ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

୨୪ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା, ଘଡ଼ଘଡ଼ି ସହ ୩୦-୫୫ କିମି ପର୍ଯ୍ୟନ୍ତ ପବନ ଡର: ବୁଧବାର ଉପକୂଳ ଓ ଦକ୍ଷିଣରେ ବେଶି

ଭୁବନେଶ୍ୱର,୧୯/୦୩: କାଳବୈଶାଖୀ ପ୍ରକୋପ ନାକେଦମ କରିବ ଆସନ୍ତା ଦୁଇଦିନ । ହାଲୁକାରୁ ମଧ୍ୟମ ବର୍ଷା ହେବ  ରାଜ୍ୟର ଅଧିକାଂଶ ସ୍ଥାନରେ । ୨୪ଟି ଜିଲ୍ଲାରେ  କାଳବୈଶାଖୀ ପ୍ରଭାବରେ ବର୍ଷା, ପବନ,  ବଜ୍ରପାତ ଆଶଙ୍କା ରହିଛି । କେତେକ ଜିଲ୍ଲାରେ  ୩୦ରୁ ୫୫ କିଲୋମିଟର ପର୍ଯ୍ୟନ୍ତ ପବନ  ହୋଇପାରେ । 

ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟରୁ  ସମସ୍ତ ଜିଲ୍ଲାପାଳଙ୍କୁ ଚିଠି କରାଯାଇଛି ।  ସତର୍କତା ପଦକ୍ଷେପ ନେବାକୁ ପରାମର୍ଶ  ଦିଆଯାଇଛି । କାଳବୈଶାଖୀ ପ୍ରଭାବରେ ଯେଉଁ  କ୍ଷୟକ୍ଷତି ହେବ, ତୁରନ୍ତ ତା’ର ରିପୋର୍ଟ  ଦେବାକୁ କୁହାଯାଇଛି । 

ପାଣିପାଗ ବିଭାଗ ପୂର୍ବାନୁମାନ ହେଲା, ମଙ୍ଗଳବାର ଅଧିକାଂଶ ସ୍ଥାନରେ  ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ। କଳାହାଣ୍ଡି, ବଲାଙ୍ଗୀର, ସୋନପୁର, ବୌଦ୍ଧ,  ଅନୁଗୁଳ, ଢେଙ୍କାନାଳ, ନୟାଗଡ଼, ମୟୂରଭଞ୍ଜ,  କେନ୍ଦୁଝର, ଯାଜପୁର ଜିଲ୍ଲାର ସ୍ଥାନେ ସ୍ଥାନେ କାଳବୈଶାଖୀ ପ୍ରଭାବରେ ୪୫ରୁ ୫୫  କିଲୋମିଟର ପବନ ସହ ବଜ୍ରପାତ ଆଶଙ୍କା ଅଛି ।  କଟକ, ଗଞ୍ଜାମ, ନୟାଗଡ଼, କନ୍ଧମାଳ, ଖୋର୍ଦ୍ଧା ଓ ଢେଙ୍କାନାଳରେ ଗୋଟିଏ ଦୁଇଟି ଜାଗାରେ  ପ୍ରବଳ ବର୍ଷା ହୋଇପାରେ । ବର୍ଷା ପରିମାଣ ୭୦  ମିଲିମିଟରରୁ ୨୦୦ ମିମି ପର୍ଯ୍ୟନ୍ତ ରହିପାରେ ।  

ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା,  ଜଗତସିଂହପୁର, ପୁରୀ, ଗଜପତି,  ସୁନ୍ଦରଗଡ଼, ଦେବଗଡ଼ରେ କାଳବୈଶାଖୀ  ପ୍ରଭାବରେ ୩୦ରୁ ୪୦ କିମି ପବନ ମାଡ଼  ହୋଇପାରେ । କାଳବୈଶାଖୀ ସମୟରେ  ନିରାପଦ ସ୍ଥାନରେ ଆଶ୍ରୟ ନେବାକୁ ପରାମର୍ଶ  ଦିଆଯାଇଛି । କୁଆପଥର ମାଡ଼ରୁ ରକ୍ଷା ପାଇଁ  ପନିପରିବା ଚାଷୀ ଫସଲ ଉପରେ ଜାଲ  ବ୍ୟବହାର କରିବାକୁ କୁହାଯାଇଛି ।  

୨୦ ତାରିଖରେ ଉପକୂଳ ଓଡ଼ିଶା ସହ  ଦକ୍ଷିଣାଞ୍ଚଳର ଅଧିକାଂଶ ସ୍ଥାନରେ ହାଲୁକାରୁ  ମଧ୍ୟମ ବର୍ଷା ହୋଇପାରେ । ଦକ୍ଷିଣର  କେତେକ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା  ରହିଛି । ଉପକୂଳ ଓଡ଼ିଶା ଓ ସଂଲଗ୍ନ ଜିଲ୍ଲାରେ  ବି ୪୦-୫୦ କିମି ପବନ ମାଡ଼ ହୋଇପାରେ ।  ଉତ୍ତର ଓଡ଼ିଶା ଓ ସଂଲଗ୍ନ ଜିଲ୍ଲାରେ ୩୦-୪୦  କିମି ବେଗରେ ପବନ ଆଶଙ୍କା ଅଛି । ୨୧ ଓ  ୨୨ରେ ବର୍ଷା ସମ୍ଭାବନା ଥିଲେ ମଧ୍ୟ କୌଣସି ସତର୍କ ସୂଚନା ଜାରି କରାଯାଇନି । 

ପାଣିପାଗ ବିଭାଗ ଅନୁମାନ ହେଲା, ଏଭଳି ପାଗ ଯୋଗୁ ଆସନ୍ତା ୩ ଦିନ ଭିତରେ ରାଜ୍ୟରେ ଦିନ ତାପମାତ୍ରା ୩ରୁ ୫ ଡିଗ୍ରୀ ସେଲସିୟସ୍‌ କମିପାରେ । 

ସୋମବାର କେତେକ ସ୍ଥାନରେ ବର୍ଷା ହୋଇଥିବାବେଳେ ପାଗ ମେଘୁଆ ଥିଲା । ଏଥିଯୋଗୁ ରାଜ୍ୟ ତମାମ ତାପମାତ୍ରା କମିଛି। ପାରଳାଖେମୁଣ୍ଡି ଓ ବୌଦ୍ଧକୁ ଛାଡ଼ି କୌଣସି  ଜାଗାରେ ତାପମାତ୍ରା ୩୫ ଡିଗ୍ରୀ ଟପିନାହିଁ ।  ଅନେକ ସ୍ଥାନରେ ତାପମାତ୍ରା ୨୯ରୁ ୩୩ ଡିଗ୍ରୀ  ଭିତରେ ରହିଛି ।

  • PrameyaOdia
  • prameya
  • Weather
  • Weather Forecast
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.