ନୂଆଦିଲ୍ଲୀ - ରୁଷ୍ ଓ ୟୁକ୍ରେନ୍ ମଧ୍ୟରେ ଜାରି ଯୁଦ୍ଧରେ ଏକ ନୂଆ ମୋଡ ଆସିପାରେ। ଏବେ ଏପରି ସମ୍ଭାବନା ଘନେଇଛି। ୟୁକ୍ରେନକୁ ପୂର୍ବରୁ ହିଁ ପାଶ୍ଚାତ ଦେଶ ଗୁଡ଼ିକ ଠାରୁ ଷ୍ଟର୍ମ ଶ୍ୟାଡୋ ମିସାଇଲ ମିଳିସାରିଛି । କିନ୍ତୁ ଏହାର ବ୍ୟବହାର ନେଇ କିଛି ସର୍ତ୍ତ ଲାଗୁ ରହିଛି। ୟୁକ୍ରେନ କେବଳ ନିଜର ସୀମା ଭିତରେ ହିଁ ଏହି ମିସାଇଲର ବ୍ୟବହାର କରି ପାରିବ, କିନ୍ତୁ ଏବେ ଖବର ଆସିଛି କି ଖୁବ୍ ଶୀଘ୍ର ଆମେରିକା ଓ ବ୍ରିଟେନ ଏହା ଉପରେ ଥିବା ପ୍ରତିବନ୍ଧକକୁ ହଟେଇ ପାରନ୍ତି। ଯଦି ଏମିତି ହୁଏ ତ ୟୁକ୍ରେନ ରୁଷ୍ ଭିତରେ ଏହି ମିସାଇଲ ମାଡ଼ କରି ଖୁବ୍ ସାଂଘାତିକ ସ୍ଥିତି କରି ପାରେ।
କିପରି ରହିଛି 'ଷ୍ଟର୍ମ ଶ୍ୟାଡୋ' ମିସାଇଲର ଶକ୍ତି –
ବିବିସିର ରିପୋର୍ଟ ମୁତାବିକ, ଷ୍ଟର୍ମ ଶ୍ୟାଡୋ ମିସାଇଲ ଏକ କ୍ରୁଜ୍ ମିସାଇଲ , ଯାହାର ରେଞ୍ଜ ପାଖାପାଖି ୨୫୦ କିଲୋମିଟର। ବିମାନରୁ ଲଞ୍ଚ କରାଯାଉ ଥିବା ଏହି ମିସାଇଲ ଖୁବ୍ ଦ୍ରୁତ ଗତିରେ ଟାର୍ଗେଟ୍ରେ ପହଞ୍ଚି ଥାଏ। ଉକ୍ତ ମିସାଇଲରେ ଉଚ୍ଚ ବିସ୍ଫୋରକ ଅସ୍ତ୍ର ରହିଛି, ଯାହା ଶକ୍ତିଶାଳୀ ବଙ୍କର ଓ ସୁରକ୍ଷିତ ଅସ୍ତ୍ରଶସ୍ତ୍ରର ଡିପୋକୁ ନଷ୍ଟ କରିବାରେ ସକ୍ଷମ ହୋଇଥାଏ। ୟୁକ୍ରେନ ପୂର୍ବରୁ ହିଁ ଏହି ମିସାଇଲର ବ୍ୟବହାର କରି କ୍ରିମିଆର ସେଭାସ୍ତୋପୋଲରେ ରୁଷ୍ର ବ୍ଲାକ୍ ସି ଫ୍ଲିଟ୍ ମୁଖ୍ୟାଳୟ ଉପରେ ହମଲା କରିଥିଲା , ଯେଉଁଥି ପାଇଁ ଏହି ଅଞ୍ଚଳ ରୁଷ୍ର ନୌସେନା ପାଇଁ ଅସୁରକ୍ଷିତ ହୋଇ ରହିଛି।
