ପ୍ରମୁଖ ଖବର
  • କେନ୍ଦ୍ରାପଡା : ପଟ୍ଟାମୁଣ୍ଡାଇ ଥାନା ବଡପଦା ଗାଁରେ ବରଯାତ୍ରୀଙ୍କୁ ପେଟ୍ରୋଲ ବାଣ୍ଟିବା ବେଳେ ଲାଗିଲା ନିଆଁ, ୫ ବର୍ଷର ଶିଶୁ ମୃତ
  • ||
  • ମଧ୍ୟପ୍ରଦେଶ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଲେ କମଲନାଥ
  • ||
  • ବଲାଙ୍ଗୀର : ଓଡ଼ିଶାରେ ସବୁଠୁ ବଡ଼ IT ରେଡ୍, ୨୦ ସ୍ଥାନରେ ଚଢାଉ, ବାହାରୁଛି ବସ୍ତା ବସ୍ତା ଟଙ୍କା
  • ||
  • ଘଟଗାଁ : ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • କାଲିମେଳା : ଗାଁ ଦାଣ୍ଡରେ ପଡ଼ିଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ବ୍ରହ୍ମବରଦା : ମେଣ୍ଢା ଫାର୍ମ ହାଉସରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ୨୧ ମେଣ୍ଢା ଗୁରୁତର
  • ||
  • କଟକ: ଜନଶତାବ୍ଦୀ ଏକ୍ସପ୍ରେସ୍‌ର ବଗି ତଳେ ଲାଗିଲା ନିଆଁ, କଟକ ଷ୍ଟେସନରେ ଅଟକିଲା ଟ୍ରେନ୍
  • ||
  • ଭୁବନେଶ୍ୱର: ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଆନ୍ଦୋଳନକୁ ନା’, ଆଗାମୀ ୬ ମାସ ପର୍ଯ୍ୟନ୍ତ ଲାଗୁ ହେଲା ଏସ୍‌ମା
  • ||
  • ଭୁବନେଶ୍ୱର: କାଲୁଆ କରିଦେଲା କୋହଲା ପାଗ, ଦିନ ତାପମାତ୍ରା ୫ ଡିଗ୍ରୀ ଖସିଗଲା
  • ||

ପୁଣି ମଣିଷକୁ ଖାଇଲା ବାଘ, ମହିଳାଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର

ନୂଆପଡ଼ା, ୪।୧୧ : ପୁଣି ମଣିଷକୁ ମାରି ଖାଇଲା ବାଘ। ନୂଆପଡ଼ା ରେଞ୍ଜ ଧରମବନ୍ଧା ବିଟ୍ ସିଲିଆରିବାହାରା ଗାଁରେ ଜଣେ ବୃଦ୍ଧାଙ୍କୁ ବାଘ ମାରି ଖାଇଛି । ମହିଳାଙ୍କ ନାଁ ରାମେଶ୍ବରୀ ମାଝି(୫୦ ବର୍ଷ) । ମଧ୍ୟାହ୍ନରେ ମହିଳାଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଗାଁ ଲୋକେ ଉଦ୍ଧାର କରିଛନ୍ତି ।

ସୂଚନାନୁଯାୟୀ, ଶୁକ୍ରବାର ସନ୍ଧ୍ୟାରେ ସିଲିଆରିବାହାରା ଗାଁର ରାମେଶ୍ବରୀ ଗାଁ ମୁଣ୍ଡକୁ ଶୌଚ ପାଇଁ ଯାଇଥିଲେ। ହେଲେ ଘରକୁ ଫେରି ନଥିଲେ। ରାତିରେ ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ ବି ପତ୍ତା ମିଳିନଥିଲା । ଶନିବାର ସକାଳୁ ଗାଁ ମୁଣ୍ଡରେ ମହିଳାଙ୍କୁ କଲରା ପତାରିଆ ବାଘ ଖାଉଥିବା ଗାଁ ଲୋକେ ଦେଖିବାକୁ ପାଇଥିଲେ । ଏହି ସମୟରେ ଗାଁ ଲୋକେ ବାଘକୁ ଘଉଡାଇବାକୁ ଉଦ୍ୟମ କରିବାରୁ ବାଘ ଦୌଡାଇଥିଲା । ଫଳରେ ଦୀର୍ଘ ସମୟ ଧରି ବାଘ ଓ ଗାଁ ଲୋକଙ୍କ ମଧ୍ୟରେ ଛକାପଞ୍ଜା ଲାଗି ରହିଥିଲା। 

ମଧ୍ୟାହ୍ନରେ ଗାଁ ଲୋକେ ସଙ୍ଘବଦ୍ଧ ହୋଇ ଠେଙ୍ଗା ବାଡ଼ି ଧରି ବାଘକୁ ଘଉଡାଇଥିଲେ। ସେଠାରୁ ମହିଳାଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର ହୋଇଛି। ମହିଳାଙ୍କ ମୁଣ୍ଡ ଓ ଗଣ୍ଡିକୁ ଅଲଗା କରିଥିବା ବେଳେ ଦେହର ମାଂସକୁ ଖାଇ ଯାଇଛି । ମୃତକ ମହିଳା ଜଣକ ପୂର୍ବତନ ୱାର୍ଡ ମେମ୍ବର ବୋଲି ଜଣା ପଡ଼ିଛି । ଏବେ ଗାଁରେ ଉତ୍ତେଜନା ଦେଖା ଦେଇଛି । ବାଘ ଭୟରେ ଅଞ୍ଚଳବାସୀ ଆତଙ୍କିତ ହୋଇ ପଡିଛନ୍ତି । ବର୍ତ୍ତମାନ ସୁଦ୍ଧା ବନ ବିଭାଗ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ପାରିନଥିବା ଗାଁ ଲୋକେ କହିଛନ୍ତି।

  • prameyanews
  • PrameyaOdia
  • prameya
  • Copyright © 2022 - Summa Real Media Private Limited. All Rights Reserved.