ପ୍ରମୁଖ ଖବର
  • ଧର୍ମଗଡ଼ : ଏସଡିଓଙ୍କ ସନ୍ଦେହଜନକ ମୃତ୍ୟୁ, ସରକାରୀ କ୍ଵାର୍ଟର୍ସରୁ ମିଳିଲା ମୃତଦେହ
  • ||
  • ଭୁବନେଶ୍ଵର : ୧୪ରେ ବିଜେଡି କାର୍ଯ୍ୟକାରିଣୀ ବୈଠକ, ପ୍ରସ୍ତୁତ ହେବ ଆଗାମୀ ରାଜନୈତିକ ଖସଡ଼ା
  • ||
  • ବାଙ୍କୀ : ମହାନଦୀକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ, ଉଦ୍ଧାର କଲେ ଅଗ୍ନିଶମ ବାହିନୀ
  • ||
  • ଅନୁଗୁଳ: ପବିତ୍ର ମୋହନ ପ୍ରଧାନ ସରକାରୀ ହସ୍ପିଟାଲ୍‌ର ଭିଡିଓ କନ୍‌ଫରେନ୍‌ସିଂରେ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ନୂଆଦିଲ୍ଲୀ: ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଲୋଗୋ ଉନ୍ମୋଚିତ କଲା ଆଇସିସି, ଆମେରିକା ଓ ୱେଷ୍ଟ ଇଣ୍ଡିଜ ମିଳିତ ଭାବେ କରିବେ ଆୟୋଜନ
  • ||
  • ଭୁବନେଶ୍ୱର: ୧୯ ପ୍ରକଳ୍ପକୁ ସିଙ୍ଗିଲ୍‌ ୱିଣ୍ଡୋ ମଞ୍ଜୁରି କଲେ ରାଜ୍ୟ ସରକାର: ୪୮୦୦ କୋଟି ନିବେଶ, ୧୭୫୫୩ ନିଯୁକ୍ତି ସମ୍ଭାବନା
  • ||
  • ଭୁବନେଶ୍ୱର: ବର୍ଷା ପରେ ବଦଳିଲା ପାଗର ମିଜାଜ: ୩ରୁ ୫ ଡିଗ୍ରୀ ଯାଏଁ ତଳକୁ ଖସିବ ରାତିର ପାରଦ,୧୦ରୁ ବଢିବ ଶୀତ
  • ||

ଶ୍ରୀଲଙ୍କାକୁ ଆଇସିସିର ଡବଲ ଝଟକା: ଏବେ ହାତରୁ ଗଲା ଅଣ୍ଡର ୧୯ ଓ୍ବାର୍ଲ୍ଡକପ୍ ୨୦୨୪, ଏହି ଦେଶରେ ହେବ ଆୟୋଜନ

କଲମ୍ବୋ,୨୧।୧୧: ଶ୍ରୀଲଙ୍କାଠାରୁ ଅଣ୍ଡର-୧୯ ବିଶ୍ବକପ୍ ୨୦୨୪ର ଆୟୋଜକ ପଦବୀ ଛଡାଇ ନିଆଯାଇଛି। ଇଣ୍ଟର ନ୍ୟାସନାଲ କ୍ରିକେଟ କାଉନସିଲ୍(ଆଇସିସି) ଏବେ ଏହି ଟୁର୍ଣ୍ଣାମେଣ୍ଟର ଆୟୋଜନ ସାଉଥ୍ ଆଫ୍ରିକାରେ କରିବ। ଶ୍ରୀଲଙ୍କା କ୍ରିକେଟରେ ପ୍ରଶାସନିକ ଅନିଶ୍ଚିତତାକୁ ଦେଖି ଆଇସିସି ବୋର୍ଡ ଏହି ନିଷ୍ପତ୍ତି ନେଇଛି। ଉଲ୍ଲେଖନୀୟ ଯେ, ଶ୍ରୀଲଙ୍କାକୁ ୧୧ ଦିନ ଭିତରେ ଦ୍ବିତୀୟ ୪୪୦ ଭୋଲ୍ଟର ଝଟକା ଲାଗିଛ। ଆଇସିସି ଏହା ପୂର୍ବରୁ ୧୦ ନଭେମ୍ବରରେ ସରକାରୀ ହସ୍ତକ୍ଷେପ କାରଣରୁ ଶ୍ରୀଲଙ୍କା କ୍ରିକେଟ ବୋର୍ଡ(ଏସ୍‌ଏଲସି)କୁ ସଦସ୍ୟତାରୁ ନିଲମ୍ବିତ ହୋଇଥିଲା।

