ପ୍ରମୂଖ ଖବର
  • କୋଣାର୍କ : ୨ ବେଆଇନ କରତକଳ ଉପରେ ଚଢାଉ, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ
  • ||
  • ବରଗଡ ମୁଖ୍ୟ କାରାଗାରରେ ଅଘଟଣ, ବିଚାରଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ
  • ||
  • ସୁନ୍ଦରଗଡ଼ : ଧାର ଟଙ୍କା ମାଗିବାରୁ ଟାଙ୍ଗିଆରେ ଆକ୍ରମଣ କଲା ଦୁର୍ବୃତ୍ତ, ଯୁବକ ମୃତ
  • ||
  • ଚମ୍ପୁଆ ରେଞ୍ଜରେ ହାତୀପଲଙ୍କ ଉପଦ୍ରଦବ ପରେ ଜଳକ୍ରୀଡା, ମନୋରମ ଦୃଶ୍ୟ ଦେଖିବାକୁ ଲୋକଙ୍କ ଭିଡ଼
  • ||
  • କୋରାପୁଟ : ସ୍କୁଟି ଉପରେ ଚଢିଗଲା ଟ୍ରକ୍‌; ଜଣେ ମୃତ, ଜଣେ ଆହତ
  • ||
  • ବଣାଇ : ନଦୀକୁ ମାଛ ଧରିବାକୁ ଯାଇ ନିଖୋଜ ହୋଇଥିଲେ ବୃଦ୍ଧ, ଉଦ୍ଧାର ହେଲା ମୃତଦେହ
  • ||
  • ଦଶମଥର ଅପରିବର୍ତ୍ତିତ ରହିଲା ରେପୋ ରେଟ୍ , ୬.୫%ରେ ହିଁ ରେପୋ ରେଟ୍ ସ୍ଥିର
  • ||
  • ଚାନ୍ଦବାଲି : ମଦ୍ୟପଙ୍କ ଆତ୍ମହତ୍ୟା ଉଦ୍ୟମ, ପଚାଶ ଫୁଟ ବିଜୁଳି ଖୁଣ୍ଟିରୁ ଜଳି ଜଳି ତଳକୁ ଖସିଲେ ଯୁବକ
  • ||
  • ଖୋର୍ଦ୍ଧା : ଫାଟିଲା ଏୟାର ପ୍ରେସର ଟାଙ୍କି; ଜଣେ ମୃତ, ୨ ଗୁରୁତର
  • ||
  • ସୋସିଆଲ ମିଡିଆ ପୋଷ୍ଟରୁ ଅଶାନ୍ତ ଭଦ୍ରକ: ଧାମନଗର ଓ ଦୋବଲରୁ ହଟିଲା ୧୬୩ ଧାରା
  • ||
  • ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପ୍‌: ଆଜି ଭାରତ-ଶ୍ରୀଲଙ୍କା ଟକ୍କର, ଏସିଆ କପ୍‌ ପରାଜୟ ପ୍ରତିଶୋଧ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ
  • ||
  • ଆଜିଠୁ ବିଜେଡିର ସଭ୍ୟ ସଂଗ୍ରହ, ଶଙ୍ଖ ଭବନରେ ଶୁଭାରମ୍ଭ କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ
  • ||
  • ଲମତାପୁଟ : ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ
  • ||
  • ଭାରତ ଓ ବାଂଲାଦେଶ ଦ୍ୱିତୀୟ ଟି-ଟ୍ୱେଣ୍ଟି: ଫୋକସ୍‌ରେ ବିସ୍ଫୋରକ ବ୍ୟାଟିଂ, ସିରିଜ କବ୍‌ଜା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ
  • ||
  • ଖଲ୍ଲିକୋଟ : ୨ ମାସ ପରେ ମିଳିଲା ଚୋରି ସୁନା, ସୁନା ଜବତ କରି ମାଲିକକୁ ହସ୍ତାନ୍ତର କଲା ପୋଲିସ
  • ||
  • ଆଜି ୩୫ ଲକ୍ଷ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଟଙ୍କା, ବାରିପଦାରେ ବାଣ୍ଟିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ପୀଠରେ ଆରମ୍ଭ ହେବ ତ୍ରିଦିନାତ୍ମକ ପୂଜା: ଆଜି ଶ୍ରୀମନ୍ଦିରରେ ମହାସପ୍ତମୀ, ନିଶାର୍ଦ୍ଧରେ ଠାକୁରାଣୀଙ୍କୁ ଆମିଷ ଭୋଗ ଲାଗିବ
  • ||

ତିରୁପତି ପ୍ରସାଦ ବିବାଦକୁ ନେଇ ୧୧ଦିନ ଉପବାସରେ ଉପମୁଖ୍ୟମନ୍ତ୍ରୀ ପବନ କଲ୍ୟାଣ

ନୂଆଦିଲ୍ଲୀ, ୨୨/୯ : ଆନ୍ଧ୍ରପ୍ରଦେଶରେ ତିରୁପତି ବାଲାଜୀ ମନ୍ଦିରର ପ୍ରସାଦର ଲଡୁରେ ପଶୁର ଚର୍ବି ବ୍ୟବହାରର ରିପୋର୍ଟକୁ ନେଇ ଦିନକୁ ଦିନ ବିବାବ ବଢିବାରେ ଲାଗିଛି । ଏବେ ଏହି ମାମଲାରେ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ଏବଂ ଅଭିନେତା ପବନ କଲ୍ୟାଣ ପ୍ରାୟଶ୍ଚିତ କରିବାର ନିଷ୍ପତ୍ତି ନେଇଛନ୍ତି । ସେ ଆଜିଠାରୁ ୧୧ଦିନର ପ୍ରାୟଶ୍ଚିତ ଉପବାସ ଆରମ୍ଭ କରିବେ । ୧୧ଦିନର ପ୍ରାୟଶ୍ଚିତ ଦୀକ୍ଷା ତଥା ଓପାସ କରିବା ପୂର୍ବରୁ ପବନ କଲ୍ୟାଣ ଏକ ମେସେଜ ଲେଖିଛନ୍ତି ।