ୟୁକ୍ରେନ ଗତ କିଛି ସପ୍ତାହ ହେବ ପାଶ୍ଚାତ ଦେଶ ଗୁଡ଼ିକ ପାଖେ ଜୋରସୋରରେ ଦାବି କରୁଛି। ରୁଷ୍ ଭିତରେ ଥିବା ସେନା ପୋଷ୍ଟ ଗୁଡ଼ିକ ଉପରେ ହମଲା କରିବାକୁ ତାକୁ ଅନୁମତି ଦିଆଯାଉ। ୟୁକ୍ରେନ କହୁଛି , ରୁଷ୍ ତାର ସୀମା ଭିତରେ ଲଗାତାର ହମଲା କରୁଛି ଏବଂ ଯଦି ତାକୁ ଷ୍ଟର୍ମ ଶ୍ୟାଡୋ ମିସାଇଲରେ ରୁଷ୍ ଭିତରେ ହମଲା କରିବାକୁ ଅନୁମତି ଦିଆଯାଏ ତ, ସେ ରୁଷ୍ର ଆକ୍ରମଣର କ୍ଷମତାକୁ ଦୁର୍ବଳ କରି ପାରିବ।
ହେଲେ ବର୍ତ୍ତମାନ ସୁଦ୍ଧା ଆମେରିକା ଓ ବ୍ରିଟେନ ୟୁକ୍ରେନର ଏହି ଦାବିକୁ ନେଇ ସାବଧାନତା ଆପଣାଇଛନ୍ତି। ସେମାନେ ଏହା ଚିନ୍ତା କରିଛନ୍ତି ଯେ, ଯଦି ୟୁକ୍ରେନ ରୁଷ୍ ଭିତରେ ହମଲା କରେ , ଏଥିରେ ସଂଘର୍ଷ ଆହୁରି ବଢି ପାରେ। ରୁଷ୍ର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏହାପରେ ଖୁବ୍ ଜୋରରେ ପ୍ରତି ଆକ୍ରମଣ କରି ପାରନ୍ତି। ଯେଉଁଥିରେ ଯୁଦ୍ଧ ୟୁରୋପର ଅନ୍ୟ ଭାଗକୁ ବ୍ୟାପି ପାରେ। ବିଶେଷ ରୂପେ ନାଟୋର ସଦସ୍ୟ ଦେଶ ଯେମିତି କି ପୋଲାଣ୍ଡ ରୁଷ୍ ହମଲାର ଟାର୍ଗେଟ୍ରେ ରହିପାରେ। ଏହା ବିଶ୍ୱଯୁଦ୍ଧର ରୂପ ନେଇପାରେ।
୬ ବ୍ରିଟିଶ୍ କୂଟନୀତିଜ୍ଞଙ୍କ ବିରୋଧରେ ଗୁଇନ୍ଦାଗିରି ଅଭିଯୋଗ, ନିଜ ଦେଶରୁ ବିଦା କଲା ରୁଷ୍
ଅନ୍ୟପଟେ ଦେଖିଲେ , ଯଦି ୟୁକ୍ରେନକୁ ଷ୍ଟର୍ମ ଶ୍ୟାଡୋକୁ ରୁଷ୍ ଭିତରେ ବ୍ୟବହାର ନେଇ ଅନୁମତି ମିଳେ ତ , ଏହା ରୁଷ୍ ପାଇଁ ବଡ଼ ଝଟକା ସାବ୍ୟସ୍ତ ହୋଇପାରେ। ବିଶେଷଜ୍ଞଙ୍କ ମତରେ ଏଥିରେ ଯୁଦ୍ଧର ଦିଗ ସଂପୂର୍ଣ୍ଣ ରୂପେ ବଦଳିବାର ସମ୍ଭାବନା ରହିଛି। ରୁଷ୍ ପୂର୍ବରୁ ହିଁ ନିଜର ବାୟୁସେନା ଓ ସେନା ପୋଷ୍ଟକୁ ୟୁକ୍ରେନର ସୀମା ଠାରୁ ଦୂରରେ ଥିବା ସୁରକ୍ଷିତ ସ୍ଥାନକୁ ପଠାଇ ସାରିଛି। ଯେଉଁଠି ସେମାନେ ୟୁକ୍ରେନ ମିସାଇଲର ରେଞ୍ଜ ଠାରୁ ବାହାରେ ରହି ପାରିବେ।