ମସ୍କୋ,୧୨।୮: ଋଷ ଓ ୟୁକ୍ରେନ୍ ମଧ୍ୟରେ ଜାରି ରହିଛି ଭୀଷଣ ଯୁଦ୍ଧ। ଋଷ ସେନା ୟୁକ୍ରେନ୍ ସହରକୁ ଶ୍ମଶାନରେ ପରିଣିତ କରିଛି। ଲକ୍ଷାଧିକ ଲୋକ ଜୀବନ ଯାଇ ସାରିଛି। ବହୁ ସଂଖ୍ୟାରେ ଲୋକେ ମଧ୍ୟ ନିଜର ଘର ଛାଡି ସାରିଲେଣି। ଏବେ ସ୍ଥିତି କିନ୍ତୁ ବିପରୀତ ଚାଲିଛି। ୟୁକ୍ରେନ୍ ସୀମାକୁ ଲାଗିଥିବା ଋଷର କୁସ୍କର୍କ ସହରରେ ୟୁକ୍ରେନ୍ ସେନାର ଲାଗାତାର ଆକ୍ରମଣ ଜାରି ରହିଛି। ଋଷ ସରକାର ସହରରେ ଲୋକଙ୍କୁ ନିଜ ଜୀବନ ବଞ୍ଚାଇ ସୁରକ୍ଷିତ ସ୍ଥାନକୁ ପଳାଇବାକୁ କହିଛନ୍ତି। ୟୁକ୍ରେନ୍ ସୈନିକଙ୍କ ଆକ୍ରମଣ ଏତେ ଜୋରଦାର ରହିଛି ଯେଳ ସହରରୁ ଏପର୍ଯ୍ୟନ୍ତ ୭୬ ହଜାରରୁ ଅଧିକ ଲୋକ ନିଜ ଘର ଛାଡି ସାରିଲେଣି।
ଋଷର କୁର୍ସସ୍କରେ ଖୁବ୍ ଅଧିକ ଖରାପ ପରିସ୍ଥିତି ରହିଛି। ଏହି କାରଣରୁ ସୋମବାର ସବୁଠାରୁ ଅଧିକ ଲୋକଙ୍କୁ ଜାଗା ଖାଲି କରିବାକୁ କୁହାଯାଇଛି। କୁସ୍କର୍କ ସୀମାବର୍ତ୍ତୀ ଅଞ୍ଚଳରେ ଋଷ ସେନା ପ୍ରାୟ ଏକ ସପ୍ତାହର ଭୀଷଣ ଲଢେଇ ପରେ ୟୁକ୍ରେନ୍ ଆକ୍ରମଣ ଯବାବ୍ ଦେବା ପାଇଁ ଏବେ ବି ସଂଘର୍ଷ କରୁଛି। ଏହି ଅଞ୍ଚଳରୁ ୭୬ ହଜାର ଲୋକ ନିଜର ଘର ଖାଲି କରିସାରିଲେଣି, ୬ ଅଗଷ୍ଟରେ ୟୁକ୍ରେନ୍ ସେନା ପ୍ରାୟ ୩୦ କିଲୋମିଟର ଭିତରକୁ ପଶି ଆସିଛି।
ୟୁକ୍ରେନ୍ ସେନା ଆକ୍ରମଣ କରିବା ପରେ ସୀମା ପାର ପ୍ରାୟ ୧୦ କିଲୋମିଟର ଦୂର ସୁଦଜା ସହରରେ ଦୃତ ଗତିରେ ପ୍ରବେଶ କରିଛି। ସହରର ପଶ୍ଚିମ ଭାଗକୁ ନିଜ କବଜାରେ ନେଇସାରିଛି।ୟୁକ୍ରେନ୍ର ଅଭିଯାନ ଖୁବ୍ ଗୋପନୀୟ ଭାବରେ ଚାଲିଛି। ଏହାର ଲକ୍ଷ୍ୟ ବିଶେଷ ରୂପରେ କ’ଣ ତାହର ସ୍ପଷ୍ଟ ହୋଇପାରିନି ?ଏହା ପୂର୍ବରୁ ଋଷ ସେନା ମଧ୍ୟ ୟୁକ୍ରେନ୍ର କିଭ୍ରେ ଡ୍ରୋନ୍ ଓ ମିସାଇଲ ମାଡ କରିଥିଲା।