ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଫ୍ୟାନ୍ସଙ୍କ ପାଇଁ ଖୁସି ଖବର, ବାପା ହେଲେ ବରୁଣ

ମୁମ୍ବାଇ,୪ /୬: ଫ୍ୟାନ୍ସଙ୍କ ପାଇଁ ଖୁସି ଖବର । ବାପା ହେଲେ ବଲିଉଡ ଅଭିନେତା ବରୁଣ ଧୱନ ।  ବିବାହର ୩ ବର୍ଷ ପରେ ଅଭିନେତା ବରୁଣ ଧୱନ ଏବଂ ତାଙ୍କ ପତ୍ନୀ ନତାଶା ଦଲାଲ ବାପା-ମାଆ ହୋଇଛନ୍ତି । ସୋମବାର ଏକ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି ନତାଶା।  ଏନେଇ ବରୁଣ ଧୱନଙ୍କ ବାପା ତଥା ନିର୍ଦ୍ଦେଶକ ଡାଭିଡ ଧାୱନ ସୂଚନା ଦେଇଛନ୍ତି। ମୁମ୍ବାଇର ଇନ୍ଦୁଜା ହସ୍ପିଟାଲରେ ବରୁଣ ଧୱନ ଓ ଡାଭିଡ ଧୱନ ନଜର ଆସିଥିଲେ। ସେଠାରେ ପ୍ରତିକ୍ରିୟା ଦେଇ 'ଲକ୍ଷ୍ମୀ ଘରକୁ ଆସିଛନ୍ତି' ବୋଲି ଡାଭିଡ ଧୱନ କହିଛନ୍ତି। 

ସୂଚନା ମୁତାବକ, ଗତ ୩ ମାସ ପୂର୍ବରୁ ବରୁଣ ସୋସିଆଲ ମିଡିଆରେ ଏହି ଖୁସି ଖବର ସେୟାର କରିଥିଲେ । ଏହାପରେ ଗତକାଲି ଅର୍ଥାତ ଜୁନ ୩ ତାରିଖରେ ନତାଶା ଏକ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି । ଏନେଇ ପୂରା ପରିବାରକୁ  ଇନ୍ଦୁଜା ହସ୍ପିଟାଲରେ ଦେଖିବାକୁ ମିିଳିଥିଲା। ତେବେ ଏହି ଖୁସି ଖବର ଜାଣିବା ପରେ ଫ୍ୟାନ୍ସ ଓ ବନ୍ଧୁମାନେ ଶୁଭେଚ୍ଛା ଜଣାଇଛନ୍ତି । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.