍ଵାର୍ଟର୍ସରୁ ମିଳିଲା ମୃତଦେହ
  • ||
  • ଭୁବନେଶ୍ଵର : ୧୪ରେ ବିଜେଡି କାର୍ଯ୍ୟକାରିଣୀ ବୈଠକ, ପ୍ରସ୍ତୁତ ହେବ ଆଗାମୀ ରାଜନୈତିକ ଖସଡ଼ା
  • ||
  • ବାଙ୍କୀ : ମହାନଦୀକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ, ଉଦ୍ଧାର କଲେ ଅଗ୍ନିଶମ ବାହିନୀ
  • ||
  • ଅନୁଗୁଳ: ପବିତ୍ର ମୋହନ ପ୍ରଧାନ ସରକାରୀ ହସ୍ପିଟାଲ୍‌ର ଭିଡିଓ କନ୍‌ଫରେନ୍‌ସିଂରେ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ନୂଆଦିଲ୍ଲୀ: ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଲୋଗୋ ଉନ୍ମୋଚିତ କଲା ଆଇସିସି, ଆମେରିକା ଓ ୱେଷ୍ଟ ଇଣ୍ଡିଜ ମିଳିତ ଭାବେ କରିବେ ଆୟୋଜନ
  • ||
  • ଭୁବନେଶ୍ୱର: ୧୯ ପ୍ରକଳ୍ପକୁ ସିଙ୍ଗିଲ୍‌ ୱିଣ୍ଡୋ ମଞ୍ଜୁରି କଲେ ରାଜ୍ୟ ସରକାର: ୪୮୦୦ କୋଟି ନିବେଶ, ୧୭୫୫୩ ନିଯୁକ୍ତି ସମ୍ଭାବନା
  • ||
  • ଭୁବନେଶ୍ୱର: ବର୍ଷା ପରେ ବଦଳିଲା ପାଗର ମିଜାଜ: ୩ରୁ ୫ ଡିଗ୍ରୀ ଯାଏଁ ତଳକୁ ଖସିବ ରାତିର ପାରଦ,୧୦ରୁ ବଢିବ ଶୀତ
  • ||

ତେନ୍ତୁଳିଖୁଣ୍ଟି ଥାନା ପାଚେରୀ ନିର୍ମାଣ କାର୍ଯ୍ୟ ନିମ୍ନ ମାନର, ବିଭାଗୀୟ ଯନ୍ତ୍ରୀଙ୍କ ଦେଖା ନାହିଁ, ମିସ୍ତ୍ରୀଙ୍କ ଇଚ୍ଛାରେ ଚାଲୁଛି କାମ

ତେନ୍ତୁଳିଖୁଣ୍ଟି, ୧୮/୧୧ : ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ସଦର ଥାନାରେ ନୂତନ ପାଚେରୀ କାର୍ଯ୍ୟ ଅତ୍ୟନ୍ତ ନିମ୍ନ ମାନର ହେଉଥିବା ଦେଖିବାକୁ ମିଳିଛି। ବିଭାଗୀୟ ଯନ୍ତ୍ରୀ ଏବଂ ଠିକାଦାରଙ୍କ କାର୍ଯ୍ୟ ସ୍ଥଳରେ ଦେଖା ମିଳୁନଥିବା ବେଳେ ନିୟୋଜିତ ମିସ୍ତ୍ରୀ ନିଜ ଇଛା ମୁତାବକ ନିମ୍ନମାନର କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଛି। ଏହାକୁ ତେନ୍ତୁଳିଖୁଣ୍ଟି ଗ୍ରାମବାସୀ ବିରୋଧ କରିଛନ୍ତି। ବିଭାଗୀୟ ଯନ୍ତ୍ରୀଙ୍କ ଉପସ୍ଥିତରେ କାର୍ଯ୍ୟ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

