ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଦିଲ୍ଲୀରେ ପୁଣି ଲାଗିଲା ଭୟଙ୍କର ନିଆଁ , ପୁଲିସ ଟ୍ରେନିଂ ସେଣ୍ଟରରେ ଜଳିଗଲା ଅନେକ ଗାଡ଼ି

ନୂଆଦିଲ୍ଲୀ : ଦିଲ୍ଲୀରେ ପୁଣି ଥରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି। ଗୁରୁବାର ଦିଲ୍ଲୀର ବଜିରାବାଦ ସ୍ଥିତ ପୁଲିସ ଟ୍ରେନିଂ ସେଣ୍ଟରରେ ନିଆଁ ଲାଗିଛି। ନିଆଁ ଟ୍ରେନିଂ ସେଣ୍ଟରର ମାଲଖାନାରେ ଲାଗିଛି। ଅନେକ ଗାଡ଼ି ଜଳି ପାଉଁଶ ହୋଇ ଯାଇଛି। ଏହା ପୂର୍ବରୁ ଚଳିତ ବର୍ଷ ଜାନୁୟାରୀ ଶେଷରେ ମଧ୍ୟ ଏଠାରେ ଏମିତି ଘଟଣା ହୋଇଥିଲା। ସେତେବେଳେ ପାଖାପାଖି ୪୫୦ଟି ଗାଡ଼ି ନିଆଁରେ ଜଳି ଯାଇଥିଲା। 

ବର୍ତ୍ତମାନ ସୁଦ୍ଧା ଉକ୍ତ ଅଗ୍ନିକାଣ୍ଡରେ କାହାର ହତାହତ ହେବାର ସୂଚନା ଆସି ନାହିଁ। ପ୍ରାଥମିକ ଆକଳନ ମୁତାବିକ, ଅନେକ ଗାଡ଼ି ନିଆଁ ପ୍ରଭାବରେ ରହିଛି। ଏହା ପୂର୍ବରୁ ଜାନୁୟାରୀରେ ଯେବେ ଏଠାରେ ନିଆଁ ଲାଗି ଥିଲା, ସେତେବେଳେ ଶହ ଶହ ଦୁଇ ଚକିଆ ଗାଡ଼ି ଓ ଚାରି ଚକିଆ ଗାଡ଼ି ଜଳି ଯାଇଥିଲେ। ନିଆଁ କେମିତି ଲାଗିଲା ଏହାକୁ ନେଇ ଏବେ କୌଣସି ପ୍ରମୁଖ କାରଣ ସାମନାକୁ ଆସିନାହିଁ । 

କହି ରଖୁଛୁ କି , ଦିଲ୍ଲୀରେ ଚଳିତ ବର୍ଷ ନିଆଁ ଲାଗିବାର ଅନେକ ଘଟଣା ଘଟିଛି। ଏହି ବର୍ଷ ଏବେସୁଦ୍ଧା ରାଷ୍ଟ୍ରୀୟ ରାଜଧାନୀରେ ନିଆଁ ୫୫ ଲୋକଙ୍କ ଜୀବନ ନେଇଛି ଏବଂ ୩୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଜାନୁୟାରୀରେ ଅଗ୍ନିକାଣ୍ଡ ସମ୍ୱନ୍ଧିତ ଘଟଣାରେ ୧୬ ଜଣ ଲୋକଙ୍କ ମୃତ୍ୟୁ ଘଟିଛି, ଫେବ୍ରୁଆରୀରେ ୧୬ , ମାର୍ଚ୍ଚରେ ୧୨ , ଅପ୍ରେଲରେ ୪ ଓ ୨୬ ମେ ଯାଏ ୭ଜଣ ଲୋକଙ୍କ ମୃତ୍ୟୁ ହୋଇଛି। 

ରବିବାର ୨୬ ମେ’ରେ , ପୂର୍ବ ଦିଲ୍ଲୀର ବିବେକ ବିହାର ଅଞ୍ଚଳରେ ବେବି କେୟାର ନ୍ୟୁ ବର୍ନ ହସ୍ପିଟାଲରେ ନିଆଁ ଲାଗିବାର ଘଟଣାରେ ୬ ଜଣ ଜନଜାତି ଶିଶୁଙ୍କ ଜୀବନ ଚାଲି ଯାଇଛି ଏବଂ ୫ଜଣ ଆହତ ହୋଇଛନ୍ତି। ନବଜାତ ଶିଶୁଙ୍କ ଏହି ହସ୍ପିଟାଲରେ ନିଆଁ ଲାଗିବାରେ ୫ଟି ଅକ୍ସିଜେନ ସିଲିଣ୍ଡର ଫାଟି ଯାଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.