ପ୍ରମୂଖ ଖବର
  • ଜଗତସିଂହପୁର : ବାଇକ୍‌କୁ ଧକ୍କା ଦେଲା ଯାତ୍ରୀବାହୀ ବସ୍, କନଷ୍ଟେବଲ ମୃତ
  • ||
  • ବାସୁଦେବପୁର : ରତାଙ୍ଗ ଗ୍ରାମରେ ନବ ବଧୁର ଆତ୍ମହତ୍ୟା, କାରଣ ଅସ୍ପଷ୍ଟ
  • ||
  • ମହାଷ୍ଟମୀରେ ମଣ୍ଡପ ବୁଲି ମହାମୟାଙ୍କ ଆଶିଷ ନେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ବରମୁଣ୍ଡା ବ୍ରିଜ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବିଦ୍ୟୁତ ସଂପ୍ପର୍ଶରେ ଆସି ମୃତ୍ୟୁ ହୋଇଥିବା ସନ୍ଦେହ
  • ||
  • ଭୁବନେଶ୍ଵର : ଦଶହରାରେ ମୁଖ୍ୟମନ୍ତ୍ରୀଙ୍କ ଦୁର୍ଗାପୂଜା ଭେଟି, ରାଜ୍ୟବ୍ୟାପୀ ପେଣ୍ଡାଲ ଭଡ଼ା ଛାଡ଼
  • ||
  • ଖୁଣ୍ଟୁଣି ରେଞ୍ଜରେ ଦନ୍ତା ଉତ୍ପାତ, ଛେଳି ଚରାଇବାକୁ ଯାଇ ମହିଳା ମୃତ
  • ||
  • ମହାଦେବ ବେଟିଙ୍ଗ ଆପ୍‌ ମାଲିକ ସୌରଭ ଚକ୍ରଧର ଦୁବାଇରେ ଅଟକ, ସପ୍ତାହେ ଭିତରେ ଅଣାଯିବ ଭାରତ !
  • ||
  • ବ୍ରହ୍ମପୁର : ୧୫୨ ଲିଟର ବିଦେଶୀ ମଦ ଜବତ, ୨ ଗିରଫ
  • ||
  • ଆରପାରିରେ ପୋଲସରାର ପୂର୍ବତନ ବିଧାୟକ, ଶୋକ ପ୍ରାକାଶ ପଲେ ନେତୃବୃନ୍ଦ
  • ||
  • ସୁନ୍ଦରଗଡ଼ : ଲେଫ୍ରିପଡା ଓ ଟାଙ୍ଗରପାଲି ଜଙ୍ଗଲରେ ଅବକାରୀ ବିଭାଗର ଚଢାଉ, ଶହେ ଲିଟର ଦେଶୀ ମଦ ଜବତ
  • ||
  • ମା'ଙ୍କ ଆଗମନରେ ଉତ୍ସବ ମୁଖର ଭୁବନେଶ୍ୱର, ମଣ୍ଡପରେ ମହାଷ୍ଟମୀ ଏବଂ ପୀଠରେ ଚାଲିଛି ମହାନବମୀ ପୂଜା
  • ||
  • ଜଗତପୁର : ଯୁବକଙ୍କୁ ଅପହରଣ କରିବା ବେଳେ ଧରାପଡ଼ିଲେ ଦୁର୍ବୃତ୍ତ, ୧୦ ଅଟକ
  • ||
  • କଳାହାଣ୍ଡିରେ ମା' ମାଣିକେଶ୍ବରୀଙ୍କ ଛତରଯାତ୍ରା, ଲକ୍ଷାଧିକ ଭକ୍ତଙ୍କ ସମାଗମ
  • ||

ଆଦିମ ବଣ୍ଡା ଜନଜାତିଙ୍କୁ ଦିଆଗଲା ପାରମ୍ପରିକ ଅଳଙ୍କାର ନିର୍ମାଣ ଓ ଗ୍ରାମୀଣ ମିସ୍ତ୍ରୀ ଦକ୍ଷତା ତାଲିମ

