ନୂଆଦିଲ୍ଲୀ ୧୯/୯: ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜରର ହତ୍ୟା ମାମଲାରେ ଭାରତ- କାନାଡା ମୁହାଁମୁହିଁ। ନିଜରର ହତ୍ୟାକାଣ୍ଡରେ ଭାରତର ସମ୍ପୃକ୍ତିର ଅଭିଯୋଗ କରି କାନାଡା ସୋମବାର ଭାରତର ଏକ ସିନିୟର କୂଟନୀତିଜ୍ଞଙ୍କୁ ବହିଷ୍କାର କରିବାର ନିର୍ଦେଶ ଦେଇଥିଲା। କାନାଡାର ଏହି କାର୍ଯ୍ୟାନୁଷ୍ଠାନର ଜବାବରେ ଭାରତ ମଧ୍ୟ କାନାଡାର ଜଣେ ବରିଷ୍ଠ କୂଟନୀତିଜ୍ଞଙ୍କୁ ବହିଷ୍କାର କରିଦେଇଛି। ଭାରତରେ କାନାଡାର ହାଇ କମିଶନର ଥିବା କାମେରୁନ ମ୍ୟାକେଙ୍କୁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସମନ କରିଛି। କେବଳ ଏତିକି ନୁହେଁ ଭାରତ କାନାଡା ହାଇ କମିଶନରଙ୍କୁ କହିଛି ଯେ କାନାଡାର ରାଷ୍ଟ୍ଦୂତ ପାଞ୍ଚ ଦିନ ମଧ୍ୟରେ ଭାରତ ଛାଡନ୍ତୁ।
ଅନ୍ୟପକ୍ଷେ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ନିଜ ଦେଶର ସଂସଦରେ ଅଭିଯୋଗ କରିଛନ୍ତି ଯେ, ହରଦୀପ ସିଂହ ହତ୍ୟାରେ ଭାରତର ହାତ ଅଛି କି ନାହିଁ ତାହା ଅନୁସନ୍ଧାନ କରାଯାଉଛି । କାନାଡାରେ ଏହି ହତ୍ୟାକାଣ୍ଡରେ ଭାରତର ଭୂମିକା ରହିପାରେ। ଏହି କାରଣରୁ ଭାରତର କୂଟନୀତିଜ୍ଞଙ୍କୁ କାନାଡାରୁ ବହିଷ୍କାର କରାଯାଇଛି। ଜୁନ୍ ୧୮ରେ ହରଦୀପ ସିଂହକୁ ଗୁଳି କରି ହତ୍ୟା କରାଯାଇଥିଲା। ସେ ଭାରତରେ ଖାଲିସ୍ତାନୀ କାର୍ଯ୍ୟକଳାପରେ ଜଡିତ ଥିଲା। ଜଷ୍ଟିନ ଟ୍ରୁଡୋ ସଂସଦରେ କହିଛନ୍ତି, ଗତ ସପ୍ତାହରେ ଜି ୨୦ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ତାଙ୍କର ବୈଠକରେ ସେ ମଧ୍ୟ ଏହି ପ୍ରସଙ୍ଗ ଉଠାଇଛନ୍ତି। ତେବେ ଆସନ୍ତୁ ଜାଣିବା କିଏ ଏହି ହରଦୀପ ସିଂହ ନିଜର ।
ଏସଏଫଜେ ସହ ଜଡିତ ନିଜ୍ଜର ଗୁରପତବନ୍ତ ସିଂହ ପନ୍ନୁତଙ୍କ ପରେ ‘ନମ୍ବର ୨’ ପଦ ସମ୍ଭାଳିଥିଲେ । ପଞ୍ଜାବ ପୋଲିସର ଡକ୍ୟୁମେଣ୍ଟ ଅନୁସାରେ ସେ ଜାଳନ୍ଧରର ଭାରସିଂହ ପୁରା ଗାଁର ବାସିନ୍ଦା ଏବଂ ୧୯୯୬ରେ କାନାଡା ଚାଲିଯାଇଥିଲେ । କାନାଡାରେ ସେ ପ୍ଲମ୍ବର ରୂପେ କାମ ଆରମ୍ଭ କଲେ । ତେବେ ଗତ କିଛି ବର୍ଷରେ ଖାଲିସ୍ତାନ ସମର୍ଥକ ଗତିବିଧିରେ ସାମିଲ ହେବା ଯୋଗୁଁ ତାଙ୍କ ସମ୍ପତ୍ତିରେ ଅଚାନକ ବୃଦ୍ଧି ଦେଖିବାକୁ ମିଳିଛି ।
ନିଜ୍ଜରଙ୍କ ଆତଙ୍କବାଦରେ ଭାଗିଦାରୀ ଜଗତାର ସିଂହ ତାରାଙ୍କ ନେତୃତ୍ୱାଧିନ ବବ୍ବର ଖାଲସା ଇଣ୍ଟରନ୍ୟାସନାଲରେ ତାଙ୍କ ସଦସ୍ୟତା ସହିତ ଆରମ୍ଭ ହୋଇଥିଲା । ଏହା ପରେ ସେ ନିଜକୁ ସମୁହ, ଖାଲିସ୍ତାନ ଟାଇଗର ଫୋର୍ସ ସ୍ଥାପିତ କଲେ । ସେ ଭାରତରେ ଖାଲିସ୍ତାନୀ ସେଲର ପରିଚୟ କରିବା, ତାଙ୍କୁ ଯୋଡିବା, ଟ୍ରେନିଂ ଦେବା ଏବଂ ଆର୍ଥିକ ସାହାଯ୍ୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଲେ । ତାଙ୍କ ବିରୁଦ୍ଧରେ ୧୦ରୁ ଅଧିକ ଏଫଆଇଆର ଥିଲା ।
୨୦୧୪ରେ ନିଜ୍ଜର ସ୍ୱୟମ୍ଭୁ ଆଧ୍ୟାତ୍ମିକ ନେତା ବାବା ଭାନିୟାରାଙ୍କ ହତ୍ୟାର ଷଡଯନ୍ତ୍ର ରଚିଥିଲେ । ୨୦୧୫ରେ ସେ ମନଦୀପ ସିଂହ ଧାଲିୱାଲଙ୍କୁ ନିର୍ଦ୍ଦେଶ ଦେବା ପାଇଁ କାନାଡାରେ ଏକ ପ୍ରଶିକ୍ଷଣ ଶିବିର ଆୟୋଜିତ କରିଥିଲେ । ଏହା ପରେ ଶିବ ସେନା ନେତାଙ୍କୁ ଟାର୍ଗେଟ୍ କରିବା ମିଶନ ସହିତ ପଞ୍ଜାବ ପଠାଯାଇଥିଲା । ମନଦୀପଙ୍କୁ ଜୁନ ୨୦୧୬ରେ ଗିରଫ କରାଯାଇଥିଲା । ୫ ନଭେମ୍ବର ୨୦୨୦ରେ ନିଜ୍ଜର ସାଥୀ ଗ୍ୟାଙ୍ଗଷ୍ଟାର୍ ଅର୍ଶ ଦଲ୍ଲାଙ୍କ ସହିତ ପାର୍ଟନରସିପ୍ କଲେ ଯିଏ କି ବିଦେଶରେ ରହୁଥିଲେ । ଉଭୟ ମିଶି ୨୦୨୧ରେ ମନୋହର ଲାଲଙ୍କ ହତ୍ୟାରେ ସାମିଲ ହୋଇଥିଲେ ।