ପ୍ରମୂଖ ଖବର
  • ବାରିପଦା : କଳା ବାଘ ଚମଡ଼ା ଜବତ, ୪ ଶିକାରୀ ଗିରଫ
  • ||
  • ଲିଙ୍ଗରାଜ ମନ୍ଦିର ବିବାଦକୁ ନେଇ ଆଇନ୍‌ମନ୍ତ୍ରୀଙ୍କ ପ୍ରତିକ୍ରିୟା, କହିଲେ ଠାକୁରଙ୍କୁ ଉପାସ ରଖିବା ଦୁର୍ଭାଗ୍ୟଜନକ
  • ||
  • ହିନ୍ଦୋଳ : ବେଡ଼ାପଡ଼ା ଗାଁରେ ବିଏନ୍‌ଏସ୍‌-୧୬୩ ଧାରା ଲାଗୁ, ନିୟମ ନମାନିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
  • ||
  • କଟକ : ମାଟ୍ରିକ୍‌ ପ୍ରଶ୍ନପତ୍ରରେ ରହିବ ୱାଟର୍‌ ମାର୍କ କୋଡ୍‌, ଭାଇରାଲ୍‌ ରୋକିବାକୁ ବୋର୍ଡର ପଦକ୍ଷେପ
  • ||
  • ନବରଙ୍ଗପୁର : ଯାତ୍ରୀବାହି ବସ୍‌ ଓ ପାଇପ ବୋଝେଇ ଟ୍ରକ୍‌ ମଧ୍ୟରେ ଧକ୍କା,୪ ଆହତ
  • ||
  • ବୁଧବାର ଅପରାହ୍ନରେ ମହାପ୍ରଭୁଙ୍କ ବନକଲାଗି ନୀତି, ୫ ଘଣ୍ଟା ପାଇଁ ବନ୍ଦ ରହିବ ଦର୍ଶନ
  • ||
  • ବୌଦ୍ଧ : ଏସ୍‌ବିଆଇ ଏଟିଏମ୍‌ରୁ ଲୁଟ୍‌, ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ୱର ବିମାନବନ୍ଦରରୁ ୪ କୋଟିର ନିଶାଦ୍ରବ୍ୟ ଜବତ, ଜଣେ ଗିରଫ
  • ||

ଉତ୍ତରାଖଣ୍ଡ ବିଧାନସଭାରେ ଆଗତ ହେଲା ୟୁସିସି ବିଲ୍‌, ବିବାହ-ଛାଡପତ୍ର ଓ ଉତ୍ତରାଧିକାରୀକୁ ନେଇ ବଦଳିଯିବ ନିୟମ

Published By : Prameya | February 6, 2024 12:32 PM

ଡେରାଡୁନ୍,୬।୨: ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ମଙ୍ଗଳବାର ୟୁନିଫର୍ମ ସିଭିଲ କୋଡ୍‌କୁ ବିଧାନସଭାରେ ଆଗତ କରିଛନ୍ତି। ବିଲ୍‌ ଉପରେ ଚର୍ଚ୍ଚାର ଦାବିକୁ ନେଇ ବିରେଧି ଦଳ ପକ୍ଷରୁ ବିଧାନସଭାରେ ହଙ୍ଗାମା ହୋଇଥିଲା। ତେଣୁ ହଙ୍ଗାମା ଭିତରେ ଗୃହର କାର୍ଯ୍ୟାନୁଷ୍ଠାନକୁ ମଧ୍ୟାହ୍ନ ୨ଟା ସୁଦ୍ଧା ମୁଲତବୀ ରଖାଯାଇଛି।  

ଉତ୍ତରାଖଣ୍ଡ ବିଧାନସଭାରେ ୟୁସିସି ବିଲ୍ ପାସ୍ ହେବାପରେ ଆଇନ ହୋଇଯିବ। ଏହା ସହିତ ଉତ୍ତରାଖଣ୍ଡ ଦେଶରେ ୟୁସିସି ଲାଗୁ କରିଥିବା ପ୍ରଥମ ରାଜ୍ୟ ପାଲଟି ଯିବ। ଡ୍ରାଫ୍ଟରେ ୪୦୦ ରୁ ଅଧିକ ଧାରା ସାମିଲ କରାଯାଇଛି, ଯାହାର ଲକ୍ଷ୍ୟ ପାରମ୍ପାରିକ ରୀତି-ନୀତିରୁ ଉତ୍ପନ ହେଉଥିବା ଅସନ୍ତୁଷ୍ଟତାକୁ ଶେଷ କରିବା।ଉତ୍ତରାଖଣ୍ଡ ଏଥିରେ ସଫଳ ହେଲେ ଗୁଜରାଟ, ଆସାମ, ମଧ୍ୟପ୍ରଦେଶ ସମେତ ଅନ୍ୟାନ୍ୟ ବିଜେପି ଶାସିତ ରାଜ୍ୟ ମଧ୍ୟ ଏହି ନିୟମ ଆଣିବାକୁ ଆଗ୍ରହ ପ୍ରକାଶ କରିବେ। ଗୋଆରେ ଏହି ନିୟମ ପର୍ତ୍ତୁଗୀଜ୍ ଶାସନ କାଳରୁ ଚାଲିଆସୁଛି।