ସୂଚନା ଅନୁଯାୟୀ, ତେନ୍ତୁଳିଖୁଣ୍ଟି ସଦର ମହାକୁମ୍ମା ଠାରେ ନୂତନ ଥାନା କୋଠା ନିର୍ମାଣ ହୋଇଛି। ବର୍ତ୍ତମାନ ପୁରୁଣା ଥାନା ମଧ୍ୟ ନୂତନ କୋଠାକୁ ସ୍ଥାନାନ୍ତରିତ ହୋଇସାରିଛି। ହେଲେ ଇତି ମଧ୍ୟରେ ନୂତନ ଥାନା ପାଚେରୀ ପାଇଁ ହାଉସିଂ ବୋର୍ଡ ପକ୍ଷରୁ ଟଙ୍କା ମଂଜୁର ହୋଇଛି। କେତେ ବ୍ୟୟ ଅଟକଳରେ ପାଚେରୀ କାର୍ଯ୍ୟ ଚାଲିଛି ସେନେଇ କୌଣସି ସୂଚନା ଫଳକ ନଥିବା ଯୋଗୁଁ ତାହା ଜାଣିବା ସମ୍ଭବପର ହୋଇନି। ତେବେ ପାଚେରୀ କାର୍ଯ୍ୟ ଅତ୍ୟନ୍ତ ନିମ୍ନ ମାନର କରାଯାଉଥିବା ଦେଖିବାକୁ ମିଳିଛି। ପାଚେରୀ ଫାଉଣ୍ଡେସନରେ କଂକ୍ରିଟ ଯୋଡ଼େଇ କରାଯାଉନି। ଗୁଣ୍ଡ ଇଟା, ମାଟି, ପଥର ଦେଇ ଫାଉଣ୍ଡେସନ ସଜେଇ ଏହାର ଉପରେ ନାମକୁ ମାତ୍ର କିଛି ସିମେଣ୍ଟ ଦିଆଯାଉଛି। ଅଳ୍ପ ଦିନ ମଧ୍ୟରେ ପାଚେରୀ ନଷ୍ଟ ହେବାର ଆଶଙ୍କା ଦେଖାଦେଇଛି।

ବାଲି ଗୋଡି ସିମେଣ୍ଟ ମିଶ୍ରଣରେ ମଧ୍ୟ ଅତ୍ୟନ୍ତ ହାଲୁକା କରାଯାଉଛି। ଏହାକୁ ତେନ୍ତୁଳିଖୁଣ୍ଟି ଗ୍ରାମବାସୀ ସମ୍ପୂର୍ଣ୍ଣ ବିରୋଧ କରିଛନ୍ତି। ବିଭାଗୀୟ ଯନ୍ତ୍ରୀଙ୍କ ଉପସ୍ଥିତରେ ନିର୍ଦ୍ଧାରିତ ଏସ୍ଟିମେଟ ଅନୁଯାୟୀ ପାଚେରୀ ନିର୍ମାଣ କାର୍ଯ୍ୟ କରାଯାଉ ବୋଲି ସମାଜସେବୀ ଅଜୟ ହିଆଲ, ନୁଁନୁ ପାତ୍ର, ମୁନା ପାଣିଗ୍ରାହୀ ସମେତ ଗ୍ରାମବାସୀ ଦାବି କରିଛନ୍ତି। ବିଭାଗୀୟ ଯନ୍ତ୍ରୀଙ୍କ ସହ ଯୋଗାଯୋଗ ହୋଇ ପାରିନଥିବା ଯୋଗୁଁ ତାଙ୍କ ପ୍ରତିକ୍ରିୟା ନିଆଁ ଯାଇପାରିନି। ବର୍ତ୍ତମାନ ନିମ୍ନ ମାନର ହେଉଥିବା ପାଚେରୀ କାର୍ଯ୍ୟକୁ ଗ୍ରାମବାସୀ ସ୍ଥଗିତ ରଖିବାକୁ କହି ଯନ୍ତ୍ରୀଙ୍କ ଉପସ୍ଥିତରେ କାର୍ଯ୍ୟ କରିବା ପାଇଁ ଦାବି କରିଛନ୍ତି।


  • prameyanews
  • PrameyaOdia
  • prameya
  • Copyright © 2022 - Summa Real Media Private Limited. All Rights Reserved.