ପ୍ରମୂଖ ଖବର
  • ମୁଦ୍ରା ଲୋନ୍‌ ୨୦ ଲକ୍ଷକୁ ବୃଦ୍ଧି ଘୋଷଣା କଲେ ଅର୍ଥମନ୍ତ୍ରୀ,ଧାର୍ଯ୍ୟ ସମୟରେ ପୈଠ କରିଥିବା ବ୍ୟକ୍ତି ଲୋନ୍‌ ପାଇପାରିବେ
  • ||
  • ବିଜେଟ୍ ୨୦୨୪-୨୫: ଗୟାରେ ହେବ ଇଣ୍ଡଷ୍ଟିଆଲ୍ କରିଡ଼ିର, ୧ ହଜାର ଆଇଟିଆଇକୁ ଅପଗ୍ରେଡ୍ କରାଯିବ
  • ||
  • ବିହାର, ଆନ୍ଧ୍ରପ୍ରଦେଶ ପାଇଁ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ, ପୋଲାଭରମ ପ୍ରକଳ୍ପ ଶୀଘ୍ର ସମାପ୍ତ ହେବ, ବିହାରରେ ଏୟାରପୋର୍ଟ, ମେଡିକାଲ କଲେଜ ବିକାଶ
  • ||
  • ସପ୍ତମ ଥର ପାଇଁ ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
  • ||
  • ବିଧାନସଭା ଅଧିବେଶନର ଦ୍ବିତୀୟ ଦିନ, ଦିନ ସାଢ଼େ ୧୧ଟା ଯାଏଁ ଗୃହ ମୁଲତବି
  • ||
  • ମାହାଙ୍ଗା: ଭାରସାମ୍ୟ ହରାଇ କେନାଲକୁ ଖସିଲା କାର୍, ଯୁବକଙ୍କ ମୃତ୍ୟୁ
  • ||
  • ମୋହନ ସରକାରଙ୍କ ପ୍ରଥମ ଅଧିବେଶନ, ୨୪ରେ ଉପବାଚସ୍ପତି ନିର୍ବାଚନ, ୨୫ରେ ପୂର୍ଣ୍ଣାଙ୍ଗ ବଜେଟ୍
  • ||
  • ପ୍ୟାରିସ୍‌ ଅଲିମ୍ପିକ ୨୦୨୪: ୨୫ରୁ ତୀରନ୍ଦାଜୀ ଇଭେଣ୍ଟ, ରିକର୍ଭ ଇଭେଣ୍ଟରେ ଭାଗ ନେବେ ୬ ଭାରତୀୟ
  • ||

କିଏ ହେବେ ଉପବାଚସ୍ପତି ? ରେସ୍‌ରେ ଅଭିଜ୍ଞ ବିଧାୟକ କିମ୍ବା ମନ୍ତ୍ରୀ ପଦ ମିଳିନଥିବା ନେତା

ଭୁବନେଶ୍ୱର, ୧୦/୦୭ : କିଏ ହେବେ ଉପବାଚସ୍ପତି? ଏହାକୁ ନେଇ ବିଜେପି ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏହି ସମ୍ମାନଜନକ ଆସନ ପାଇଁ ବିଜେପିର ବହୁ ବିଧାୟକଙ୍କ ନାମ ଚର୍ଚ୍ଚାରେ ଅଛି। ଦଳ କାହାକୁ ଭରସା କରିବ, ତାହା ଉପରେ ସଭିଙ୍କ ନଜର । ଆସନ୍ତା ୨୨ ତାରିଖରୁ ଆରମ୍ଭ ହେବ ବିଧାନସଭାର ବଜେଟ ଅଧିବେଶନ। ସପ୍ତଦଶ ବିଧାନସଭାର ଏହା ହେବ ପ୍ରଥମ ଅଧିବେଶନ । ୨୩ ତାରିଖରେ ଉପବାଚସ୍ପତି ନିର୍ବାଚନ ପାଇଁ ଘୋଷଣା ହେବ। ଏକାଧିକ ପ୍ରାର୍ଥୀ ନାମାଙ୍କନ କଲେ, ୨୪ରେ ଉପବାଚସ୍ପତି ପଦ ପାଇଁ ଭୋଟ ଗ୍ରହଣ କରାଯିବ । ପୂର୍ବରୁ ବରିଷ୍ଠ ନେତ୍ରୀ ସୁରମା ପାଢ଼ୀ ବାଚସ୍ପତି ନିର୍ବାଚିତ ହୋଇସାରିଛନ୍ତି । ତେଣୁ ଉପବାଚସ୍ପତି ପାଇଁ ଆଉ କୌଣସି ମହିଳାଙ୍କୁ ସୁଯୋଗ ମିଳିନପାରେ । ଉପବାଚସ୍ପତି ପଦ ପାଇଁ ଅଭିଜ୍ଞ ବିଧାୟକ କିମ୍ବା ମନ୍ତ୍ରୀ ପଦ ମିଳିନଥିବା ଜିଲ୍ଲାକୁ ବିଚାରକୁ ନିଆଯିବା ସମ୍ଭାବନା ଅଛି । 

ଉପବାଚସ୍ପତି ପାଇଁ ଭବାନୀ ଶଙ୍କର ଭୋଇ, ସନାତନ ବିଜୁଳି, ଗୋବିନ୍ଦ ଦାସ, ନରସିଂହ ମାଡ଼କାମୀ, ରଘୁରାମ ମାଛ, କହ୍ନାଇ ଚରଣ ଡାଙ୍ଗ ପ୍ରମୁଖଙ୍କ ନାମ ଚର୍ଚ୍ଚାରେ ରହିଛି । ସେହିପରି ବିଧାନସଭାରେ ବିଜେପି ବିଧାୟକ ଦଳ ମୁଖ୍ୟ ସଚେତକ ଓ ଉପମୁଖ୍ୟ ସଚେତକ ପଦ ନେଇ ବି ଦଳ ଭିତରେ ବିଚାର ବିମର୍ଷ ଆରମ୍ଭ ହୋଇଛି । ମୁଖ୍ୟ ସଚେତକ ପଦ ପାଇଁ ଦଳ କୌଣସି ଟାଣୁଆ ଅଭିଜ୍ଞ ନେତାଙ୍କ ନାମ ବିଚାରକୁ ନେବ । ପଦ୍ମଲୋଚନ ପଣ୍ଡା, ଭାସ୍କର ମଡ଼େଇ, ଗୋବିନ୍ଦ ଦାସ, ପ୍ରକାଶ ସୋରେନ, ସନ୍ତୋଷ ଖଟୁଆ, ସୀମାରାଣୀ ନାୟକ, ସିଦ୍ଧାନ୍ତ ମହାପାତ୍ର, ଆକାଶ ଦାସନାୟକଙ୍କ ନାମ ଚର୍ଚ୍ଚାରେ ରହିଛି ମୁଖ୍ୟ ସଚେତକ ପାଇଁ । ଉପମୁଖ୍ୟ ସଚେତକ ପଦ ପାଇଁ ଅମର ନାୟକ, ବାବୁ ସିଂ, ଟଙ୍କଧର ତ୍ରିପାଠୀ, ଇରାଶିଷ ଆଚାର୍ଯ୍ୟ ପ୍ରମୁଖ ଦାବିଦାର ଥିବା କୁହାଯାଉଛି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.