ପ୍ରମୂଖ ଖବର
  • ରାଜ୍ୟ ବଜେଟ୍ ଉପସ୍ଥାପିତ, ଧାନ କ୍ବିଣ୍ଟାଲ ୩୧ ଶହ ଟଙ୍କା
  • ||
  • ୨୬ରେ ଅଲିମ୍ପିକ୍ସ ଉଦ୍‌ଘାଟନୀ ଉତ୍ସବ: ଅଷ୍ଟ୍ରେର୍ଲିଜ ପୋଲରୁ ଆରମ୍ଭ, ଆଇଫିଲ୍‌ ଟାୱାରରେ ଶେଷ
  • ||
  • ମୋହନ ସରକାରଙ୍କ ପ୍ରଥମ ବଜେଟ୍, ୨୦୨୪-୨୫ ପାଇଁ ଆସିବ ପୂର୍ଣ୍ଣାଙ୍ଗ ବଜେଟ୍ ଅପରାହ୍ନ ୫ଟା ଉପସ୍ଥାପନ
  • ||
  • ଆସନ୍ତା ୨୭ରେ ଲଘୁଚାପ, ୨୯ ଯାଏ ବର୍ଷା ସମ୍ଭାବନା: ଆଜି ତିନି ଜିଲ୍ଲାକୁ ଆଲର୍ଟ ଜାରି
  • ||

ଖାଇରେ ଖସି ପଡ଼ିଲା ୭୦ ଯାତ୍ରୀଙ୍କୁ ନେଇ ଯାଉ ଥିବା ବସ୍ : ୨ ମୃତ , ୫ ଗୁରୁତର

ଡାଙ୍ଗ ( ଗୁଜରାଟ) – ଗୁଜରାଟର ଡାଙ୍ଗ ଜିଲ୍ଲାରେ ଗତ ୭ ଜୁଲାଇରେ ଏକ ପ୍ରାଇଭେଟ୍‌ ଟୁରିଷ୍ଟ ବସ୍‌ ଖାଇରେ ଖସି ପଡ଼ିଛି। ଉକ୍ତ ଦୁର୍ଘଟଣାରେ ଦୁଇ ଜଣ ପିଲାଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ହୋଇଛନ୍ତି। ଏବେ ଏହି ଦୁର୍ଘଟଣାର ଲାଇଭ୍ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି। ବସ୍‌ରେ ବସି ଥିବା ଜଣେ ଯାତ୍ରୀ ନିଜ ଫୋନ୍‌ରେ ଯାତ୍ରାର ମଧୁର ସ୍ମୃତି ଭାବେ ସାପୁତାରା ଘାଟର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ରେକର୍ଡ କରୁଛନ୍ତି। ଏହି ସମୟରେ ଏହି ଦୁର୍ଘଟଣା ଘଟିଛି। ଭାଇରାଲ ଭିଡ଼ିଓରେ ସ୍ପଷ୍ଟ ନଜର ଆସୁଛି କି, କେମିତି ବସ୍‌ ଖାଇରେ ଖସି ପଡ଼ୁଛି। ବସ୍‌ ଦୁର୍ଘଟଣାର ଏହି ଭିଡ଼ିଓରେ ଚିତ୍କାର କରିବାର ଶବ୍ଦ ଶୁଣିବାକୁ ମିଳୁଛି।

କୁହାଯାଇଛି କି, ଏହି ଭୟଙ୍କର ଦୁର୍ଘଟଣା ସାପୁତାରା ଘାଟରେ ହୋଇଛି। ଭିଡ଼ିଓରେ ପୂର୍ବରୁ ତ ସବୁକିଛି ସାଧାରଣ ନଜର ଆସୁଛି। ହଠାତ୍‌ ସାମନାରେ ଏକ ବୁଲାଣି ଆସୁଛି। ଏହି ସମୟରେ ଡ୍ରାଇଭର ବସ୍‌ରୁ ନିୟନ୍ତ୍ରଣ ହରାଇ ଦେଉଛନ୍ତି। ବସ୍‌ ସିଧା ଯାଇ ଖାଇରେ ଖସି ଯାଉଛି। ଯାତ୍ରୀ ଜଣକ ଯିଏ କି ନିଜର ମୋବାଇଲ ଫୋନ୍‌ରେ ସାପୁତାରା ଘାଟର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ରେକର୍ଡ କରୁଥିଲେ। ସେ ମଧ୍ୟ ବସ୍‌ ଭିତରେ ଖସି ପଡ଼ୁଛନ୍ତି। ଏହି କ୍ରମରେ ସଂପୃକ୍ତ ଯାତ୍ରୀଙ୍କ ହାତରୁ ଫୋନ୍‌ଟି ଖସି ଯାଉଛି। ହଠାତ୍‌ ଚାରିଆଡ଼େ ଅନ୍ଧାର ଦେଖାଯାଉଛି। ବସ୍‌ରେ ଲୋକଙ୍କ ଚିତ୍କାର ଶୁଣିବାକୁ ମିଳୁଛି।

ପ୍ରାପ୍ତ ସୂଚନା ଅନୁସାରେ , ଦୁର୍ଘଟଣାର ଶିକାର ହୋଇଥିବା ଉକ୍ତ ବସ୍‌ ପାଖାପାଖି ୬୦ ଜଣ ଯାତ୍ରୀଙ୍କୁ ସୁରାଟରୁ ନେଇ ସାପୁତାରା ଯାଇ ଥିଲେ। ବସ୍‌ରେ ବସିଥିବା ଯାତ୍ରୀ ପର୍ଯ୍ୟଟକ ଥିଲେ, ଯିଏ ବୁଲିବାକୁ ସୁରାଟ ଆସି ଥିଲେ। ଏହି ବସ୍‌ଟି ସାପୁତାରାରୁ ସୁରାଟ ଫେରୁଥିଲା। ଏହି ସମୟରେ ଉକ୍ତ ଦୁର୍ଘଟଣା ଘଟିଥିଲା। 


ଉକ୍ତ ଦୁର୍ଘଟଣାରେ ଜଣେ ୮ ବର୍ଷିୟ ନାବାଳକ ଓ ୧୦ ବର୍ଷିୟା ନାବାଳିକାଙ୍କର ମୃତ୍ୟୁ ହୋଇ ଯାଇଛି। ଦୁର୍ଘଟଣାରେ ପାଖାପାଖି ୨୦ରୁ ୨୫ ଜଣ ଲୋକ ଆହତ ହୋଇଛନ୍ତି , ଯେଉଁଥିରେ ୫ଜଣଙ୍କର ସ୍ଥିତି ଗୁରୁତର ଥିବା କୁହାଯାଉଛି। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.