ନୂଆଦିଲ୍ଲୀ, ୧୫/୯ : ଗୌତମବୁଦ୍ଧ ନଗରର ଡିଏମଙ୍କ ଅଫିସିଆଲ ଏକ୍ସ ହ୍ୟାଣ୍ଡେଲ ହ୍ୟାକ୍ କରିଥିବା ଅଭିଯୁକ୍ତକୁ ଗିରଫ କଲା ନୋଏଡ଼ା ପୋଲିସ । ନୋଏଡ଼ା ଥାନା ସେକ୍ଟର-୨୦ ପୋଲିସ ଅଭିଯୁକ୍ତକୁ ଧରିଛି । କୁହାଯାଉଛି କି ଡିଏମଙ୍କ ଆକାଉଣ୍ଡ ହ୍ୟାକ୍ କରି ଅଭିଯୁକ୍ତ ରାହୁଲ ଗାନ୍ଧୀଙ୍କ ବିରୁଦ୍ଧରେ ଆପତ୍ତିଜନକ ଟିପ୍ପଣୀ କରିଥିଲେ । ଏହାର ସ୍କ୍ରିନଶଟ ଭାଇରାଲ ହେବା ପରେ ଡିଏମ୍ ମାମଲା ରୁଜୁ କରିଥିଲେ ।
ସୂଚନା ମୁତାବକ, ଅଭିଯୁକ୍ତଙ୍କ ପରିଚୟ ସୋହନ ସିଂହ ଭାବେ ହୋଇଛି । ଯାହାଙ୍କୁ ଦିଲ୍ଲୀର ବୁରାଡୀରୁ ଗିରଫ କରାଯାଇଛି । ପୋଳିସ ଅଭିଯୁକ୍ତ ପାଖରୁ ଫୋନକୁ ବି ଜବତ କରିଛି । ଯେଉଁଥିରୁ ଏହି ପୋଷ୍ଟ କରାଯାଇଥିଲା ।