ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ମହିଳାଙ୍କ ଅଜବ ସଉକ୍; ପ୍ରିୟ ଜାଗା ମଶାଣି, ଅନ୍ତିମ ସଂସ୍କାରରେ ସାମିଲ ହେବା ପସନ୍ଦ

ନୂଆଦିଲ୍ଲୀ, ୨୪।୩: ସାଧାରଣତଃ କୌଣସି ବ୍ୟକ୍ତିଙ୍କର ମରଶରୀର ଦେଖିଲେ ଦୁଃଖ ଅନୁଭବ ହୁଏ । ତେଣୁ ଅନ୍ତିମ ସଂସ୍କାରରେ ସାମିଲ ହେବାକୁ ଲୋକେ ପସନ୍ଦ କରନ୍ତିନି । କାରଣ ସେଠିକାର ବାତାବରଣ ଅନ୍ୟ ଦିନ ଅପେକ୍ଷା ଭିନ୍ନ ଥାଏ । ଅନ୍ୟପକ୍ଷେ, ଇଂଲଣ୍ଡରେ ଜଣେ ଅଜବ ମହିଳା ଯାହାଙ୍କୁ ଅନ୍ତିମ ସଂସ୍କାରରେ ସାମିଲ ହେବାକୁ ଭଲଲାଗେ । ଆପଣ ଭାବୁଥିବେ ଅନ୍ତିମ ସଂସ୍କାର ଅବା କାହାକୁ କେବେ ଭଲ ଲାଗିପାରେ ? କିନ୍ତୁ, ଏହା ସତ । ଏହି ମହିଳା ଜଣକ ହେଲେ ଲଣ୍ଡନର ଇଜଲିଙ୍ଗଟନ୍‌ରେ ରହୁଥିବା ୫୫ ବର୍ଷୀୟା ମହିଳା ଜିନ୍ ଟ୍ରେଣ୍ଡ । ସେ ଜଣେ ଆକ୍ଚର ହୋଇଥିବା ବେଳେ ଫଟୋଗ୍ରାଫି କରିବା ତାଙ୍କ ସଉକ୍ । କିନ୍ତୁ, ତାଙ୍କର ଅନ୍ୟ କେତେକ ସଉକ୍ ଲୋକଙ୍କୁ ଆଶ୍ଚର୍ଯ୍ୟ କରେ । ଯେଉଁ କାରଣରୁ ସେ ସବୁବେଳେ ଚର୍ଚ୍ଚାରେ ଥାନ୍ତି । 

ତେବେ ଅଜଣା ଲୋକଙ୍କ ଅନ୍ତିମ ସଂସ୍କାରରେ ସାମିଲ ହେବା ତାଙ୍କୁ ପସନ୍ଦ । ଗତ ୧୦ ବର୍ଷ ମଧ୍ୟରେ ସେ ୨୦୦ରୁ ଅଧିକ ଲୋକଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେଇସାରିଛନ୍ତି । ଏମିତିକି ସେ ମାସେ ମଧ୍ୟରେ ୪ରୁ ୫ଟି ଅନ୍ତିମ ସଂସ୍କାରରେ ସାମିଲ ହୁଅନ୍ତି । ଖୁବ୍ କମ୍ ବୟସରେ ହିଁ ଉଭୟ ବାପାମାଆଙ୍କୁ ହରାଇଥିଲେ ଜିନ୍ । ଯେତେବେଳେ ସେ ୧୪ ବର୍ଷର ହୋଇଥିଲେ ୫୬ ବର୍ଷ ବୟସରେ ତାଙ୍କ ବାପାଙ୍କର ଫୁସଫୁସ୍ ସଂକ୍ରମଣରେ ଦେହାନ୍ତ ଘଟିଥିଲା । ବାପାଙ୍କ ମୃତ୍ୟୁର ୬ ବର୍ଷ ପରେ ଚାଲିଯାଇଥିଲେ ମା’ । ଯାହା ପରେ ଜିନ୍ ସମ୍ପୂର୍ଣ୍ଣ ରୂପେ ଭାଙ୍ଗିପଡ଼ିଥିଲେ । ବାପାଙ୍କ ଅନ୍ତିମ ସଂସ୍କାର କରାଇବା ପରେ ସେ ନିଜେ ହିଁ ମା’ଙ୍କ ଅନ୍ତିମ ସଂସ୍କାରର ସମସ୍ତ ପ୍ରସ୍ତୁତି କରିଥିଲେ । 

ଏହା ପରଠାରୁ ସେ ଲୋକଙ୍କ ଅନ୍ତିମ ସଂସ୍କାରରେ ସାମିଲ ହେବାକୁ ଆରମ୍ଭ କଲେ । ସେବେଠାରୁ ହିଁ ଲୋକେ ତାଙ୍କୁ ଅନ୍ତିମ ସଂସ୍କାରର ପ୍ରସ୍ତୁତି କରିବା ଲାଗି ଡାକନ୍ତି । ଜିନ୍ ତାଙ୍କର ସମସ୍ତ ସମୟ ମଶାଣିରେ ବିତାଇବା ଆରମ୍ଭ କଲେ । ମୃତ୍ୟୁ ପରେ ଯେଉଁ ବ୍ୟକ୍ତିଙ୍କର ସଂସ୍କାର କରିବା ଲାଗି କେହି ନଥାନ୍ତି, ଜିନ୍ ସେଠାକୁ ସଂସ୍କାର କରିବା ଲାଗି ଯାନ୍ତି । ଜିନ୍ ମଶାଣିରେ ମୃତ ଲୋକଙ୍କ ଫଟୋ ଉଠାଇ ତାଙ୍କ ଚିତ୍ର ଆଙ୍କନ୍ତି । ଜିନ୍ କୁହନ୍ତି ଯେତେବେଳେ ମଶାଣି ଯାନ୍ତି ସେ ବାପାମାଆଙ୍କ ପାଖରେ ଥିବା ଭଳି ଅନୁଭବ କରନ୍ତି । ମୃତ୍ୟୁ ପରେ ମଣିଷ ଅନ୍ୟ ଏକ ଦୁନିଆକୁ ଚାଲିଯାନ୍ତି ବୋଲି ସେ ବିଶ୍ୱାସ କରନ୍ତି । ତେବେ ବର୍ତ୍ତମାନ ଜିନ୍ ମଶାଣିର ଦେଖାଶୁଣା କରୁଛନ୍ତି । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.