ପ୍ରମୂଖ ଖବର
  • ଅପେକ୍ଷାର ହେଲା ଅନ୍ତ, ଖୋଲିଲା ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାର, ଭିତର ଭଣ୍ଡାର ଖୋଲିବାକୁ ଚାଲିଛି ପକ୍ରିୟା
  • ||
  • ଶ୍ରୀମନ୍ଦିରକୁ ପ୍ରବେଶ କଲେ ୧୧ ଜଣ ସଦସ୍ୟ, ଦିନ ୧ଟା ୨୮ରେ ଶୁଭ ମୁହୂର୍ତ୍ତରେ ଫିଟିବ ଭିତର ଭଣ୍ଡାର ତାଲା
  • ||
  • ଶ୍ରୀଲୋକନାଥଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା ସମ୍ପନ୍ନ, ରତ୍ନଭଣ୍ଡାର ଖୋଲିବାକୁ ଆସିଲା ଆଜ୍ଞାମାଳ
  • ||
  • ଚତୁର୍ଥ ଟି-ଟ୍ୱେଣ୍ଟ; ଜିମ୍ବାଓ୍ବେକୁ ୧୦ ୱିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ, ଆଜି ପଞ୍ଚମ ମୁକାବିଲା
  • ||
  • ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗୁଳିମାଡ଼, ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ସନ୍ଦିଗ୍ଧ ସୁଟର ମୃତ
  • ||
  • ପାଞ୍ଚ ଦଶନ୍ଧିର ଘଟିବ ଅନ୍ତ, ଆଜି ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର, ଦିନ ୧ଟା ପରେ ଶୁଭ ମୁହୂର୍ତ୍ତରେ ଫିଟିବ ତାଲା
  • ||
  • ରାଜ୍ୟରେ ଆସନ୍ତା ଦୁଇ ଦିନ ପ୍ରବଳ ବର୍ଷା ସମ୍ଭାବନା, ୧୮ରେ ଆଉ ଏକ ଘୂର୍ଣ୍ଣିବଳୟ
  • ||

ମୁମ୍ବାଇ ଆକ୍ରମଣର ଅଭିଯୁକ୍ତ ତହବ୍ବୁର ରାଣାକୁ ଆମେରିକାରୁ ଭାରତକୁ ପ୍ରତ୍ୟର୍ପଣ କରାଯାଇ ପାରିବ: US ଆଟର୍ଣ୍ଣି

ନୂଆଦିଲ୍ଲୀ: ମୁମ୍ବାଇରେ ୨୦୦୮ ଆତଙ୍କବାଦୀ ଆକ୍ରମଣର ଅଭିଯୁକ୍ତ ତହବ୍ବୁର ରାଣାକୁ ଆମେରିକା-ଭାରତ ପ୍ରତ୍ୟର୍ପଣ ବୁଝାମଣା ଜରିଆରେ ଭାରତକୁ ପଠାଯାଇପାରିବ । ଆମେରିକାର ଆଟର୍ଣ୍ଣି କୋର୍ଟରେ ଏହି କଥା କହିଛନ୍ତି । ତହବ୍ବୁର ରାଣା ଆମେରିକା ଡିଷ୍ଟ୍ରିକ୍ଟ କୋର୍ଟଙ୍କ ରାୟକୁ ଯେଉଁ କୋର୍ଟରେ ଚ୍ୟାଲେଞ୍ଜ କରିଛି  ସେହି କୋର୍ଟରେ ଆଟର୍ଣ୍ଣି ବ୍ରାମ ଆଲ୍ଡନ ନିଜର ଶେଷ ଯୁକ୍ତି ରଖିଛନ୍ତି । ପାକିସ୍ତାନ ବଂଶୋଦ୍ଭବ ଏବଂ କାନାଡାର ବ୍ୟବସାୟୀ ତହବ୍ବୁର ରାଣା କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ଆବେଦନ ଦାୟର କରିଥିଲା । ମୁମ୍ବାଇ ଆକ୍ରମଣ ଅଭିଯୁକ୍ତକୁ ଭାରତ ଫେରାଇବା ଲାଗି ଆମେରିକା ସରକାରଙ୍କ ଅପିଲକୁ କୋର୍ଟ ଗ୍ରହଣ କରିନେଇଥିଲେ । ତାପରେ ରାଣା ୨୦୨୩ ଅକ୍ଟୋବର ମାସରେ ନାଇନ୍ଥ ସର୍କିଟ କୋର୍ଟରେ ଡିଷ୍ଟ୍ରିକ୍ଟ କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରିଥିଲା । ଆଜି ଏହି କୋର୍ଟରେ ଆମେରିକାର ସହକାରୀ ଆଟର୍ଣ୍ଣି ବ୍ରାମ ଆଲ୍ଡନ ନିଜ ଯୁକ୍ତିରେ ରାଣାର ପ୍ରତ୍ୟର୍ପଣ ଉପରେ କହିଛନ୍ତି । 

