ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସବୁଠୁ ଲମ୍ବା ନଖ ଲାଗି ବିଶ୍ୱ ରେକର୍ଡ କଲେ ମହିଳା, ୨୫ ବର୍ଷ ଧରି ବଢ଼ାଇ ଆସୁଛନ୍ତି ନଖ

ନୂଆଦିଲ୍ଲୀ ୨୬/୦୫: ଆମେରିକାର ମିନେସୋଟା ବାସିନ୍ଦା ଡାଏନା ଆର୍ମଷ୍ଟ୍ରଙ୍ଗ୍‌ ସବୁଠୁ ଲମ୍ବା ନଖଯୁକ୍ତ ମହିଳା ଭାବେ ଗିନିଜ୍‌ ବିଶ୍ୱ ରେକର୍ଡସ୍‌ରେ ସ୍ଥାନ ପାଇଛନ୍ତି । ଯଦି ତାଙ୍କ ଆଙ୍ଗୁଳିର ସମସ୍ତ ନଖକୁ ଗୋଟିଏ ଧାଡ଼ିରେ ରଖାଯାଏ, ତେବେ ମୋଟ୍‌ ଲମ୍ବା ୧୩ ମିଟରରୁ ଅଧିକ ହେବ । ୨୦୨୨ ମସିହାରେ ସବୁଠୁ ଲମ୍ବା ନଖ ପାଇଁ ମହିଳା ବିଭାଗରେ ସେ ବିଶ୍ୱ ରେକର୍ଡ କରିଥିଲେ । ଏହି ଉପଲବ୍ଧି ପାଇଁ ଡାଏନାଙ୍କ ଯାତ୍ରା ୧୯୯୭ ମସିହାରେ ଆରମ୍ଭ ହୋଇଥିଲା । ଠିଆ ହେଲେ ତାଙ୍କ ନଖ ତଳେ ବାଜୁଛି । ନିୟମିତ ଭାବେ ସେ ନଖକୁ ବିଭିନ୍ନ ରଙ୍ଗର ନେଲ୍‌ ପେଣ୍ଟ୍‌ ଦ୍ୱାରା ସଜାଇଥାନ୍ତି । 

ଗିନିଜ୍‌ ବିଶ୍ୱ ରେକର୍ଡସ୍‌ର ଔପଚାରିକ ଇନ୍‌ଷ୍ଟାଗ୍ରାମ୍‌ ପେଜ୍‌ରେ ଡାଏନାଙ୍କ କାହାଣୀ ବିଷୟରେ ଉଲ୍ଲେଖ ହୋଇଛି ‘ଡାଏନାଙ୍କର ମୋଟ୍‌ ୧,୩୦୬.୫୮ ସେମି (୪୨ ଫୁଟ ୧୦.୪ ଇଞ୍ଚ)ର ଆଙ୍ଗୁଳି ନଖ ଏକ ହାରାହାରି ଲମ୍ବା ସ୍କୁଲ ବସ୍‌ଠୁ ମଧ୍ୟ ଲମ୍ବା । ଗତ ୨୫ ବର୍ଷ ଧରି ଡାଏନା ନଖ ବଢ଼ାଇ ଆସୁଛନ୍ତି । ୧୯୯୭ ମସିହାରେ ଶେଷ ଥର ସେ ନଖ କାଟିଥିଲେ । କିନ୍ତୁ ଏକ ଦୁଃଖଦ ଦୁର୍ଘଟଣା ପରେ କଦାପି ନଖ ନ କାଟିବାକୁ ସେ ନିଷ୍ପତ୍ତି ନେଲେ ।’ 




ଏକ ସାକ୍ଷାତକାରରେ ଡାଏନା କହିଛନ୍ତି, ଶୌଚ ହେବାଲାଗି ସେ ଢେର ମାତ୍ରାରେ ଟୟଲେଟ୍‌ ପେପର ବ୍ୟବହାର କରନ୍ତି । ସାର୍ବଜନୀନ ଶୌଚାଳୟ ଗଲେ, ଅନ୍ୟମାନେ ସେଠାରୁ ବାହାରିବା ପର୍ଯ୍ୟନ୍ତ ସେ ଅପେକ୍ଷା କରନ୍ତି । କାରଣ ସେମାନଙ୍କ ଅପେକ୍ଷା ତାଙ୍କ ନଖ ଅଧିକ ଲମ୍ବା । ଆସ୍ଥମାରେ ତାଙ୍କ ଝିଅ ଲତିଶାଙ୍କ ମୃତ୍ୟୁ ପରେ ଡାଏନା ନଖ ବଢ଼ାଇବା ଆରମ୍ଭ କଲେ । ଲତିଶା ପ୍ରତି ସପ୍ତାହ ଅତି ଯତ୍ନର ସହ ଡାଏନାଙ୍କ ଲମ୍ବା ନଖର ଦେଖାଶୁଣା କରୁଥିଲେ । କିନ୍ତୁ ତାଙ୍କ ମୃତ୍ୟୁ ପରେ ଡାଏନା ଦୀର୍ଘ ବର୍ଷ ଧରି ଅବସାଦରେ ରହିଲେ । ଶେଷରେ ଝିଅର ସମ୍ମାନରେ ଓ ତାଙ୍କ ସ୍ମୃତିକୁ ବଞ୍ଚାଇ ରଖିବା ପାଇଁ କଦାପି ନଖ ନ କାଟିବାକୁ ସେ ନିଷ୍ପତ୍ତି ନେଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.