ପ୍ରମୂଖ ଖବର
  • ରାଜ୍ୟରେ ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କେଦାରନାଥ ଧାମ ଯାତ୍ରା କରୁଛନ୍ତି କି ? ବ୍ୟାଗ୍‌ରେ ନିଶ୍ଚୟ ରଖନ୍ତୁ ଏହି ଜିନିଷ

ନୂଆଦିଲ୍ଲୀ – କେଦାରନାଥ ମନ୍ଦିରର କବାଟ ୧୨ ମେ’ ରେ ଖୋଲା ଯିବ। ଏ ଦିନକୁ ସାରା ଦୁନିଆ ଖୁବ୍‌ ଉତ୍ସାହର ସହ ଅପେକ୍ଷା କରିଛି। ଅଧିକାଂଶ ଲୋକ ତ ପୂର୍ବରୁ ହିଁ ଏଠାକୁ ଯିବାକୁ ବୁକିଂ ସାରି ଦେଇଛନ୍ତି। କେଦାରନାଥ ଭଳି ପବିତ୍ର ଧାମର ଦର୍ଶନ କରିବାକୁ ଲୋକେ ମାସ ମାସ ଧରି ଅପେକ୍ଷାରେ ରହିଥାନ୍ତି। ଚାରିପଟେ ପାହାଡ଼ରେ ଘେରା କେଦାରନାଥ ଭକ୍ତଙ୍କୁ ଖୁବ୍‌ ଆକର୍ଷିତ କରିଥାଏ। ଏଥିରେ ଯଦି ଆପଣ ମଧ୍ୟ ଏଠାକୁ ଦର୍ଶନ ପାଇଁ ଯାଉଛନ୍ତି ତ ନିଜର ବ୍ୟାଗ୍‌ରେ ଏହି ଜିନିଷକୁ ନିଶ୍ଚୟ ପ୍ୟାକ୍‌ କରନ୍ତୁ। 

୧- କେଦାରନାଥ ମନ୍ଦିରର କବାଟ ଅକ୍ଷୟ ତୃତୀୟରେ ଖୋଲି ଥାଏ ଏବଂ ନଭେମ୍ୱର ମାସରେ ବନ୍ଦ ହୋଇଯାଏ। ଏମିତି ପାଗକୁ ଦେଖି କରାଯାଏ। ଏଠାରେ ପ୍ରତି ବର୍ଷ ଖୁବ୍‌ ବରଫପାତ ହୋଇଥାଏ, ଏଥିରେ ମେ-ଜୁନ୍‌ ମାସରେ ମଧ୍ୟ ଏଠାରେ ଖୁବ୍‌ ଥଣ୍ଡା ଅନୁଭୂତ ହୋଇଥାଏ। ଏଥିରେ ଯାତ୍ରା ବେଳେ ନିଜ ସହ ଥଣ୍ଡା ପାଗ ପାଇଁ ପୋଷାକ ନିଶ୍ଚୟ ନେଇ ଯାଆନ୍ତୁ , ଯଦିଓ ଆପଣ ଗ୍ରୀଷ୍ମ ପାଗରେ ବାହାରି ଥାନ୍ତୁ ପଛେ।

୨- ଯାତ୍ରାରେ ଯିବା ବେଳେ ନିଜ ପାଖରେ ଛତା ବା ରେନକୋଟ୍‌ ମଧ୍ୟ ନିଶ୍ଚୟ ରଖନ୍ତୁ। କାରଣ କେଦାରନାଥରେ କେବେ ବି ବର୍ଷା ହୋଇପାରେ। 

୩- ଟ୍ରାଭେଲିଂ ବେଳେ ଫୋନ୍‌କୁ ଚାର୍ଜ ରଖିବା ପାଇଁ ନିଜ ସହ ପାୱାର ବ୍ୟାଙ୍କ୍‌ ରଖନ୍ତୁ। ଏହା ବ୍ୟତୀତ ଏକ ଏମର୍ଜେନ୍ସି ପାଇଁ ଟର୍ଚ ମଧ୍ୟ ରଖନ୍ତୁ।

୪- ଟ୍ରାଭେଲିଂ ପାଇଁ ଏକ ସେଫଟି କିଟ୍‌ ପ୍ରସ୍ତୁତ କରନ୍ତୁ। ଯାତ୍ରାରେ ଯିବା ପୂର୍ବରୁ ଏକ ପାଉଚ୍‌ରେ ପେଟ ଯନ୍ତ୍ରଣା, ବାନ୍ତି, ଲୁଜ୍‌ ମୋସନ ଭଳି କମନ୍‌ ସମସ୍ୟାର ଔଷଧ ରଖନ୍ତୁ। ଟ୍ରାଭେଲିଂ ବେଳେ ବାହାରର ଖାଦ୍ୟ ଖାଇବା କାରଣରୁ ସ୍ୱାସ୍ଥ୍ୟ ସମ୍ୱନ୍ଧୀୟ ଅନେକ ସମସ୍ୟା ହୋଇପାରେ। 

୫- ଆପଣ କିଛି ଖାଦ୍ୟ ସାମଗ୍ରୀ ମଧ୍ୟ ସାଥିରେ ପ୍ୟାକ୍‌ କରି ପାରିବେ। କାରଣ ଲୋକେ ମନ୍ଦିର ଖୋଲିବାକୁ ଆଗ୍ରହର ସହ ଅପେକ୍ଷା କରିଥାନ୍ତି। ଯେମିତି କବାଟ ଖୋଲେ ତ ଏଠାରେ ଭକ୍ତଙ୍କ ଭିଡ଼ ଲାଗିଯାଏ। ଫଳରେ ରେଷ୍ଟୁରାଣ୍ଟରେ ଅନେକ ସମୟରେ ଭିଡ଼ ଲାଗି ରହେ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.