ମାଲକାନଗିରି,୨୭/୯ : ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକସ୍ଥ ବଣ୍ଡାଘାଟି ମୁଦୁଲିପଡା ଓ ଅଣ୍ଡରହଲ ପଞ୍ଚାୟତରେ କେଉଁ ଆବାହନ କାଳରୁ ବସବାସ କରି ଆସୁଛନ୍ତି ଆଦିମ ବଣ୍ଡା ଜନଜାତି । ସେମାନେ ପାରମ୍ପରିକ ଅଳଙ୍କାର ଓ ଅନ୍ୟାନ ସାମଗ୍ରୀ ମୁଣ୍ଡିଗୁଡା ହାଟରୁ କ୍ରୟ କରି ବ୍ୟବହାର କରୁଥାନ୍ତି । ଏହି ସମସ୍ୟା ଦୂର କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପାରମ୍ପରିକ ଅଳଙ୍କାର ଓ ଗ୍ରାମୀଣ ମିସ୍ତ୍ରୀ ଦକ୍ଷତା ତାଲିମ ବଣ୍ଡା ଜନଜାତିଙ୍କ ମଧ୍ୟରେ ଆରମ୍ଭ କରାଯାଇଛି।

ଆଦିମ ଜନଜାତି ବଣ୍ଡାଙ୍କ ବାସସ୍ଥଳୀ ହେଉଛି ମାଲକାନଗିରି ଜିଲ୍ଲାର ବଣ୍ଡା ଘାଟିରେ । ଆଦିମ ଜନଜାତିଙ୍କ ଉନ୍ନୟନ ନିମନ୍ତେ ରାଜ୍ୟ ସରକାର ସ୍ବତନ୍ତ୍ର ପ୍ରାଧାନ୍ୟତା ଦେଇ ଆସୁଛନ୍ତି । ଏହି ପରୀପ୍ରେକ୍ଷୀରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଆନୁକୂଲ୍ୟରେ ବଣ୍ଡା ଜନଜାତିଙ୍କ ଦକ୍ଷତା ବିକାଶ ନିମନ୍ତେ ସ୍ବତନ୍ତ୍ର ପ୍ରକଳ୍ପ ଅନୁମୋଦନ କରାଯାଇଛି । ଖଇରପୁଟ ବ୍ଲକ ମୁଦୁଲିପଡ଼ାସ୍ଥିତ ବଣ୍ଡା ଉନ୍ନୟନ ସଂସ୍ଥା ପରିସରରେ ବଣ୍ଡା ଯୁବକ ଯୁବତୀଙ୍କୁ ପାରମ୍ପରିକ ବଣ୍ଡା ଅଳଙ୍କାର କାରିଗରୀ ଓ ଗ୍ରାମୀଣ ମିସ୍ତ୍ରୀ ଦକ୍ଷତା ତାଲିମ କାର୍ଯ୍ୟକ୍ରମର ଆଜି ଶୁଭାରମ୍ଭ କରାଯାଇଛି । ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ, ମନସ୍ୱୀ ସେଠୀଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ବଣ୍ଡା ଉନ୍ନୟନ ସଂସ୍ଥାର ପ୍ରକଳ୍ପ ମୁଖ୍ୟ, ସଲମନ ରାଇକିଆ ଉପସ୍ଥିତ ଥିଲେ। 

୨୭୦ ଜଣ ବଣ୍ଡା ଯୁବକ ଯୁବତୀଙ୍କ ମଧ୍ୟରୁ ୧୫୦ ଜଣ ଗ୍ରାମୀଣ ମିସ୍ତ୍ରୀ ଓ ୧୨୦ ଜଣ ପାରମ୍ପରିକ ବଣ୍ଡା ଅଳଙ୍କାର କାରିଗରୀ ଦକ୍ଷତା ତାଲିମ ନେବେ। ପାରମ୍ପରିକ କୌଶଳକୁ ବଜାୟ ରଖି ଏହି ତାଲିମ ପ୍ରଦାନ କରାଯିବ। ଯାହା ଫଳରେ ଲୁପ୍ତପ୍ରାୟ କାରିଗରୀ ବଞ୍ଚି ରହିବ। ଗ୍ରାମୀଣ ମିସ୍ତ୍ରୀ ତାଲିମ ନେଇ ଯୁବକ ଯୁବତୀମାନେ ନିଜ ଅଞ୍ଚଳରେ ରୋଜଗାରକ୍ଷମ ହୋଇପାରିବେ। ଏହି କାର୍ଯ୍ୟକ୍ରମ ଦ୍ଵାରା ଆଦିମ ବଣ୍ଡା ଜନଜାତିଙ୍କ ଦକ୍ଷତା ବିକାଶ ହେବ ଏବଂ ସେମାନେ ଆର୍ଥିକ ଭାବେ ସ୍ବାବଲମ୍ବୀ ହୋଇପାରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.