ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବୃଦ୍ଧାବସ୍ଥା ଏବଂ ସ୍ମରଣ ଶକ୍ତିକୁ ନେଇ ସମାଲୋଚିତ ହେଉଥିଲେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ, ପତ୍ନୀ ଜିଲ୍ ବାଇଡେନ୍ କହିଲେ ଏମିତି…

ନୂଆଦିଲ୍ଲୀ: ଆଜିକାଲି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ତାଙ୍କର ବୃଦ୍ଧି ପାଉଥିବା ବୟସ ଏବଂ ଦୁର୍ବଳ ସ୍ମୃତି କାରଣକୁ ନେଇ ବହୁ ସମାଲୋଚନାର ଶିକାର ହେଉଛନ୍ତି । ବର୍ତ୍ତମାନ ଜୋ ବାଇଡେନଙ୍କ ପତ୍ନୀ ଜିଲ ବାଇଡେନ ତାଙ୍କ ସ୍ବାମୀଙ୍କ ପାଇଁ ସାମ୍ନାକୁ ଆସିଛନ୍ତି । ସ୍ପେଶାଲ କାଉନସିଲ୍‌ ରିପୋର୍ଟକୁ ଜିଲ୍ ବାଇଡେନ ଟାର୍ଗେଟ କରିଛନ୍ତି ଯେଉଁଥିରେ କୁହାଯାଇଛି ଯେ ଜୋ ବାଇଡେନ ଉପରାଷ୍ଟ୍ରପତି ଥିବାବେଳେ ଗୋପନୀୟ ଦଲିଲ ପ୍ରତି ଅବହେଳା କରିଥିଲେ । ସ୍ପେଶାଲ କାଉନସିଲ ଜୋ ବାଇଡେନଙ୍କ ଦୁର୍ବଳ ସ୍ମରଣ ଶକ୍ତିକୁ ନେଇ କହିଛି ଯେ, ସେ ତାଙ୍କ ପୁଅର ମୃତ୍ୟୁ ତାରିଖ ମଧ୍ୟ ମନେ ରଖନ୍ତି ନାହିଁ । 

ବର୍ତ୍ତମାନ ଜିଲ୍ ବାଇଡେନ ସ୍ପେଶାଲ କାଉନସିଲର ରିପୋର୍ଟରେ ଜୋ ବାଇଡେନଙ୍କୁ ରକ୍ଷା କରିଛନ୍ତି । ଶନିବାର ପାର୍ଟି ସମର୍ଥକଙ୍କୁ ପଠାଯାଇଥିବା ଏକ ଇମେଲରେ ସେ ଲେଖିଛନ୍ତି ଯେ 'ରିପୋର୍ଟରେ ଯାହା ଅଛି ତାହା ଭୁଲ ଏବଂ ଏହା ଜୋ ବାଇଡେନଙ୍କ ଉପରେ ବ୍ୟକ୍ତିଗତ ରାଜନୈତିକ ଆକ୍ରମଣ । ସ୍ପେଶାଲ କାଉନସେଲ ଦାବି କରିଛି ଯେ ଜୋ ବାଇଡେନ୍ ତାଙ୍କ ପୁଅ ଯେଉଁ ବର୍ଷ ମରିଛନ୍ତି ତାହା ମଧ୍ୟ ମନେ ରଖନ୍ତି ନାହିଁ, କିନ୍ତୁ ମୋତେ ବିଶ୍ବାସ କରନ୍ତୁ, ଜୋ ବାଇଡେନ ମଧ୍ୟ ତାଙ୍କ ପୁଅ ବିଉଙ୍କ ମୃତ୍ୟୁକୁ ମନେ ରଖିଛନ୍ତି। ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ 'ଏସବୁରୁ ସ୍ପେଶାଲ କାଉଲସେଲ କଣ ହାସଲ କରିବାକୁ ଚାହୁଁଛନ୍ତି ମୁଁ ବୁଝିପାରୁ ନାହିଁ।'

ସୂଚନାଥାଉକି, ଜୋ ବାଇଡେନଙ୍କ ପୁଅ ବିଉ ବାଇଡେନ ୨୦୧୫ ରେ ମସ୍ତିଷ୍କ କର୍କଟରେ ମୃତ୍ୟୁ ବରଣ କରିଥିଲେ । ଜିଲ ବାଇଡେନ ଲେଖିଛନ୍ତି ଯେ, ଆମ ପୁଅର ମୃତ୍ୟୁର ରାଜନୈତିକ ଫାଇଦା ନେବାକୁ କିପରି ଉଦ୍ୟମ କରାଯାଉଛି ମୁଁ କଳ୍ପନା ମଧ୍ୟ କରିପାରୁ ନାହିଁ। ମେ ୩୦ ତାରିଖ ସବୁବେଳେ ଆମ ହୃଦୟରେ ରହିବ ଏବଂ ଏହା ମୋତେ ଏବଂ ମୋ ପରିବାରକୁ ଭାଙ୍ଗିଛି । ଜୋ ବାଇଡେନଙ୍କ ସମର୍ଥନରେ ଜିଲ ଲେଖିଛନ୍ତି ଯେ 'ଜୋ ବାଇଡେନଙ୍କୁ ୮୧ ବର୍ଷ ବୟସ, କିନ୍ତୁ ସେ ତଥାପି ଗୋଟିଏ ଘଣ୍ଟାରେ ଯେତିକି କାମ କରନ୍ତି ଲୋକମାନେ ଦିନସାରା ସେତିକି କାମ କରନ୍ତି । ତାଙ୍କର ବୁଦ୍ଧି, ବୁଝାମଣା, ସମ୍ବେଦନଶୀଳତା ଏବଂ ଅଭିଜ୍ଞତା ସହିତ ଦୂରଦୃଷ୍ଟି ମଧ୍ୟ ଅଛି । ସେ ତାଙ୍କ ପ୍ରତିଶ୍ରୁତି ପୂରଣ କରିଛନ୍ତି ଏବଂ ପ୍ରମାଣ କରିଛନ୍ତି ଯେ ସେ ଦେଶ ପାଇଁ ଏକ ଅମୂଲ୍ୟ ସମ୍ପତ୍ତି ଅଟନ୍ତି।


 


 

 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.