ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କାଫେରେ ହାଇଟେକ୍ ସୁବିଧା; ଗ୍ରାହକଙ୍କ ପାଖରେ ଉଡ଼ି ଉଡ଼ି ପହଞ୍ଚୁଛି କଫି, ୱେଟର୍ ନୁହଁ, କଫି ପରଷୁଛି ଡ୍ରୋନ୍

କୋଲକାତା, ୨୧।୩: ଲୋକଙ୍କୁ ଆକୃଷ୍ଟ କରିବା ଲାଗି ଆଜିକାଲି ଭିନ୍ନ ଧରଣର ରେଷ୍ଟୁରାଣ୍ଟ ଖୋଲୁଥିବାର ଦେଖାଯାଉଛି । କେଉଁଠାରେ ଖାଦ୍ୟ ଉପରେ ଅଫର୍ ଦିଆଯାଉଛି ତ କେଉଁଠାରେ ରୋବର୍ଟ ଖାଦ୍ୟ ପରଷୁଛି । ତେବେ ବର୍ତ୍ତମାନ ଡ୍ରୋନ୍ କ୍ୟାମେରାର ବେଶ୍ ଚାହିଦା ରହୁଛି । ଫଟୋଗ୍ରାଫି ହେଉ କିମ୍ୱା ବାହାଘର ଭୋଜି ସବୁଠି ଡ୍ରୋନ୍ କ୍ୟାମେରା ନଜର ଆସେ । ଏହି ଡ୍ରୋନ୍ ସାହାଯ୍ୟରେ ଘରେ ଫୁଡ୍ ଡେଲିଭରି ହେଉଥିବାର ଖବର ତ ଆପଣ ଶୁଣିଥିବେ । ଠିକ୍ ସେହିଭଳି ଏକ କାଫେରେ ୱେଟର ପରିବର୍ତ୍ତେ ଲୋକଙ୍କ ପାଖରେ କଫି ପହଞ୍ଚାଉଛି ଡ୍ରୋନ୍ । ଅନ୍ୟପଟେ କଫିର ଡ୍ରୋନ୍ କ୍ୟାଟରିଂ ବ୍ୟବସ୍ଥା ପାଇଁ ଏହାକୁ ‘ହାଇଟେକ୍ କାଫେ’ ବୋଲି କୁହାଯାଉଛି । ଗ୍ରାହକ ଏହା ମାଧ୍ୟମରେ ଭିନ୍ନ ଏକ ଅନୁଭୂତି ସାଉଁଟୁଛନ୍ତି । 

କୋଲକାତାର ଏକ କାଫେରେ ଗ୍ରାହକଙ୍କୁ ହାତରେ ନୁହେଁ, ବରଂ ଡ୍ରୋନ୍‌ରେ କଫି ପରଷାଯାଉଛି । କାଫେର ଏଭଳି ସ୍ୱତନ୍ତ୍ରତା ଏହା ଚର୍ଚ୍ଚାର ପ୍ରସଙ୍ଗ ହେବା ସହ ଗ୍ରାହକଙ୍କ ଦୃଷ୍ଟି ଆକର୍ଷଣ କରୁଛି । ସଲ୍ଟ ଲେକ୍‌ର ଥିବା କୋଲକାତା ୬୪ରେ ରହିଛି ଏଭଳି ସୁବିଧା । ଏଭଳି କରି କାଫେର ଏକ ପ୍ରକାର ବ୍ୟବସାୟ ବୃଦ୍ଧି ଯୋଜନା ଲକ୍ଷ୍ୟ ରଖିବା ନେଇ ବି ଚର୍ଚ୍ଚା ହେଉଛି । ଏହି ସେବା ପରିବେଶ ଅନୁକୂଳ । ଏହି କାଫେରେ ଗ୍ରାହକଙ୍କୁ ନିଜ ମନ ପସନ୍ଦର କଫି ଅର୍ଡର କରିବାର ସୁବିଧା ରହିଛି । ଅର୍ଡର କରିବାର ମାତ୍ର କିଛି ମିନିଟ୍ ମଧ୍ୟରେ ଏକ ଡ୍ରୋନ୍ ଗ୍ରାହକଙ୍କୁ ଗରମ ଗରମ କଫି ପରଷିଦିଏ । ଏହି ଡ୍ରୋନ୍‌ ଉପରେ କଫି ରଖିବା ପାଇଁ ଏକ ପାତ୍ର ରଖାଯାଇଛି । ଯେଉଁଥିରେ କଫି କପ୍ ରଖାଯାଇ ଗ୍ରାହକଙ୍କ ନିକଟରେ ପହଞ୍ଚାଯାଉଛି । ଗ୍ରାହକଙ୍କୁ କଫି ପରଷିବା ପରେ ଅନ୍ୟ ଏକ ଅର୍ଡର ନେବା ପାଇଁ ଡ୍ରୋନ୍‌ଟି ପୁଣି ଫେରିଆସେ । 

କହିରଖୁ କି, ଡ୍ରୋନ୍ ସାହାଯ୍ୟରେ କଫି ସର୍ଭ କରିବାର ଏହି ସେବା କେବଳ ଏହି କାଫେରେ ହିଁ ରହିଛି । ହୋମ୍ ଡେଲିଭରି ପାଇଁ ଏହି ସେବା ଉପଲବ୍ଧ ନୁହେଁ । ଆପଣ କାଫେକୁ ଗଲେ ହିଁ ଏହି ସୁବିଧାର ଲାଭ ଉଠାଇପାରିବେ । ଡ୍ରୋନ୍‌ଟି ଗ୍ରାହକଙ୍କୁ କଫି ପରଷୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗୁଛି । ଏହି ଭିଡିଓରେ ଅନେକ ଲୋକ ନିଜର ପ୍ରତିକ୍ରିୟା ରଖିଛନ୍ତି । ଜଣେ ୟୁଜର୍ ଲେଖିଛନ୍ତି ଏହି କାଫେ ମୋ ପାଇଁ ଖୁବ୍ ଖାସ୍ । ଅନ୍ୟ ଜଣେ ୟୁଜର୍ ଲେଖିଛନ୍ତି ଏହି ସ୍ଥାନକୁ ମୁଁ ଯିବାକୁ ଇଚ୍ଛୁକ ଅଛି । ଆଜି ହିଁ ଯିବି । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.