ଭୁବନେଶ୍ଵର, ୦୫/୦୮ : ଦୁର୍ନୀତିଖୋର ଅଫିସରଙ୍କ ଉପରେ କୌଣସି ମାୟା ମମତା ଦେଖାଇବେ ନାହିଁ ରାଜ୍ୟ ସରକାର। ଆଗକୁ ବି ଦୁର୍ନୀତି ପ୍ରତି ଆହୁରି କଠୋର ହେବେ ସରକାର। କାହାକୁ ଛଡ଼ା ଯିବ ନାହିଁ । ଭିଜିଲାନ୍ସ ଚଢ଼ାଉ ବେଳେ ଓବିସିସି ଅତିରିକ୍ତ ମୁଖ୍ୟଯନ୍ତ୍ରୀଙ୍କ ଠାରୁ ଆୟ ବହିର୍ଭୂତ ସମ୍ପତ୍ତି ଧାରା ପଡ଼ିବା ପରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ଆଇନ ଏବଂ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।
ଆଇନ ମନ୍ତ୍ରୀ କହିଛନ୍ତି ଯେ, ଦୁର୍ନୀତି ବା ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରି ଭିଜିଲାନ୍ସ ହାତରେ ଧରା ପଡ଼ୁଥିବା ସରକାରୀ ଅଧିକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ। ଏଥିରେ ଗତ ସରକାର ଭଳି କିଛି ଟାଳଟୁଳ ନୀତି ଅବଲମ୍ବନ କରାଯିବ ନାହିଁ। ସରକାର ଦୁର୍ନୀତି ପ୍ରତି ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରିବେ ।