ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଓଡ଼ିଶାରେ ପ୍ରଚାର କରିବେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ଡ୍ରିମ୍‌ଗାର୍ଲ ହେମାମାଳିନୀ

ଭୁବନେଶ୍ୱର,୧୭/୦୫: ଶୁକ୍ରବାର ବିଜେପିର ପ୍ରଚାର ପାଇଁ ଆସୁଛନ୍ତି  କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ଡ୍ରିମ୍‌ଗାର୍ଲ ତଥା ସାଂସଦ ହେମାମାଳିନୀ । ଶ୍ରୀ ବୈଷ୍ଣବ କଟକର ନରସିଂହପୁରସ୍ଥିତ ଜଗନ୍ନାଥ ମନ୍ଦିର ଦର୍ଶନ ପରେ ପୂର୍ବାହ୍ଣ ସାଢ଼େ ୧୧ଟାରେ ଯୁବ ସମାବେଶରେ ଯୋଗଦେବେ । ଶ୍ରୀ ବୈଷ୍ଣବ ସନ୍ଧ୍ୟା ୫ଟାରେ ଆଠଗଡ଼ରେ ଏବଂ ସନ୍ଧ୍ୟା ୭ଟା ୩୦ରେ କଟକରେ ଜନସଭାକୁ ସମ୍ୱୋଧନ  କରିବେ । ୧୮ ତାରିଖ ୧୦ଟାରେ ସୁନ୍ଦରଗଡ଼ ସଂସଦୀୟ କ୍ଷେତ୍ରର ବଣାଇ ଏବଂ  ଅପରାହ୍ଣ ୧ଟା ୩୦ରେ ରାଜଗାଙ୍ଗପୁରରେ ଜନସଭାକୁ ସମ୍ୱୋଧନ କରିବେ ।  

ସାଂସଦ ହେମାମାଳିନୀ ଶୁକ୍ରବାର ୧୦ଟା ୩୦ରେ ସାଲିଆ ସାହିରେ, ମଧ୍ୟାହ୍ନ  ୧୨ଟା ୪୫ରେ କଟକ ସଦର ନିର୍ବାଚନମଣ୍ଡଳୀର କିଶୋରନଗରଠାରେ, ଅପରାହ୍ଣ  ୩ଟା୩୦ରେ ପିପିଲିରେ ରୋଡ ସୋ’ କରିବେ । ୧୮ ତାରିଖ ପାଲଲହଡ଼ା,  ଦେବଗଡ଼ରେ ଜନସଭାକୁ ସେ ସମ୍ୱୋଧନ କରିବାର କାର୍ଯ୍ୟକ୍ରମ ରହିଛି । ଆସାମ  ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଶୁକ୍ରବାର କବିସୂର୍ଯ୍ୟନଗର, କଣ୍ଟାବାଞ୍ଜି, ଲୋଇସିଂହା  ଓ ସତ୍ୟବାଦୀ ନିର୍ବାଚନମଣ୍ଡଳୀର କଣାସରେ ଜନସଭାକୁ ସମ୍ୱୋଧନ କରିବେ । 

ସେହିପରି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ବୀରମିତ୍ରପୁର, ରାଜଗାଙ୍ଗପୁର  ନିର୍ବାଚନମଣ୍ଡଳୀର ଜାମପାଲି, ସୁନ୍ଦରଗଡ଼ ନିର୍ବାଚନମଣ୍ଡଳୀର ବିଲେଇମୁଣ୍ଡାରେ ଜନସଭାକୁ  ସମ୍ୱୋଧନ କରିବେ । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ୍‌ ସାନଖେମୁଣ୍ଡି ନିର୍ବାଚନମଣ୍ଡଳୀର ରାମଚନ୍ଦ୍ରପୁର, ଦଶପଲ୍ଲା ଏବଂ ଜି.ଉଦୟଗିରିରେ ଜନସଭାକୁ ସମ୍ୱୋଧନ କରିବେ  ବୋଲି ବିଜେପି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି ।  

ସେପଟେ ଶୁକ୍ରବାର ଉତ୍ତର ଭୁବନେଶ୍ୱରରେ ବିଜେଡିର ଆଶୀର୍ବାଦ  ସଭା କରିବେ କାର୍ତ୍ତିକ ପାଣ୍ଡିଆନ୍‌ । ଅପରାହ୍ଣ ୫ଟା୩୦ରେ ସାଲିଆ ସାହି ଯାତ୍ରା  ପଡ଼ିଆରେ ପ୍ରଥମ ଆଶୀର୍ବାଦ ସଭା ହେବ । ପରେ କଲ୍ୟାଣପୁର ପଞ୍ଚାୟତର  ନୂଆବନ୍ତ ମେଡିକାଲ୍‌ ପଡ଼ିଆରେ ସନ୍ଧ୍ୟା ୬ଟା ୩୦ରେ ଦ୍ୱିତୀୟ ସଭା ଓ ସନ୍ଧ୍ୟା  ୭ଟା ୩୦ରେ ନହରକଣ୍ଟା ଷ୍ଟାଡିଅମ୍‌ ପଡ଼ିଆରେ ଆଶୀର୍ବାଦ ସଭା ଅନୁଷ୍ଠିତ ହେବ । 

୧୮ତାରିଖରେ ବରିଷ୍ଠ କଂଗ୍ରେସ ନେତା ସଚିନ ପାଇଲଟ ଓଡ଼ିଶା ଆସିବେ ।  ବାଲେଶ୍ୱର ସହରରେ ଓ ଭୋଗରାଇରେ ସମାବେଶରେ ଯୋଗ ଦେବେ । ପରେ  ଭୁବନେଶ୍ୱରରେ ସନ୍ଧ୍ୟା ୬ଟାରେ ସାମ୍ୱାଦିକ ସମ୍ମିଳନୀରେ ଯୋଗଦେବେ ବୋଲି  ପିସିସି ଗଣମାଧ୍ୟମ ଓ ଯୋଗାଯୋଗ ଅଧ୍ୟକ୍ଷ ବିଶ୍ୱରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.