ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ହସ୍ପିଟାଲ୍‌ରେ ଅଗ୍ନିକାଣ୍ଡ ରୋକିବା ନେଇ ମାର୍ଗଦର୍ଶିକା ଜାରି, ସ୍ୱୀକୃତିପ୍ରାପ୍ତ ଡାକ୍ତରଖାନାରେ ଯାଞ୍ଚ ନିର୍ଦ୍ଦେଶ

ଭୁବନେଶ୍ୱର,୨୪/୦୩: ତାପମାତ୍ରା ବଢ଼ୁଥିବାରୁ ହସ୍ପିଟାଲ ଅଗ୍ନିକାଣ୍ଡ ରୋକିବା ପାଇଁ ପଦକ୍ଷେପ ଦିଅ । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏବଂ ଜାତୀୟ  ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଏନ୍‌ଡିଏମ୍‌ଏ) ରାଜ୍ୟମାନଙ୍କୁ ମିଳିତ ୧୩ ସୂତ୍ର ନେଇ ମାର୍ଗଦର୍ଶିକା ଜାରି କରିଛି । ସ୍ୱୀକୃତିପ୍ରାପ୍ତ ଡାକ୍ତରଖାନାଗୁଡ଼ିକୁ ସମ୍ପୂର୍ଣ୍ଣ ଯାଞ୍ଚ, ବିଦ୍ୟୁତ୍‌ ଲୋଡ୍‌ କ୍ଷମତାର ଅସଙ୍ଗତି  ଦୂର, ସମ୍ପୃକ୍ତ ରାଜ୍ୟ ଅଗ୍ନିଶମ ବିଭାଗଠାରୁ ବୈଧ ଅଗ୍ନିଶମ ଏନ୍‌ଓସି ହାସଲ ସୁନିଶ୍ଚିତ କରିବାକୁ  ନିର୍ଦ୍ଦେଶ ଦିଆଯାଇଛି । ଗୁରୁତ୍ୱପୂର୍ଣ୍ଣ ନିରାପତ୍ତା ବ୍ୟବସ୍ଥା  କାର୍ଯ୍ୟକାରିତା ସୁନିଶ୍ଚିତ ପାଇଁ ପରବର୍ତ୍ତୀ ପଦକ୍ଷେପ  ସମୀକ୍ଷା କରାଯିବ ବୋଲି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ  କର୍ତ୍ତୃପକ୍ଷଙ୍କୁ କେନ୍ଦ୍ର ସରକାର ଅନୁରୋଧ କରିଛନ୍ତି । 

ଡାକ୍ତରଖାନାରେ ଅଗ୍ନି ନିର୍ବାପକ ଯନ୍ତ୍ର, ଅଗ୍ନି  ନିର୍ବାପକ ଡିଟେକ୍ଟର, ଅଗ୍ନି ନିର୍ବାପକ ଯନ୍ତ୍ର, ଫାୟାର  ହାଇଡ୍ରାଣ୍ଟ ଏବଂ ଫାୟାର ଲିଫ୍‌ଟ ବ୍ୟବସ୍ଥା ସମ୍ପୂର୍ଣ୍ଣ  କାର୍ଯ୍ୟକ୍ଷମ ଅଛି କି ନାହିଁ ତାହା ନିଶ୍ଚିତ କରିବା ଲାଗି  କୁହାଯାଇଛି । ବିଶେଷକରି ନୂଆ ଯନ୍ତ୍ରପାତି ଯୋଡ଼ିବା  କିମ୍ବା କୌଣସି ସ୍ଥାନକୁ ଆଇସିୟୁରେ ପରିଣତ  ସମୟରେ ଇଲେକ୍ଟ୍ରିକାଲ୍‌ ଲୋଡ୍‌ ଅଡିଟ୍‌ କରାଯିବ ।  ଡାକ୍ତରଖାନାଗୁଡ଼ିକ ରାଜ୍ୟ ଅଗ୍ନିଶମ ବିଭାଗଠାରୁ ବୈଧ  ଅଗ୍ନି ଆପତ୍ତି ବିହୀନ ପ୍ରମାଣପତ୍ର ହାସଲ କରିବା  ଆବଶ୍ୟକ । ପୁରୁଣା କୋଠାଗୁଡ଼ିକର ଇଲେକ୍ଟ୍ରେିକାଲ୍‌  ଲୋଡ୍‌ ତଦାରଖ କର । ସେହିଭଳି ଡାକ୍ତରଖାନା ମଧ୍ୟରେ  ସୂଚନା ପ୍ରସାରଣ କରିବାକୁ ସୁପାରିସ କରାଯାଇଛି । 

ଏହାବ୍ୟତୀତ ଅଗ୍ନି ନିର୍ବାପକ ଯନ୍ତ୍ରପାତିର  ନିୟମିତ ଯାଞ୍ଚ କରି ରକ୍ଷଣାବେକ୍ଷଣ ଏବଂ ପରୀକ୍ଷଣ  କରାଯିବ । ନିୟମିତ ଇଲେକ୍ଟ୍ରେିକାଲ୍‌ ଲୋଡ୍‌ ଅଡିଟ୍‌  ଅକ୍ସିଜେନ୍‌ ନିରାପତ୍ତା ସହ ସ୍ମୋକ୍‌ ଡିଟେକ୍ଟର ଓ ଫାୟାର  ଆଲାର୍ମ ସ୍ଥାପନ ହେବ । ଦହନଶୀଳ ସାମଗ୍ରୀ ନିୟନ୍ତ୍ରଣ  କରାଯିବ। ଓଭରଲୋଡିଂ ବିଦ୍ୟୁତ ଉତ୍ସରୁ ଯନ୍ତ୍ରପାତିକୁ  ଦୂରେଇ ରଖିବାକୁ ହେବ । ୱାଟର ସ୍ପ୍ରିଙ୍କଲର ଏବଂ ହୋସ୍‌  ପାଇପ୍‌ ରହିବ । ଜାତୀୟ ବିଲ୍ଡିଂ କୋଡ୍‌ର କଡ଼ାକଡ଼ି  ଅନୁପାଳନ କରାଯିବାକୁ ପରାମର୍ଶ ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.