ରାଉରକେଲା,୦୭/୦୮: ବୋଲବମ ନାରାରେ କମ୍ପୁଛି ଜାମସେଦପୁର ସହର । ଶ୍ରାବଣ ମାସର ତୃତୀୟ ସୋମବାରରେ ଜଳାଭିଷେକ କରିଛନ୍ତି ଓଡ଼ିଶାର ରାଜ୍ୟପାଳ ମହାମହିମ ରଘୁବର ଦାସ । ତିନି କିଲୋମିଟର ଖାଲି ପାଦରେ ଚାଲିଚାଲି ଢାଳିଛନ୍ତି ପାଣି ।
ସୂଚନା ଅନୁଯାୟୀ, ଶ୍ରାବଣରେ ଶିବଙ୍କୁ ଜଳଲାଗି କରିବାକୁ ସମସ୍ତେ ଉତ୍ସୁକ । ଏହି ସୁବର୍ଣ୍ଣ ସୁଯୋଗରେ ଜଳାଭିଷେକ କରିଛନ୍ତି ଓଡ଼ିଶାର ରାଜ୍ୟପାଳ । ନିଜ ଘର ଝାଡ଼ଖଣ୍ଡ ଜାମସେଦପୁର ବାଇଡ଼ିହି ନଦୀରୁ ପାଣି ଉଠାଇଥିଲେ । ସପରିବାର ସହ ପାଣି ଉଠାଇ ତିନି କିଲୋମିଟର ଖାଲି ପାଦରେ ଚାଲିଚାଲି ପହଞ୍ଚିଥିଲେ ଜାମସେଦପୁରର ସୁର୍ଯ୍ୟ ମନ୍ଦିର ପରିସରରେ ଥିବା ଭୋଳା ଶଙ୍କର ମନ୍ଦିରରେ । ସେଠାରେ ପୂର୍ଣ୍ଣ ଶ୍ରଦ୍ଧାର ସହ ଶଙ୍କରଙ୍କୁ କରିଛନ୍ତି ଜଳାଭିଷେକ । ଏହି ସମୟରେ ଶିବମୟ ହୋଇଉଠିଛି ଜାମସେଦପୁର ସହର । ଏହି ଅବସରରେ ବାଇଡ଼ିହି ନଦୀ କୁଳରେ ଆୟୋଜନ ହୋଇଥିଲା ସାମୁହିକ ସନ୍ଧ୍ୟା ଆଳତୀ । ମହାମହିମ ରାଜ୍ୟପାଳ ରଘୁବର ଦାସ ଏହି ଅବସରରେ ଝାଡ଼ଖଣ୍ଡ, ଓଡ଼ିଶା ସହ ସମସ୍ତ ଦେଶବାସୀଙ୍କ ପାଇଁ ସୁଖ, ଶାନ୍ତି ସମୃଦ୍ଧିର କରିଛନ୍ତି କାମନା ।