ବଦଳି ଯିବ ଏହି ସବୁ ନିୟମ:

-ସମାନ ନାଗରିକ ସଂହିତା (ୟୁସିସି) ଲାଗୁ ହେବାପରେ ବହୁ ବିବାହ ଉପରେ ସମ୍ପୂର୍ଣ୍ଣ ଭାବରେ ରୋକ ଲଗାଇ ଦିଆଯିବ।

-ଝିଅଙ୍କ ବିବାହର ଆଇନଗତ ବୟସ ୨୧ ବର୍ଷ ଧାର୍ଯ୍ୟ କରାଯାଇଛି।

-ଲିଭ୍‌ ଇନ୍‌ ରିଲେସନସିପ୍‌ରେ ରହୁଥିବା କପଲଙ୍କୁ ପୋଲିସ ନିକଟରେ ରେଜିଷ୍ଟେ୍ରସନ୍ କରିବାକୁ ହେବ।

- ଲିଭ୍‌ ଇନ୍ ରିଲେସନସିପ୍‌ରେ ରହୁଥିବା ଲୋକଙ୍କୁ ନିଜର ସୂଚନା ଦେବା ବାଧ୍ୟତାମୂଳକ ହେବ।  ଏଭଳି ସମ୍ପର୍କରେ ରହୁଥିବା ଲୋକଙ୍କୁ ନିଜର ବାପା-ମାଙ୍କୁ ସୂଚନା ଦେବାକୁ ହେବ।

- ବିବାହ ପଞ୍ଜିକରଣ ନକଲେ ସରକାରୀ ସୁବିଧାର ଲାଭ ଉଠାଇ ହେବନି।

-ମୁସଲମାନ ମହିଳାଙ୍କୁ ମଧ୍ୟ ପୋଷ୍ୟ ସନ୍ତାନ ଗ୍ରହଣ କରିବାର ଅଧିକାର ରହିବ ଓ ପୋଷ୍ୟ ଭାବରେ ଗ୍ରହଣ କରିବାର ପକ୍ରିୟା ସରଳ ହେବ।

- ଛାଡପତ୍ର ପ୍ରକ୍ରିୟାରେ ଉଭୟ ସ୍ୱାମୀ ଏବଂ ସ୍ତ୍ରୀ ସମାନ ସୁବିଧା ପାଇବେ।

-  ଚାକିରିଆ ପୁଅର ମୃତ୍ୟୁ ହେଲେ ବୃଦ୍ଧ ପିତାମାତାଙ୍କର ଦାୟିତ୍ୱ ପତ୍ନୀଙ୍କ ଉପରେ ରହିବ ଏବଂ ସେ କ୍ଷତିପୂରଣ ପାଇବେ।

- ସ୍ୱାମୀଙ୍କ ମୃତ୍ୟୁ ଘଟଣାରେ, ଯଦି  ସ୍ତ୍ରୀ  ପୁଣି ଥରେ ବିବାହ କରନ୍ତି, ତେବେ ପ୍ରାପ୍ତ କ୍ଷତିପୂରଣ ତାଙ୍କ ପିତାମାତାଙ୍କ ସହ ବାଣ୍ଟାଯିବ ।

- ଅନାଥ ପିଲାମାନଙ୍କ ପାଇଁ ଅଭିଭାବକ ପ୍ରକ୍ରିୟା ସରଳୀକୃତ ହେବ।

- ସ୍ୱାମୀ - ସ୍ତ୍ରୀ ଭିତରେ ବିବାଦର ମାମଲା ଥିଲେ ପିଲାର କଷ୍ଟଡି ତା’ର ଜେଜେ ବାପା ଓ ଜେଜେ ମା’ଙ୍କୁ ଦିଆଯାଇପାରେ। 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.