ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବିଲେଇ ସହ ଫଟୋ ଉଠାଇଲେ ଛାଡ଼ ହେବ ଫାଇନ୍...

ନୂଆଦିଲ୍ଲୀ, ୨୧।୩: ବିଲେଇ ସହ ଫଟୋ ଉଠାଇଲେ ଫାଇନ୍ ଛାଡ଼ କରିବ ଲାଇବ୍ରେରୀ । ମାସାଚ୍ୟୁସେଟ୍‌ରେ ଥିବା ଏକ ଲାଇବ୍ରେରୀ ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ସାଉଁଟୁଛି । ଏଠାରେ ଥିବା ୱାର୍କଚେଷ୍ଟର ପବ୍ଲିକ୍ ଲାଇବ୍ରେରୀ ଏକ ଅଭିନବ ଉପାୟରେ ନିଜ ଗ୍ରାହକଙ୍କଠାରୁ ଜୋରିମାନା ଆଦାୟ କରୁଛି । ମାର୍ଚ୍ଚ ମାସରେ ଏହି ଲାଇବ୍ରେରୀରେ ‘ମାର୍ଚ୍ଚ ମିଆଁଉ’ ପୋଗ୍ରାମ୍ କରାଯାଇଛି । ଏଠାକୁ ଆସୁଥିବା ଲୋକଙ୍କୁ ନିଜ ପୋଷା ବିଲେଇର ଫଟୋ ହେଉ କିମ୍ୱା ଚିତ୍ର ଲାଇବ୍ରେରୀକୁ ପ୍ରଦାନ କରିବାକୁ ପଡ଼େ । 

ଯଦି ଆପଣଙ୍କର କୌଣସି ପୋଷା ବିଲେଇ ନାହାନ୍ତି, ତେବେ ଆପଣ ଯେ କୌଣସି ବିଲେଇର ଫଟୋ ଲାଇବ୍ରେରୀକୁ ଦେଇପାରିବେ । ଏହା ବଦଳରେ ଆପଣଙ୍କର ବହି ହଜିବା କିମ୍ୱା ନଷ୍ଟ ହେବାକୁ ନେଇଥିବା ସମସ୍ତ ଫାଇନ୍‌କୁ ଛାଡ଼ କରାଯିବ ବୋଲି ଲାଇବ୍ରେରୀ ପକ୍ଷରୁ ପ୍ରକାଶ କରାଯାଇଛି । ତେବେ ଅନେକ ଏଭଳି ବ୍ୟକ୍ତି ରହିଥାନ୍ତି, ଯେଉଁମାନେ ଲାଇବ୍ରେରୀରୁ ବହି ନେଇ ନ ଫେରାଇଲେ କିମ୍ୱା ବହିର କୌଣସି କ୍ଷତି ହେଲେ ସେମାନେ ଆଉ ଲାଇବ୍ରେରୀ ଆସନ୍ତି ନାହିଁ । ଏହିଭଳି ବ୍ୟକ୍ତିଙ୍କୁ ପୁଣି ଲାଇବ୍ରେରୀକୁ ଫେରାଇ ଆଣିବା ପାଇଁ ଏହି ପୋଗ୍ରାମ୍‌କୁ ଲଞ୍ଚ କରାଯାଇଛି । ବହି ପଢ଼ା ପ୍ରତି ଲୋକଙ୍କର ଆଗ୍ରହ ବଢ଼ାଇବାକୁ ଲାଇବ୍ରେରୀ କର୍ତ୍ତୃପକ୍ଷଙ୍କ ଏଭଳି ପଦକ୍ଷେପ ବେଶ୍ ପ୍ରଶଂସାଯୋଗ୍ୟ । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.