ପ୍ରମୂଖ ଖବର
  • ସିଂହଦ୍ବାର ସମ୍ମୁଖରେ ଲାଗିଲା ତିନି ରଥ, ଗୁଣ୍ଡିଚା ଯାତ୍ରା ସାରି ବାହୁଡ଼ିଲେ ଶ୍ରୀଜିଉ
  • ||
  • ପୁରୀ: ନବଦିନାତ୍ମକ ଯାତ୍ରା ସାରି ବାହୁଡିବେ ନୀଳାଦ୍ରିନାଥ, ବାହୁଡ଼ାଦିଅଁଙ୍କ ପହଣ୍ଡି ବିଜେ
  • ||
  • ସୁନ୍ଦରଗଡ଼: ପ୍ରେମ କଳିକୁ ନେଇ ଡବଲ ମର୍ଡର, ପ୍ରେମିକା ଓ ତାର ସହପାଠୀକୁ ଛୁରୀ ଭୁସି ହତ୍ୟା କଲା ଡ୍ରାଇଭର୍ ପ୍ରେମିକ
  • ||
  • ଭୁବନେଶ୍ୱର: କଳାଭୂମି ନିକଟରେ ବୃଦ୍ଧଙ୍କ ଉପରେ ମାଡିଗଲା ବାଲି ବୋଝେଇ ଟ୍ରକ୍‌, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ୱିମ୍ବଲଡନ ଟାଇଟଲ ଲଢ଼େଇ: ଭେଟେରାନ ଜୋକୋଭିକଙ୍କୁ ହରାଇ କାର୍ଲୋସ ଅଲକାରାଜ ଚାମ୍ପିଅନ୍
  • ||
  • ସୋମବାରଠୁ ସିବିଏସ୍‌ଇ ସପ୍ଲିମେଣ୍ଟାରୀ ପରୀକ୍ଷା, ଉଭୟ ଦଶମ ଓ ଦ୍ୱାଦଶ ଛାତ୍ରଛାତ୍ରୀ ଦେବେ ଏକ୍ସଜାମ୍
  • ||
  • ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ: ଆଜି ଦକ୍ଷିଣ- ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଜନ୍ମବେଦିରୁ ଶ୍ରୀମନ୍ଦିରକୁ ବାହୁଡିବେ ଚତୁର୍ଦ୍ଧାମୂର୍ତ୍ତି: ୧୨ଟାରେ ପହଣ୍ଡି, ୪ଟାରେ ରଥ ଟଣା
  • ||

Threadsକୁ ପୂରିଲା ବର୍ଷେ, ୧୭୫ ମିଲିୟନ ୟୁଜର୍ସ ରେକର୍ଡ

ନୂଆଦିଲ୍ଲୀ,୫/୭:ଗତବର୍ଷ ଇନଷ୍ଟାଗ୍ରାମର ଲାଟେଷ୍ଟ ମେସେଜିଂ ପ୍ଲାଟଫର୍ମ ଥ୍ରେଡସ ଲଞ୍ଚ କରିଥିଲା ମେଟା । ଆଜିକୁ ଏହା ବର୍ଷେ ପୁରିଛି । ଏନେଇ  ଖୁସି ବ୍ୟକ୍ତ କରିଛନ୍ତି ସିଇଓ ମାର୍କ ଜୁକରବର୍ଗ।  ଗୋଟିଏ ବର୍ଷ ପୂରିବା ପୂର୍ବରୁ ହିଁ ଥ୍ରେଡସର ୧୭୫ ମିଲିୟନରୁ ଅଧିକ ୟୁଜର୍ସ ହୋଇ ସାରିଛନ୍ତି । ଏହା ପ୍ଲେ ଷ୍ଟୋରରେ ଲଞ୍ଚ ହେବା ପରେ ଏହାର ଟକ୍କର ମାଇକ୍ରୋ ବ୍ଲଗିଂ ସାଇଟ ଏକ୍ସ (ପୂର୍ବର ଟ୍ୱିଟର) ସହ ହୋଇଥିଲା। 

ଥ୍ରେଡସ ଲଞ୍ଚ ହେବାର ଗୋଟିଏ ସପ୍ତାହ ମଧ୍ୟରେ ହିଁ ଏହାର ବ୍ୟବହାରକାରୀଙ୍କ ସଂଖ୍ୟା ପ୍ରାୟ ୧୦୦ ମିଲିୟନ ହୋଇଯାଇଥିଲା । ଏହାର କାରଣ ଥିଲା ଇନଷ୍ଟାଗ୍ରାମ ୟୁଜର୍ସ ସହଜରେ ଥ୍ରେଡସ ପ୍ରୋଫାଇଲକୁ ସେଟ କରି ପାରିବା ଭଳି ବ୍ୟବସ୍ଥା । ଯାହା ଇନଷ୍ଟାଗ୍ରାମରେ ସହଜରେ ଉପଲବ୍ଧ ହୋଇଥାଏ । ଏହି ଫିଚର ଯୋଗୁଁ ହିଁ ଇନଷ୍ଟାଗ୍ରାମରେ ୟୁଜର୍ସଙ୍କୁ ପ୍ରୋଫାଇଲ ତିଆରି କରିବାରେ ସହଜ ହୁଏ । ମାତ୍ର କେତେକ ୟୁଜର୍ସଙ୍କୁ ଏହା ପସନ୍ଦ ଆସି ନଥିଲା। ଫଳରେ ସେମାନେ ଏହାକୁ ବ୍ୟବହାର କରୁ ନ ଥିବା ଜଣାପଡିଛି ।  ତଥାପି ଥ୍ରେଡସ ୧୭୫ ମିଲିୟନ ୟୁଜର୍ସଙ୍କୁ ନେଇ ରେକର୍ଡ କରିପାରିଛି। ରିପୋର୍ଟ ଅନୁସାରେ,ବ୍ୟବହାରକାରୀ ଥ୍ରେଡସରେ ଦିନକୁ ପ୍ରାୟ ୭ ମିନିଟ ସମୟ ବିତାଉଥିବା ଜଣାପଡିଛି । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.