ପ୍ରମୂଖ ଖବର

ନୋଟ୍‌ ଗଦାରେ ଆସାମର ରାଜନେତା, ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଛି ଫଟୋ

ନୂଆଦିଲ୍ଲୀ ୨୮/୦୩: ୫୦୦ ଟଙ୍କିଆ ନୋଟ୍‌ ଗଦାରେ ଆସାମର ଜଣେ ରାଜନେତାଙ୍କ ଶୋଇବା ଫଟୋ ଏବେ ସୋସିଆଲ ମିଡିଆରେ ଚହଳ ପକାଇଛି । ସେ ହେଉଛନ୍ତି ଉଦାଲଗିରି ଜିଲ୍ଲାର ଭୈରାଗୁରି ସ୍ଥିତ ଗ୍ରାମ ପରିଷଦ ବିକାଶ କମିଟିର ଅଧ୍ୟକ୍ଷ ବେଞ୍ଜାମିନ ବସୁମତାରୀ । ତାଙ୍କ ଦେହ ସାରା ୫୦୦ ଟଙ୍କିଆ ନୋଟ୍‌ ଖେଳାଇ ହୋଇ ପଡ଼ିଥିବା ମଧ୍ୟ ଫଟୋରେ ଦେଖିବାକୁ ମିଳିଛି । 

ରିପୋର୍ଟ ଅନୁସାରେ, ବେଞ୍ଜାମିନଙ୍କ ନାମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ଗ୍ରାମାଞ୍ଚଳ ରୋଜଗାର ଯୋଜନାରେ ବ୍ୟାପକ ଦୁର୍ନୀତି ଅଭିଯୋଗ ରହିଛି । ଏ ଯୋଜନାଗୁଡ଼ିକର ଗରିବ ହିତାଧିକାରୀଙ୍କଠାରୁ ସେ ଲାଞ୍ଚ ନେଇଥିବା ଅଭିଯୋଗ ରହିଛି । ଏହି ଫଟୋକୁ ନେଇ ସୋସିଆଲ ମିଡିଆରେ ଖୁବ୍‌ ପ୍ରତିକ୍ରିୟା ଦେଖିବାକୁ ମିଳୁଛି । ଦୁର୍ନୀତି ବିରୋଧୀ ନୀତି ପାଇଁ ଜଣାଶୁଣା ବୋଦୋଲ୍ୟାଣ୍ଡ ସ୍ଥିତ ୟୁନାଇଟେଡ୍‌ ପିପୁଲ୍ସ ପାର୍ଟି ଲିବରାଲ (ୟୁପିପିଏଲ୍‌)ର ସେ ଜଣେ ସଦସ୍ୟ କି ବୋଲି ଲୋକେ ପ୍ରଶ୍ନ କରୁଛନ୍ତି । 




ସେପଟେ, ୟୁପିପିଏଲ୍‌ ମୁଖ୍ୟ ଓ ବୋଦୋଲ୍ୟାଣ୍ଡ ଟେରିଟୋରିଆଲ କାଉନ୍‌ସିଲ (ବିଟିସି)ର ମୁଖ୍ୟ କାର୍ଯ୍ୟନିର୍ବାହୀ ସଦସ୍ୟ ପ୍ରମୋଦ ବୋରୋ ଏକ ସ୍ପଷ୍ଟୀକରଣ ଜାରି କରି କହିଛନ୍ତି, ବେଞ୍ଜାମିନ ଆଉ ଦଳ ସହ ସଂଶ୍ଳିଷ୍ଟ ନାହାନ୍ତି । ଗତ ଜାନୁଆରୀ ୧୦ ତାରିଖରେ ତାଙ୍କୁ ୟୁପିପିଏଲ୍‌ରୁ ନିଲମ୍ବିତ କରାଯାଇଥିଲା । ହରିସିଂହା ବ୍ଲକ୍‌ କମିଟିଠାରୁ ଚିଠି ପାଇବା ପରେ ତାଙ୍କ ବିରୋଧରେ ଅନୁଶାସନମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା ବୋଲି ପ୍ରମୋଦ ବୋରୋ ସ୍ପଷ୍ଟ କରିଛନ୍ତି ।

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.