ଆଇସିସି ବୋର୍ଡ ମଙ୍ଗଳବାର ଅହମ୍ମଦାବାଦରେ ହୋଇଥିବା ମିଟିଂରେ ଶ୍ରୀଲଙ୍କାଠାରୁ ହୋଷ୍ଟିଂ ରାଇଟ୍ ଛଡାଇବାର ନିଷ୍ପତ୍ତି ନେଇଥିଲା। କ୍ରିକ୍‌ବଜ୍‌ର ରିପୋର୍ଟ ଅନୁସାରେ, ବୋର୍ଡ ସର୍ବ ସମ୍ମିତିରେ ନିଷ୍ପତ୍ତି ନେଇଛି ଯେ, ଏସ୍‌ଏଲସିରୁ ନିଲମ୍ବନ ହଟାଇ ହେବନି। ତେ‌େ‌ ଦେଶରେ କ୍ରିକେଟ ସ୍ବାଭାବିକ ଭାବରେ ଜାରି ରହିବ।’ ଅଣ୍ଡର-୧୯ ଓ୍ବାର୍ଲ୍ଡକପର ଆୟୋଜନ ଆସନ୍ତା ବର୍ଷ ୧୩ ଜାନୁଆରୀରୁ ୪ ଫେବୃଆରୀ ପର୍ଯ୍ୟନ୍ତ ହେବାର ଥିଲା। ଟୁର୍ଣ୍ଣାମେଣ୍ଟର ସାଉଥ୍ ସିଫ୍ଟ ହେବା କାରଣରୁ ସିଡ୍ୟୁଲରେ ପରିବର୍ତ୍ତନ ହୋଇପାରେ। ଟୁର୍ଣ୍ଣାମେଣ୍ଟରେ ୧୬ ଟିମ୍‌ ନିଜର ଭାଗ୍ୟ ପରୀକ୍ଷା କରିବେ। ଭାରତ ବର୍ତ୍ତମାନର ଚମ୍ପିଆନ୍‌ ଅଛି।

ଉଲ୍ଲେଖନୀୟ ଯେ, ଶ୍ରୀଲଙ୍କା ଟିମ୍ ଓ୍ବାର୍ଲ୍ଡକପ୍‌ ୨୦୨୩ ରେ ନିରାଶଜନକ ପ୍ରଦର୍ଶନ ପରେ କ୍ରିକେଟ ବୋର୍ଡକୁ ସରକାର ବରଖାସ୍ତ କରିଥିଲେ। ଶ୍ରୀଲଙ୍କାର ସଂସଦଙ୍କ ସର୍ବସମ୍ମତିରେ ପ୍ରସ୍ତାବ ପାସ୍ ହୋଇଥିଲା। ଏଥିରେ ସରକାର ଓ ବିରୋଧି ଦୁହେଁ ପୁରା ସମର୍ଥନ କରିଥିଲେ। ସେଭଳି ଆଇସିସି ବୟାନ ଜାରି କରି କହିଥିଲା, ଇଣ୍ଟର ନ୍ୟାସନାଲ କ୍ରିକେଟ କାଉନସିଲ୍‌ ବୋର୍ଡ ଆଇସିସି‌େ‌ା  ଶ୍ରୀଲଙ୍କା କ୍ରିକେଟର ସଦସ୍ୟତା ତୁରନ୍ତ ନିଲମ୍ବିତ କରିଛି।

Copyright © 2022 - Summa Real Media Private Limited. All Rights Reserved.