 ଭାରତ-ଆମେରିକା ପ୍ରତ୍ୟର୍ପଣ ସନ୍ଧିକୁ ନେଇ ଆଲ୍ଡନ କହିଛନ୍ତି, ‘ସନ୍ଧି ଜରିଆରେ ରାଣାକୁ ଭାରତ ପ୍ରତ୍ରର୍ପଣ କରାଯାଇପାରିବ । ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ ଥିବା ନେଇ ରାଣା ବିରୋଧରେ ମକଦ୍ଦମା ଚଳାଇବା ଲାଗି ଭାରତ ପ୍ରର୍ଯ୍ୟାପ୍ତ କାରଣ ଦେଇ ସାରିଛି । ଯେଉଁ ଆକ୍ରମଣରେ  ୧୬୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୩୯ ଜଣ ଆହତ ହୋଇଥିଲେ ।’ତହବ୍ବୁର ରାଣା ଏବେ ଲସ୍‌ ଏଞ୍ଜେଲସ୍‌ର ଜେଲ୍‌ରେ ଅଛି । ମୁମ୍ବାଇ ଆକ୍ରମଣରେ ସଂପୃକ୍ତି ନେଇ ଅଭିଯୋଗର ସାମ୍ନା କରୁଛି । ସେ ପାକିସ୍ତାନ-ଆମେରିକା ଆତଙ୍କବାଦୀ ଡେଭିଡ୍‌ କୋଲମ୍ୟାନ୍‌ ହେଡଲେର ସହଯୋଗୀ ବୋଲି ମଧ୍ୟ କୁହାଯାଉଛି । ଯିଏକି ୨୬/୧୧ ଆତଙ୍କବାଦୀ ଆକ୍ରମଣ ମୁଖ୍ୟ ଷଡ଼ଯନ୍ତ୍ରକାରୀଙ୍କ ମଧ୍ୟରୁ ଅନ୍ୟତମ । 

 ସେପଟେ ରାଣାର ଓକିଲ କହିଥିଲେ ଯେ, ସମ୍ଭାବ୍ୟ କାରଣକୁ ସମର୍ଥନ କରିବା ଉଚିତ ପ୍ରମାଣ ନୁହେଁ । ଆଲ୍ଡନ କହିଛନ୍ତି, ସମ୍ଭାବ୍ୟ କାରଣକୁ ବିଶ୍ବାସ କରିବା ଲାଗି ପ୍ରର୍ଯ୍ୟାପ୍ତ ପ୍ରମାଣ ରହିଛି । ୨୦୦୬ ଏବଂ ୨୦୦୮ ମଧ୍ୟରେ ଭାରତରେ କଣ ହେବାର ଥିଲା ସେନେଇ ରାଣା ଜାଣିଥିଲା । ସେ ଆହୁରି କହିଛନ୍ତି, ରାଣା ବହୁବାର ଡେଭିଡ ହେଡଲେକୁ ସାକ୍ଷାତ କରିଛି । ଏମିତି ଅନେକ ଡକ୍ୟୁମେଣ୍ଟ ରହିଛି ଯାହା ହେଡଲେର ସାକ୍ଷି ଭାବରେ ଗ୍ରହଣ କରାଯାଇପାରିବ । ଏଥିରେ ନକଲି ଭିସା ଆବେଦନ ମଧ୍ୟ ସାମିଲ ରହିଛି । 

ଅନ୍ୟପଟେ ରାଣା ପାକିସ୍ତାନର ହାସନ ଅବଦାଲ କ୍ୟାଡେଟ ସ୍କୁଲରେ ପଢ଼ୁଥିଲା । ହେଡଲେ ମଧ୍ୟ ସେଠାରେ ୫ ବର୍ଷ ପଢ଼ିଛି । ପଢ଼ା ଶେଷ କରିବା ପରେ ରାଣା ପାକିସ୍ତାନ ସେନାରେ ଡାକ୍ତର ହୋଇଥିଲା । ପରେ କାନାଡା ଚାଲିଯାଇଥିଲା ରାଣା । ଧିରେ ଧିରେ ସେଠାରେ ତାକୁ ନାଗରିକତା ମିଳିଯାଇଥିଲା । ପରବର୍ତ୍ତୀ ସମୟରେ ଆମେରିକାର ଚିକାଗୋରେ ରାଣା ଏକ କନସଲଟାନ୍ସି ଫାର୍ମ ଖୋଲିଥିଲା । ଏହି ଫାର୍ମ ଇମିଗ୍ରେସନ୍‌ ସେବା ଯୋଗାଉଥିଲା। 

 ଏହି କମ୍ପାନି ହେଡଲେକୁ ଭିସା ଦେବାରେ ପ୍ରମୁଖ ଭୂମିକା ନେଇଥିଲା ।ହେଡେଲେ ଜଣେ ଆମେରିକୀୟ ଆତଙ୍କବାଦୀ ଏବଂ ପାକିସ୍ତାନ ଆସି ଲସ୍କର-ଏ ତୋଇବା ଠାରୁ ପ୍ରିଶିକ୍ଷଣ ନେଉଥିବା ଜଣାଯାଏ । ଏବେ ସେ ଆମେରିକାରେ ୩୫ ବର୍ଷର ସଜା କାଟୁଛି । ୨୦୦୮ ମୁମ୍ବାଇ ଆକ୍ରମଣ ପରେ ପରେ ଚିକାଗୋରୁ ୨୦୦୯ରେ ରାଣାକୁ ଗିରଫ କରିଥିଲା ଆମେରିକୀୟ ପୋଲିସ । ଆତଙ୍କବାଦୀ ସଂଗଠନ ଲସ୍କର ଏ ତୋଇବାକୁ ସମର୍ଥନ ଦେଉଥିବା ଅଭିଯୋଗରେ ସେ ଦୋଷୀ ସାବ୍ୟସ୍ତ ହୋଇଥିଲା । ପରେ ମୁମ୍ବାଇ ଆକ୍ରମଣର ସଂପୃକ୍ତି ନେଇ ଅଭଯୋଗ ତା ନାଁରେ ଯୋଡି ହୋଇଥିଲା । ଚଳିତବର୍ଷ ରାଣାର ସଜା ଶେଷ ହେଉଥିବା ବେଳେ ଜେଲରୁ ବାହାରି ଯାଇପାରେ । ତେଣୁ ଭାରତ ରାଣାକୁ ପ୍ରତ୍ୟର୍ପଣ କରିବାକୁ ଆମେରିକା ନିକଟରେ ଦାବି କରିଆସିଛି ।

  • America
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.