ପବନ କଲ୍ୟାଣ ଲେଖିଛନ୍ତି କି, ହେ ବାଲାଜୀ ଭଗବାନ ! କ୍ଷମା କରନ୍ତୁ ପ୍ରଭୁ । ତିରୁମାଲା ଲଡ଼ୁ ପ୍ରସାଦ ଭଳି ଅତ୍ୟନ୍ତ ପବିତ୍ର ଧରାଯାଏ... ପୂର୍ବ ଶାସକଙ୍କ ଅନିୟନ୍ତ୍ରିତ ପରିଣାମସୂରୁପ ଅପବିତ୍ର ହୋଇଯାଇଥିଲା । ପଶୁ ଚର୍ବିର ଅବଶିଷ୍ଟାଂଶ ସହିତ ଦୂଷିତ ହୋଇଥିଲା । ପ୍ରାରମ୍ଭିକ ପର୍ଯ୍ୟାୟରେ ଏହା ନ ଜାଣି ପାରିବା ହିନ୍ଦୁ ଜାତି ଉପରେ କଳଙ୍କ  ନିଶ୍ଚିତ ଭାବେ । ଯେଭଳି ଭାବେ ମୋତେ ଜଣାପଡ଼ିଲା କି ଲଡ଼ୁ ପ୍ରସାଦରେ ପଶୁର ଅବଶିଷ୍ଟ ଅଛି ମୋ ମନ ବିଚଳିତ ହୋଇଯାଇଛି । ମୋତେ ସ୍ବୟଂ ଦୋଷୀ ବୋଲି ମନେ ହେଉଛି । ମୁଁ ଜନ କଲ୍ୟାଣ ଲାଗି ଲଢୁଛି । ଦୁଃଖ ଏହି କଥାର ଅଛି କି ଆରମ୍ଭରେ ଏହି ସମସ୍ୟା ମୋ ଧ୍ୟାନରେ ଆସିନଥିଲା ।’

ସେ ଆଗକୁ ମଧ୍ୟ ଲେଖିଛନ୍ତି କି, ସନାତନ ଧର୍ମରେ ଆସ୍ଥା ରଖୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ କଳିଯୁଗର ଦେବତା‌ ବାଲାଜୀଙ୍କ ସହ ହୋଇଥିବା ଏହି ଭୟାନକ ଅପଚାରର ପ୍ରାୟଶ୍ଚିତ କରିବା ଆବଶ୍ୟକ । ଏହି ଭାବନା ଅନ୍ତର୍ଗତ ମୁଁ ପ୍ରାୟଶ୍ଚିତ ଆରମ୍ଭ କରିବାକୁ ନିର୍ଣ୍ଣୟ ନେଇଛି।  ରବିବାର ସକାଳୁ ଗୁଣ୍ଟୁର ଜିଲ୍ଲାସ୍ଥିତି ନମ୍ବୁରର ଶ୍ରୀ ଦଶାବତାର ଭେଙ୍କଟେଶ୍ବର ସ୍ବାମୀ ମନ୍ଦିରରେ ଦୀକ୍ଷା ଧାରଣ କରିବି । ୧୧ଦିନ ପର୍ଯ୍ୟ ଉପବାସ ଜାରି ରଖିବା ପରେ ମୁଁ ତିରୁମାଲା ଶ୍ରୀ ଭେଙ୍କଟେଶ୍ବର ସ୍ବାମୀଙ୍କ ଦର୍ଶନ କରିବି । ‘ଇଶ୍ବର... ମୁଁ ଆପଣଙ୍କୁ ପ୍ରାର୍ଥନା କରୁଛି କି ମୋତେ ପୂର୍ବ ସରକାରଙ୍କ ପକ୍ଷରୁ ଆପଣଙ୍କ ବିପକ୍ଷରେ କରାଯାଇଥିବା ପାପକୁ ଧୋଇବାକୁ ଶକ୍ତି ପ୍ରଦାନ କରନ୍ତୁ ।’

ସେ ଆହୁରି ମଧ୍ୟ ଲେଖିଛନ୍ତି କି, କେବଳ ସେହି ଲୋକ ଏଭଳି ଅପରାଧରେ ଲିପ୍ତ ରହିଥାନ୍ତି ଯେଉଁମାନଙ୍କର ଇଶ୍ବରଙ୍କ ପ୍ରତି ବିଶ୍ବାସ ନ ଥାଏ ଏବଂ ପାପ କର୍ମର କୌଣସି ଡର ନଥାଏ । ମୋର ଦୁଃଖ ଏହାକି ବୋର୍ଡ଼ର ସଦସ୍ୟ ଏବଂ କର୍ମଚାରୀ ଯେଉଁମାନେ ତିରୁମାଳା ତିରୁପତି ଦେବସ୍ଥାନ ପ୍ରଣାଳୀର ଭାଗିଦାରୀ ଅଛନ୍ତି, ସେ ବି ସେଠାକାର ଭୁଲକୁ ଜାଣିପାରିନଥିଲେ । ଯଦି ତାଙ୍କୁ ଜଣାପଡ଼ିଥାନ୍ତା ତ ସେମାନେ ଏହି ବିଷୟରେ କଥା ହୋଇନଥାନ୍ତେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.